କେନ୍ଦ୍ର ନେତୃତ୍ତ୍ୱ ଯାହା ନିଷ୍ପତ୍ତି ନେବେ, ତାହା ହିଁ ହେବ- ଜୁଏଲ

ଅର୍ଗସ ବ୍ୟୁରୋ: ନିର୍ବାଚନକୁ ମାସ କେଇଟା ବାକି । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଦେଇଛନ୍ତି ରଣକୌଶଳ ପ୍ରସ୍ତୁତି। ଏହି କ୍ରମରେ ଆଜି ରାଜ୍ୟ ବିଜେପି ନେତୃତ୍ବଙ୍କୁ ହଠାତ୍ ଆସିଲା ଦିଲ୍ଲୀରୁ ଡାକରା । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଗୃହମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କଲେ ରାଜ୍ୟ ବିଜେପିର ସଭାପତି, ସଂଗଠନ ସମ୍ପାଦକ ଓ କୋର୍ କମିଟି ସଦସ୍ୟ ।
ତେବେ ବିଜେପି ମିଟିଂରେ ଉପସ୍ଥିତ ଥିବା ସାଂସଦ ଜୁଏଲ ଓରାମ ପ୍ରତିକ୍ରିୟା ଦେଇଛନ୍ତି । ବୈଠକରେ ଅନେକ ବିଷୟରେ ଆଲୋଚନା କରାଯାଇଛି । ମେଣ୍ଟ ଆଲୋଚନା ହୋଇଥିଲା, ଏକା ଲଢ଼ିବୁ ବୋଲି ମତ ଦେଇଛୁ । ମେଣ୍ଟ ନେଇ କିଛି ଫାଇନାଲ ହୋଇନି ବୋଲି କହିଲେ ଜୁଏଲ । ମେଣ୍ଟ ହେବ କି ନାହିଁ, ସେ ସଂପର୍କରେ କେନ୍ଦ୍ର ନେତୃତ୍ବ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଜୁଏଲ ଓରାମ । କେନ୍ଦ୍ର ନେତୃତ୍ୱ ଯାହା ନିଷ୍ପତ୍ତି ନେବେ, ତାହା ହିଁ ହେବ ବୋଲି କହିଛନ୍ତି ଜୁଏଲ ।
ଆହୁରି ପଢନ୍ତୁ ଓଡିଶା ଖବର...