ଅବଧି ସରିଲା ହେଲେ ସରିଲାନି ରାସ୍ତାର ନିର୍ମାଣ କାର୍ଯ୍ୟ

ଅର୍ଗସ ବ୍ୟୁରୋ: ଭଦ୍ରକ ବନ୍ତ ବ୍ଲକ ଟିଲୋ ଠାରୁ ଆଡ଼ିଆ ପର୍ଯ୍ୟନ୍ତ ଦୀର୍ଘ ୭କି.ମି ୪୦୦ ମିଟର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପରେ ୨୦୨୧ରେ ଶିଳାନ୍ୟାସ ହୋଇ କାର୍ଯ୍ୟାରମ୍ଭ ହୋଇଥିଲା ପ୍ରାୟ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟ ବରାଦରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅକ୍ଟୋବର ୫ ତାରିଖ ୨୦୨୧ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଭେମ୍ବର ୪ ତାରିଖ ୨୦୨୨ ମସିହାରେ କାର୍ଯ୍ୟ ସମାପ୍ତି ହେବାର ସମୟ ସୀମା ରହିଥିଲା l ମାତ୍ର ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ଏଯାଏଁ ଏହି କାର୍ଯ୍ୟ ସମାପ୍ତି ହେବାର ନାଁ ନେଉନାହିଁ l
ସେହିପରି ଏହି ରାସ୍ତା ଦେଇ ଟିଲୋ,ଓଡ଼ଙ୍ଗ, ଆଡ଼ିଆ ଆଦି ପଞ୍ଚାୟତର ହଜାର ହଜାର ଲୋକ ବ୍ଲକ, ତହସିଲ,ଥାନା ଏବଂ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଏବଂ କଲେଜ୍ ଆସି ନାଇ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ମାତ୍ର ରାସ୍ତା କାମକୁ ଅଧପନ୍ତରିଆ ଭାବେ ପକାଇ ଦେଇ ଠିକାଦାର ପଳାଇ ଯାଇଥିବାର ଅଭିଯୋଗ ହୋଇଛି l ଫଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ଏହି ରାସ୍ତା ଏବେ ଖାଲ ଖମାରେ ପରିଣତ ହେବା ସହ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।ରାଜ୍ୟରେ ଦିଗହରା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ? ନେତା ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ତ୍ରିକୋଣୀୟ ମେଳି ? କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଦିଗହରା ? ଅବଧି ଶେଷ ପରେ ସରୁନି ନିର୍ମାଣ କାର୍ଯ୍ୟ ଠିକାଦାରଙ୍କ ଉପରେ କାହିଁକି ହେଉନାହିଁ ଆକ୍ସନ୍ ? କାହା ଛତ୍ରଛାୟା ତଳେ କରିତକର୍ମା ଠିକାଦାର ?
ଅଧିକ ପଢ଼ନ୍ତୁ ଓଡିଶା ଖବର: