କୂଅରେ ଅଳିଆ ଭର୍ତ୍ତି ହେଲେ ପିଉଛନ୍ତି ଲୋକେ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ସୁଜନପୁର ପଞ୍ଚାୟତର ଜଗଦଳପୁର ଗାଁ। ଗାଁ ମଝିରେ ରହିଛି ଏକ ବହୁ ପୁରୁଣା କୂଅ ଚାରପଟେ ଘେରି ରହିଛି ଜନବସତି। ଗାଁ କୁ ଦେଖିଲେ ଯେତିକି ସୁନ୍ଦର ଲାଗେ ତା ଠୁ ଅଧିକ ଦୁଃଖ ଲାଗେ ଏ କୂଅ ଟିକୁ ଦେଖିଲେ। କୂଅରେ ଥିବା ପାଣି ସମ୍ପୂର୍ଣ୍ଣ ଗୋଳିଆ..ପଲିଥିନ ଜରି ଅଳିଆ ଭାସୁଥିବା ବେଳେ ବେଙ୍ଗ ଓ କଇଁଚ ମଧ୍ୟ ପହଁରୁଛନ୍ତି। ଚାରିପଟ ଅନାବନା ଗଛ ମଧ୍ୟ ଓ଼ଠିଯାଇଛି। ଆଉ ସବୁଠୁ ବଡ଼ କଥା ହେଲା କୂଅରେ ମଟର ଲାଗିଛି। ଭିତରୁ ପାଇପ ଯୋଗେ ପାଣି ନେଉଛନ୍ତି ଲୋକେ, ଏହି ଗୋଳିଆ ଦୂଷିତ ପାଣିକୁ ଗରମ କରି ଛାଣି ପାନୀୟ ଭାବେ ବ୍ୟବହାର କରୁଛନ୍ତି, ସେପଟେ ଗାଁରେ 300 ରୁ ଉର୍ଦ୍ଧ ପରିବାର ବସବାସ କରୁଥିଲା ବେଳେ ମାତ୍ର ଦୁଇଟି ନଳକୂପ ରହିଛି ଯାହାକି ଅଧିକ ବ୍ୟବହାର ଯୋଗୁଁ ଅଧିକାଂଶ ସମୟ ଖରାପ ହେଉଛି । ଗାଁ ଟି ବିଶ୍ୱନାଥ ମୁଣ୍ଡିଆର ପାଦ ଦେଶରେ ଅବସ୍ଥିତ ଯୋଗୁଁ ଏଠି ପାନୀୟ ଜଳର ସଙ୍କଟ ଦେଖାଯାଏ। ଗତ ବିଜେଡି ସରକାର 24 ବର୍ଷ ଶାସନରେ ଥିଲେ ମଧ୍ୟ ଏହି ଗାଁ କୁ ପାନୀୟ ଜଳ ଯୋଗାଇବାରେ ବିଫଳ। ବସୁଧା ଯୋଜନା ଏଠି ଅପହଞ୍ଚ॥
ସେପଟେ ପିପିଲି ନବ ନିର୍ବାଚିତ ସ୍ଥାନୀୟ ବିଧାୟକ ଏହି ଜଗଦଳପୁର ଗାଁ କୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯାଇଥିଲା ବେଳେ ଗ୍ରାମର ମହିଳା ମାନଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିଥିଲେ, ତେବେ ପାନୀୟ ଜଳ ଭଳି ମୌଳିକ ସମସ୍ୟାକୁ ପ୍ରାଥମିକତା ଦେଇ ଏହି ଗାଁ ରେ ଯଥାଶୀଘ୍ର ଏକ ନଳକୂପ ବସାଇବା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା କହିଥିଲା ବେଳେ ବିଗତ ସରକାରର ମିଛ ପ୍ରତିଶୃତି କୁ କଠୋର ସମାଲୋଚନା କରିଛନ୍ତି! ତେବେ ସ୍ଥାନୀୟ ବିଧାୟକ ଲୋକଙ୍କ ପାଖକୁ ଯାଇ ବିଭିନ୍ନ ଅଭିଯୋଗ ଶୁଣୁଥିବା ଯୋଗୁଁ ସମସ୍ୟା ଦୂରୀଭୂତ ହେବ ବୋଲି ଆଶା କରିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର