କଣ କହୁଛି ଆଜି ଆପଣଙ୍କ ରାଶିଫଳ: ଜାଣିରଖନ୍ତୁ

ଅର୍ଗସ ବ୍ୟୁରୋ: ଆପଣ ଆଣଙ୍କ ରାଶିଫଳକୁ ନେଇ ଚିନ୍ତିତ କି? ତାହାଲେ ତୁରନ୍ତ ଆଜିର ରାଶିଫଳ ପଢ଼ିନିଅନ୍ତୁ।
ମେଷ-
ଜୀବନ ସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ । କୌଣସି କାମ କରିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ । ରାଜନୀତି କାର୍ଯ୍ୟରେ ସଫଳତା ମିଳିବ । ନୂତନ ବନ୍ଧୁଙ୍କୁ ପାଇ ଖୁସି ହେବେ । ଦୂର ଯାତ୍ରାରେ ସଫଳ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ
ବୃଷ-
ସ୍ୱାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରିଯିବ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିବେ । ଆକସ୍ମିକ ଭାବରେ ଜଣେ ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ । ସାମ୍ବାଦିକତା ତଥା ସଭାସମିତିରେ ପ୍ରଶଂସିତ ହେବେ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ପରିବାରରେ ଆପଣଙ୍କର ଗୁଣର ପ୍ରଶଂସା ହୋଇପାରେ । ଜୀବନ ସାଥୀଙ୍କ ସହିତ ରାତ୍ରୀ ଭୋଜନ ପାଇଁ ଯୋଜନା କରିବେ । ପ୍ରଶାସନ ସହିତ ଜଡିତ ଲୋକମାନେ ଉଚ୍ଚ ପଦପଦବୀ ପାଇପାରିବେ । ନୂତନ ଆୟର ଉତ୍ସ ବିକାଶ ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ଆର୍ଥିକ ଓ ପାରିବାରିକ ପରିସ୍ଥିତି ଭଲ ରହିବ । ସ୍ୱାସ୍ଥ୍ୟ ସମସ୍ୟା, ଅର୍ଥ ସଙ୍କଟ ଓ ଏକାଧିକ କାମରୁ ମାନସିକ ଚାପଗ୍ରସ୍ତ ହୋଇପାରନ୍ତି । ନିଜ ଲୋକ ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
ପରିବାରର ଇଚ୍ଛା ପୂରା କରିବା ପାଇଁ ଚେଷ୍ଟା କରିବେ । ନୂଆ ଲୋକଙ୍କ ସହିତ ଭାଗୀଦାରି କରିବାର ମଉକା ପାଇବେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇନେବା ପାଇଁ ଚେଷ୍ଟା କରିପାରନ୍ତି । ରାଜନୀତିରେ ସାମାଜିକ ପରିସର ବୃଦ୍ଧି ହେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ବୈବାହିକ କର୍ମ ସକାଶେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ । ଆବଶ୍ୟକତାରୁ ଅଧିକ କହିବା ଅହିତକର ହୋଇପାରେ । ଅଫିସରେ ମିଠାକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବେ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ତୁଳା-
ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢିବ । ବନ୍ଧୁ ଓ ପରିବାର ଲୋକଙ୍କ ସହ ହସ ଖୁସିରେ ସମୟ ବିତାଇବେ। ଆପଣଙ୍କର ବିଚାର ସକରାତ୍ମକ ରହିବ । ରାଜନେତାଙ୍କ ଲାଗି ଭଲ ଦିନଟିଏ । ନୂତନ ପ୍ରକଳ୍ପ ପାଇଁ ଯୋଜନା କରିପାରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ଦେହ ପୀଡା ହେତୁ ସବୁ କାର୍ଯ୍ୟ ଅଧା ରହିବ । ପତୀପତ୍ନୀଙ୍କ ଭିତରେ ସାମାନ୍ୟ ମନମାଳିନ୍ୟ ଦେଖାଦେବ । ବ୍ୟବସାୟରେ ଉତଥାନ-ପତ୍ତନ ଲାଗି ରହିବ। ନୂତନ ଯାନବାହନ କିମ୍ବା ଗୃହୋପକରଣ କିଣିବାକୁ ମନ ବଳାଇ ପାରନ୍ତି । ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଦୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
କୌଣସି ନୂତନ ବନ୍ଧୁ ବ୍ୟକ୍ତି ସହିତ ଭେଟ ହେବେ । ଅସହାୟତା କାରଣରୁ ନିଜ ବୈବାହିକ ଜୀବନରେ ଛନ୍ଦି ହେବେ । ଆଜି ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ । ନବ ବିବାହିତା କୌଣସି ଧର୍ମାନୁଷ୍ଠାନ ଯିବେ। ପିଲାମାନଙ୍କ ଆଚରଣରେ ଅତିଷ୍ଠ ହେବାର ସମ୍ଭାବନା ଅଛି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମ ରକ୍ଷକ ସ୍ତୋତ୍ର ପାଠ କରନ୍ତୁ
ମକର-
ବନ୍ଧୁମାନେ ଖାଲରେ ପକାଇବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହେବେ ନାହିଁ । ସମସ୍ୟା ଆସିଲେ ମଧ୍ୟ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ଯାନବାହାନରେ ସତର୍କତା ଅବଲମ୍ବନ କରିବା ଭଲ । ଚାହୁଁ ନ ଥିବା କିଛି କାମ ପରିସ୍ଥିତିରେ ପଡ଼ି କରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କୁମ୍ଭ-
ଦୀର୍ଘ ଦିନରୁ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ । ଆୟ ଅନୁଯାୟୀ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିପାରିବେ । ସାମାଜିକ ସ୍ତରରେ ଖ୍ୟାତି ହେବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବା ଯୋଗେ ଦୃଢ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଗକୁ ବଢିବାର ଯୋଜନା ସଫଳ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । ବିଦ୍ୟାର୍ଥୀ ମାନେ ପଢାରେ ଅବହେଳା କରିପାରନ୍ତି। ନିର୍ମାଣାଧୀନ କାମରେ କିଛିଟା ସମସ୍ୟା ଅବଶ୍ୟ ଆସିଲେ ମଧ୍ୟ କିଛି ଅସୁବିଧା ହେବନି। ଜମିରେ ଆଜି ନିବେଶ କରନ୍ତୁ ନାହିଁ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର