|
logo
Live
Argus News App
GET APP

Argus News - ୨୦ ନା ୨୧ ତାରିଖ... କେଉଁ ଦିନ ହେବ ଦୀପାବଳି ପାଳନ ?

Odisha

Diwali / ୨୦ ନା ୨୧ ତାରିଖ... କେଉଁ ଦିନ ହେବ ଦୀପାବଳି ପାଳନ ?

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
୨୦ ନା ୨୧ ତାରିଖ... କେଉଁ ଦିନ ହେବ ଦୀପାବଳି ପାଳନ ?

Key Points

୨୧ ତାରିଖରେ ପୟାଶ୍ରାଦ୍ଧ ଓ ଦୀପଦାନ ବୋଲି ଅନେକ ପଞ୍ଜିକାରେ ଉଲ୍ଲେଖ ରହିଛି।

୨୦ ନା ୨୧ ତାରିଖ, କେଉଁ ଦିନ ପାଳନ କରାଯିବ ଦୀପାବଳି ସେ ନେଇ ଦ୍ୱନ୍ଦ୍ୱ ରହିଛି ।


କେଉଁଦିନ ଦୀପାବଳି ? ପୁଣି ଗୋଟିଏ ପର୍ବ ୨ଟି ତାରିଖକୁ ନେଇ ଦ୍ବନ୍ଦ୍ବ । ୨୦ ନା ୨୧ ତାରିଖ କେଉଁ ଦିନ ପାଳନ କରିବେ ଦୀପାବଳି ? ମୁକ୍ତିମଣ୍ଡପ ପଣ୍ଡିତ ଓ ଜ୍ୟୋତିର୍ବିଦଙ୍କ ମଧ୍ୟରେ ମତଭେଦ । ୨୦ ତାରିଖରେ ଦୀପାବଳି ପାଳିବାକୁ କହିଲା ମୁକ୍ତିମଣ୍ଡପ । ୨୧ ତାରିଖରେ ଦୀପାବଳି ପାଳନ ପାଇଁ କହୁଛନ୍ତି ଜ୍ୟୋତିର୍ବିଦ ।

ଦୀପାବଳି ଅମାବାସ୍ୟାର ଦ୍ୱନ୍ଦ୍ୱ ଦୂରୀକରଣ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର ଓ ସମ୍ପାଦକ ପ୍ରଫୁଲ ମିଶ୍ର ଓ ଅନେକ ଜ୍ୟୋତିର୍ବିଦ ସୂଚନା ଦେଇଛନ୍ତି ଯେ ୨୦ ତାରିଖରେ ହିଁ ଦିଆଯିବ ପୟାଶ୍ରାଦ୍ଧ। ସେହିଦିନ ସରକାରୀ ଛୁଟି ଘୋଷଣା ପାଇଁ ମୁକ୍ତିମଣ୍ଡପ ଦାବି କରିଛି । କିନ୍ତୁ ୨୧ ତାରିଖରେ ଦୀପାବଳି ପାଳନ ପାଇଁ କହୁଛନ୍ତି ଜ୍ୟୋତିର୍ବିଦ ପଣ୍ଡିତ ହରିଶଙ୍କର ମିଶ୍ର । ଗୋଟିଏ ପର୍ବର ଦୁଇଟି ତାରିଖ ନେଇ ଦ୍ବନ୍ଦ୍ବ ଦେଖାଯାଇଛି ।

ଶ୍ରୀମନ୍ଦିର ନୀତିକୁ ନେଇ ଏକ ଚିଠାରେ ଆସନ୍ତା ୨୦ ତାରିଖରେ ଦୀପଦାନ ଓ ପୟାଶ୍ରାଦ୍ଧ ଉଲ୍ଲେଖ ରହିଛି । ସେ ଉପରେ ନୀତି ପ୍ରଶାସକ କୌଣସି ଉତ୍ତର ରଖିନାହାନ୍ତି । କେବଳ ୨୧ ତାରିଖରେ ଅମାବାସ୍ୟା ନାରାୟଣ ଠାକୁର ସାଗର ବିଜେ କରିବେ ଏବଂ ପଞ୍ଜିକାରେ ସମନ୍ବୟ ରଖାଯିବା ପାଇଁ ପଞ୍ଜିକାରମାନଙ୍କୁ ଡକାଯାଉଛି ବୋଲି କହି ପ୍ରସଙ୍ଗକୁ ଏଡ଼ାଇଯାଇଛନ୍ତି। ୨୧ ତାରିଖରେ ପୟାଶ୍ରାଦ୍ଧ ଓ ଦୀପଦାନ ବୋଲି ଅନେକ ପଞ୍ଜିକାରେ ଉଲ୍ଲେଖ ରହିଛି। ୨୦ ନା ୨୧ ତାରିଖ, କେଉଁ ଦିନ ପାଳନ କରାଯିବ ଦୀପାବଳି ସେ ନେଇ ଦ୍ବନ୍ଦ୍ବ ରହିଛି ।


ଅନ୍ୟପଟେ କାଳୀପୂଜା ଓ ଦୀପାବଳି ପାଇଁ ଏବେଠୁ ଉତ୍ସବମୁଖର କଟକ । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଶତାଧିକ ମଣ୍ଡପରେ ଏବେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡିଚଢା କାମ ଚାଲିଛି । କାରିଗରମାନେ ଖଡିଚଢା କାମ ସାରିବା ପରେ ଦୁଇ ଦିନ ପରେ ମାଆଙ୍କ ରଙ୍ଗକାମ ଆରମ୍ଭ ହେବ। ଏହା ପରେ ଶନିବାର ସୁଦ୍ଧା ମାଆଙ୍କ ସାଜସଜା କାମ ଶେଷ ହେବ । ତେବେ ମଣ୍ଡପ ତିଆରିରେ ଲାଗି ପଡିଛନ୍ତି କାରିଗର । ଏଥର ବି ଉଚ୍ଚ ତୋରଣରେ ପୂଜା ପାଇବେ ମାଆ ।

କାଳିପୂଜା ଓ ଦୀପାବଳି ବାଣ ଫୁଟା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯିବ ବୋଲି କହିଛନ୍ତି ଡିସିପି । ସହରରେ ବିଭିନ୍ନ ଖୋଲା ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ। ଏହା ପରେ ଲୋକମାନେ ସୁରକ୍ଷିତ ଭାବେ ଧାର୍ଯ୍ୟ ସମୟରେ ଦୀପାବଳି ରାତିରେ ବାଣ ଫୁଟାଇବେ । ଏ ନେଇ ଡିସିପି କହିଛନ୍ତି ଯେ ବାଣଫୁଟାରେ ଅଭିଭାବକ ମାନେ ନିଜ ପିଲାମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ବାଣ ଫୁଟାନ୍ତୁ। କଟକ ସହରରେ ଦୁର୍ଗା ପୂଜା ଭସାଣ ବେଳେ ଗଣ୍ଡଗୋଳ ଘଟଣାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ କଳିପୂଜାରେ ଅଧିକ ସୁରକ୍ଷା ବଳ ମୁତୟନ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Diwali: ୨୦ ନା ୨୧ ତାରିଖ... କେଉଁ ଦିନ ହେବ ଦୀପାବଳି ପାଳନ ? | Argus News