AIIMSରେ ଆଶିଷ ସିଂହ ଥିବାବେଳେ କ'ଣ କରୁଥିଲେ ସମର୍ଥ ବର୍ମା ?

ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ଆଇପିଏସ୍ ଆଶିଷ ସିଂଙ୍କ ବ୍ଲାକ ଆଣ୍ଡ ହ୍ବାଇଟ୍ ଗେମ୍ । ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ଏମ୍ସରେ ହେଲେ ହାଜର । ଦୀର୍ଘ 4 ଘଣ୍ଟାର ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଦୀର୍ଘ ଘଣ୍ଟା ମେଡିକାଲ ଯାଞ୍ଚ ପରେ ଏମ୍ସ ହସ୍ପିଟାଲରୁ ବାହାରିଲେ IPS ଆଶିଷ ସିଂ । MRI ଏବଂ ଅଲଟ୍ରା ସାଉଣ୍ଡ ସହ ରକ୍ତ ନମୁନା ମଧ୍ୟ ସଂଗ୍ରହ କରାଯାଇଛି ।
ହେଲେ ଆଶିଷ ସିଂହ ଯାଇଥିଲେ କଳା ଗଞ୍ଜି ପିନ୍ଧି, ଫେରିଲେ ଧଳା ଟି ସାର୍ଟରେ । ଖାଲି ଏତିକି ନୁହେଁ AIIMS ପରିସରରେ IAS ସମର୍ଥ ବର୍ମାଙ୍କ ଉପସ୍ଥିତି ବଢାଇଲା ସନ୍ଦେହ ।
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ମାନି ମେଡିକାଲ ବୋର୍ଡର ସାମ୍ନା କରିବାକୁ ଆଜି AIIMS ଭୁବନେଶ୍ବରରେ ପହଞ୍ଚିଥିଲେ ଆଶିଷ ସିଂ । କିନ୍ତୁ ସେଠାରେ ବଡ ବାବୁ ସମର୍ଥ ବର୍ମାଙ୍କୁ ଦେଖିବାକୁ ମିଳିଥିଲା । ଖାଲି ଏତିକି ନୁହେଁ ଆଶିଷ ସିଂହ ଯିବା ସମୟରେ କଳା ଗଞ୍ଜି ପିନ୍ଧିଥିବାବେଳେ ଫେରିବା ବେଳେ ଧଳା ସାର୍ଟ ପିନ୍ଧିଥିଲେ ।
📱 Get Argus News App
✨ଆଶିଷ କାହିଁକି ଖେଳିଲେ ବ୍ଲାକ ଆଣ୍ଡ ହ୍ବାଇଟର ଗେମ୍ ? ଗଣମାଧ୍ୟମକୁ ସାମ୍ନା କରିବାକୁ ଡର କାହିଁକି ? ଆଶିଷ ଥିବା ବେଳେ ଯୋଜନା ବଦ୍ଧ ଭାବେ କାହିଁକି ଗଲେ 2 ବଡ ଅଧିକାରୀ ? ମାନସିକ ସମର୍ଥନ ଦେବାକୁ ନା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ।
ଆହୁରି ପଢନ୍ତୁ ଓଡିଶା ଖବର...