Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କିଏ ଏଇ ରାଜୁ ମଣ୍ଡଳ, ୭ ସିମ୍ ବକ୍ସରେ କଣ କରୁଥିଲା ରାଜୁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କିଏ ଏଇ ରାଜୁ ମଣ୍ଡଳ, ୭ ସିମ୍ ବକ୍ସରେ କଣ କରୁଥିଲା ରାଜୁ

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱର ଲକ୍ଷ୍ମୀସାଗର ମହାଦେବ ନଗରରୁ 7 ସିମ୍ ବକ୍ସ ଓ ହଜାରେ ସିମ୍ କାର୍ଡ ଜବତ ପରେ ତାକୁ ନେଇ ବଢିଛି ସସପେନ୍ସ। ରାଜୁ ମଣ୍ଡଳ ନାମକ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି କମିଶନରେଟ୍ ପୋଲିସ । 6 ମାସ ତଳେ ମହାଦେବ ନଗରର ଏଇ ଖାନ୍ ମଂଜିଲରେ ଆସି ଭଡାରେ ରହୁଥିଲା ରାଜୁ। ତେବେ ସନ୍ଦେହ କରାଯାଉଛି ଭଡା ଘର ଭିତରେ ଚାଲିଥିଲା ଡିଜିଟାଲ୍ ଜିହାଦର ବଡ଼ ଷଡଯନ୍ତ୍ର। ସିମ୍ ବକ୍ସ ଜବତ ପରେ ବଢୁଛି ପ୍ରଶ୍ନ। ପ୍ରକୃତରେ ଇଏ ରାଜୁ ମଣ୍ଡଳ ନା ଆଉ କିଏ, ଫେକ୍ ଆଇଡି ପ୍ରୁଫରେ ରହୁଥିଲା କି ରାଜୁ, ରାଜୁର ପ୍ରକୃତ ନାଁ କଣ, ଖାନ୍ ମଂଜିଲରେ ମଣ୍ଡଳ ରହିବା ନେଇ ବି ପ୍ରଶ୍ନ ଉଟାଇଛନ୍ତି ବିଶେଷଜ୍ଞ।

ସିମ୍ ବକ୍ସରେ ଏକା ସାଙ୍ଗରେ ଅନେକ ସିମ୍ କାର୍ଡ ବ୍ୟବହାର ହୁଏ, ସାଇବର ଠକେଇର ପ୍ରମୁଖ ମାଧ୍ୟମ ସିମ୍ ବକ୍ସ, -ଆତଙ୍କୀ କାର୍ଯ୍ୟକଳାପରେ ବି ବ୍ୟବହାର ହୁଏ ଏଇ ବକ୍ସ। ତେବେ ରାଜୁ ମଣ୍ଡଳ ନାମକ ବ୍ୟକ୍ତି କାହିଁକି ରଖିଥିଲା 7 ସିମ୍ ବକ୍ସ, କେଉଁଠାରୁ ଆସିଲା ଏ ବକ୍ସ, ତା ସହିତ ଆଉ କେଉଁମାନେ ଲିଙ୍କରେ ଥିଲା, ଏହା ଅନ୍ତର୍ଜାତୀୟ ଷଡଯନ୍ତ୍ର କି, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏହା ପଛରେ କି। ତେବେ ଏନଆଇଏ ତଦନ୍ତ କଲେ ସତ ସାମ୍ନାକୁ ଆସିବ ବୋଲି ପୂର୍ବତନ ପୋଲିସ ଅଧିକାରୀ କହିଛନ୍ତି।

ଏଇ ଘଟଣା ପରେ ଓଡ଼ିଶାରେ ଡିଡିଟାଲ୍ ଜିହାଦର ଷଡଯନ୍ତ୍ର ଆସିଛି ସାମ୍ନାକୁ । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଭାରତରେ  DIGITAL ଜିହାଦ ପଛରେ ପାକ୍ ଟେରରିଷ୍ଟ ହାଫିଜ୍ ସଇଦ୍। ଖତରନାକ୍ ଆତଙ୍କବାଦୀ ହାଫିଜର ଅଫିସରେ ଦିଆଯାଉଛି ଟ୍ରେନିଂ । ISLAMIC STATEର ପ୍ଲାନକୁ କାର୍ଯ୍ୟକାରୀ କରୁଛି ISI । ଏବେ ରାଜୁ ମଣ୍ଡଳର ଗୁମର କେବେ ଖୋଲିବ ତା ଉପରେ ନଜର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Sponsored
What was Raju doing in the 7 sim box | Argus News