ପରିବାର ବୋଝ ବୋହିବା ସମୟରେ ପରିବାରର ବୋଝ ହୋଇପଡ଼ିଲେ

ଅର୍ଗସ ବ୍ୟୁରୋ : ଭାଗ୍ୟ ଭଗାରି ସାଜିଥିବା ବେଳେ, ଦଇବ ବି ଦାଉ ସାଧିଛି । ଯେତେବେଳେ ନିଜ କାନ୍ଧରେ ପରିବାର ବୋଝ ବୋହି ନେଇଥାନ୍ତେ, ସେତେବେଳେ ପରିବାର ଉପରେ ବୋଝ ହୋଇ ପଡିଛନ୍ତି । ଏଭିଳି ଦୁଃଖତ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଭଗବାନପୁର ଗ୍ରାମରେ । ସଞ୍ଜୟ ସ୍ବାଇଁ । ବୟସ ମାତ୍ର ୩୦ ବର୍ଷ । ହେଲେ ଗୋଟିଏ ଛୋଟିଆ ଦୁର୍ଘଟଣା ଯେ ଜୀବନ ଚଲାପଥର ମୋଡ଼ ବଦଳାଇ ଦେଇ ପରେ ତାହା ଦେଖିବାକୁ ମିଳିଛି ।
ଗତ ୨୦୨୧ ମସିହାରେ ଦୋଳ ପୂର୍ଣ୍ଣିମାରେ ରଙ୍ଗ ଖେଳିବା ପାଇଁ ଗାଁକୁ ଆସୁଥିଲେ । ହେଲେ ରଙ୍ଗ ଖେଳି ଘରକୁ ଆସୁଥିବା ବେଳେ ଗାଁ ନିକଟ ରେ ଏକ ବାଇକ୍ ଦୁର୍ଘଟଣା ଘଟିଲା । ଯାହାକି ଜୀବନର ସବୁ ରଙ୍ଗକୁ ଫିକା କରିଦେଲା । ସେହି ଛୋଟିଆ ଦୁର୍ଘଟଣାରେ ମୁଣ୍ଡ ଫାଟିଗଲା । ତୁରନ୍ତ ପରିବାର ଲୋକେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ ଓ ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଭଲ ହୋଇ ଆସିବାର ସପ୍ତାହ ମଧ୍ୟରେ କୋମାକୁ ଚାଲିଯାଇଥିଲେ । ପରିବାରଙ୍କ ଉପରେ ଯେମିତି ଆକାଶ ଛିଣ୍ଡି ପଡ଼ିଲା । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା ।
📱 Get Argus News App
✨ଏପଟେ ସଞ୍ଜୟ ଘରେ ଖଟରେ ପଡ଼ି ରହି କେବଳ ଆଖି ଲୁହ ଛଳଛଳ କରି ପଡ଼ି ରହିଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସଞ୍ଜୟଙ୍କ ଅଧିକ ଚିକିତ୍ସା ପାଇଁ ଆହୁରି ୧୦ ଲକ୍ଷ ଟଙ୍କା ସହ ଫିଜିଓଥେରାପି ଦରକାର । ତାହା ପାଇଁ ମଧ୍ୟ ୨ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ହେଲେ ଘରେ ଥିବା ମା ଏବେ କ'ଣ କରିବେ ସେନେଇ ତାଙ୍କ ଆଖିରୁ ଲୁହ ସୁଖୁ ନଥିବା ବେଳେ ଚୂଲି ମଧ୍ୟ ଅଧାଦିନ ଜଳୁ ନାହିଁ । ତେବେ ସଞ୍ଜୟ କିପରି ଅଧିକରୁ ଅଧିକ ଚିକିତ୍ସା ପାଇବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ଯଦି ସହାୟତା ପ୍ରଦାନ କରାଯାଆନ୍ତା ତାହାହେଲେ ସଞ୍ଜୟ ଭଲ ହୋଇ ତାଙ୍କ ପରିବାରରେଙ୍କ ଓଠରେ ହସ ଫୁଟି ପାରନ୍ତା ।