Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -   ଟିକେଟ୍‌ ପାଇଲେନି ଏବେ କରିବେ କ'ଣ ସମୀର ..? 

Odisha

  ଟିକେଟ୍‌ ପାଇଲେନି ଏବେ କରିବେ କ'ଣ ସମୀର ..? 

Manini Pattanayak
Browse all articles by Manini Pattanayak
·2 years ago·1 min read
  ଟିକେଟ୍‌ ପାଇଲେନି ଏବେ କରିବେ କ'ଣ ସମୀର ..? 

ଭୁବନେଶ୍ୱର:  ଆଜି ବିଜେଡି ଘୋଷଣା କରିଛି ତାର ବଳକା  ୩ ବିଧାନସଭା ପ୍ରାର୍ଥୀ ତାଲିକା । ଏହି କ୍ରମରେ ଶେଷ ହୋଇଛି ବିଜେଡିର ପ୍ରାର୍ଥୀ ତାଲିକା  ଘୋଷଣା ପ୍ରକ୍ରିୟା । କିନ୍ତୁ ଆଶା ନେଇ ବସିଥିବା  ସମୀର ଦାଶ  ହୋଇଛନ୍ତି ସମ୍ପୂର୍ଣ୍ଣ  ନିରାଶ।  ବିଜେଡି ସମୀରଙ୍କୁ ଦେଲାନି ଟିକେଟ୍‌। ସମୀର ବିଜେଡି ମୁଖିଆକୁ  ୩୦ ତାରିଖକୁ ଡେଡଲାଇନ୍‌ ଦେଇଥିଲେ  ତାଙ୍କୁ ଟିକେଟ ଦେବା ନେଇ।  ଏବଂ ନିଜ  କର୍ମୀ ଓ ସମର୍ଥକଙ୍କୁ ମଧ୍ୟ ୩୦ ଯାଏ ଅପେକ୍ଷା କରିବାକୁ କହିଥିଲେ। ୩୦ ଡେଡଲାଇନ୍‌  ଅତିକ୍ରମ କରିସାରିଛି। ଆଜି ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ନାହିଁ ସମୀର ଦାଶଙ୍କର ନାଁ।  ପୁଣି ନିରାଶ ହୋଇଛନ୍ତି ସମୀର ଦାଶ । ଏବେ ପ୍ରଶ୍ନ ଉଠୁଛି ସମୀର ଦାଶ କରିବେ କଣ ? ବିଜେଡି ତ ଦେଲାନି ଟିକେଟ୍‌। ଏବେ କଣ ସମୀର  ବିଜେପିକୁ ଯିବେ ନା କଂଗ୍ରେସ.. ନା ସ୍ୱାଧିନରୁ ଛିଡା ହେବେ।  ଏହାକୁ ନେଇ  ଚର୍ଚ୍ଚା ବଢିବା ସହ ସମୀରଙ୍କ ସମସ୍ୟା ମଧ୍ୟ ବଢିଛି। 

ସୂଚନାମୁତାବକ, ନିମାପଡାରୁ  ସମୀରଙ୍କ ଟିକେଟ କାଟିଥିଲା  ବିଜେଡି।  ସମୀରଙ୍କ ସ୍ଥାନରେ  ଦିଲ୍ଲୀପ  ନାୟକଙ୍କୁ  ବିଜେଡି କରିଛି ପ୍ରାର୍ଥୀ। ଯାହାକୁ ନେଇ ନିରାଶ ହେବା ସହ କ୍ଷୋଭ ପ୍ରକାଶ କରିବା ସହ ଗଣମାଧ୍ୟମ ଆଗରେ କାନ୍ଦି ପକାଇଥିଲେ ସମୀର ଦାଶ। ଆଉ ନିମାପଡାରେ ଟିକେଟ ପରିବର୍ତ୍ତନ ପାଇଁ ଚାପ ପକାଇଥିଲେ  ସମୀର । ସମର୍ଥକଙ୍କୁ ଧରି  ସଭାସମିତି ଓ ରୋଡ ସୋ' ଜରିଆରେ ପକାଇଥିଲେ ଚାପ। ଦେବଗଡରେ ଟିକେଟ ବଦଳାଇଲେ  ହେଲେ ନିମାପଡାରେ ହେଲାନି କୌଣସି ପରିବର୍ତ୍ତନ ।  ଏବେ ଚର୍ଚ୍ଚା ହେଉଛି ସମୀରଙ୍କ ଚାପ ପକାଇବା କୌଶଳ କାମ ଦେଲାନି। ଅନେକ ବିଦ୍ରୋହ କଲେ ଏବଂ ନିଜ ସମର୍ଥକଙ୍କୁ ଏକଜୁଟ  ମଧ୍ୟ କଲେ ହେଲେ ଶୁଣିଲାନି ବିଜେଡି।  

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
What will Sameer do now without getting the ticket..? | Argus News