Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖଟିଆରେ ବୁହା ହେଲେ ଗର୍ଭବତୀ  

Odisha

ଖଟିଆରେ ବୁହା ହେଲେ ଗର୍ଭବତୀ  

Manini Pattanayak
Browse all articles by Manini Pattanayak
·1 year ago·1 min read
ଖଟିଆରେ ବୁହା ହେଲେ ଗର୍ଭବତୀ  

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ଥମୁନି ଜନନୀ ଯନ୍ତ୍ରଣା। ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ,  ଖଟିଆରେ ବୁହା ହେଲେ ଗର୍ଭବତୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଡ଼ପଦର ଗ୍ରାମପଞ୍ଚାୟତର ମେଟାଗୁଡ଼ା ଗ୍ରାମରେ । ଗାଁର ବାଲି ଖିଲଙ୍କ ସ୍ତ୍ରୀ ଲକ୍ଷ୍ମୀ ଖିଲ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ଗାଁର ଆଶାଦିଦି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଥିବା ଆମ୍ବୁଲାନ୍ସକୁ ଖବର ଦେଇଥିଲେ । 

ହେଲେ ପ୍ରବଳ ବର୍ଷା ଓ ଗାଁକୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଗାଁଠାରୁ ଦୁଇ କିଲୋମିଟର ଦୂର ସଙ୍ଗମଗୁଡ଼ା ଗାଁ ଛକଠାରେ ଅଟକି ଯାଇଥିଲା। ଆମ୍ବୁଲାନ୍ସ ଗାଁକୁ ନଆସିବାରୁ ଆଶା ଦିଦି ଏବଂ ଗ୍ରାମବାସୀଙ୍କ ସହାୟତାରେ ପ୍ରସବ ଯନ୍ତ୍ରଣା ଭୋଗୁଥିବା ଲକ୍ଷ୍ମୀ ଖିଲଙ୍କୁ ଦୁଇ କିଲୋମିଟର କାଦୁଅ ପଚପଚ୍ ଖାଲଖମା ଭର୍ତ୍ତି ରାସ୍ତାରେ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ପରେ ଆମ୍ବୁଲାନ୍ସରେ ଲକ୍ଷ୍ମୀଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଲକ୍ଷ୍ମୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
When the ambulance not reached the village, pregnant was cary by bed | Argus News