|
logo
Live

Argus News - ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ? 

Odisha

ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ? 

Manini Pattanayak
Browse all articles by Manini Pattanayak
·1 year ago·1 min read
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ? 

ବ୍ରହ୍ମପୁର:  କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ । ହତ୍ୟାକାଣ୍ଡ ପଛରେ ବିଜେଡି ନେତା ତଥା ଖଲ୍ଲିକୋଟ ରାଣୀଙ୍କ ପୁତୁରା ସାକେତ ରାମା ରାଓ ଏବଂ ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀ ଦୈତାରି ବେହେରାଙ୍କ ହାତ ଥିବା ବିଜେପି ଅଭିଯୋଗ କରିଥିଲା । ଏ ନେଇ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଖଲ୍ଲିକୋଟ ଥାନାରେ ଗଞ୍ଜାମ ଏସ୍ପିଙ୍କୁ ଭେଟି ଅଭିଯୋଗ କରିଥିଲେ ।

ତୁରନ୍ତ ଏହି ଦୁଇଜଣକୁ ଗିରଫ କରିବା ପାଇଁ ଦାବି କରିଥିଲେ।  ହେଲେ ଏ ପର୍ଯ୍ୟନ୍ତ ପୋଲିସ ଏହି ଦୁଇଜଣଙ୍କୁ ତଦନ୍ତ ପରିସରକୁ ଆଣିଲା ନାହିଁ । ଗତକାଲି ଏହି ଏହି ହତ୍ୟାକାଣ୍ଡକୁ ନେଇ ଖଲ୍ଲିକୋଟ ଥାନା ରଣକ୍ଷେତ୍ର ପାଲଟିଥିଲା । ପୋଲିସ ଏବଂ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା ।  ଲାଠି ଚାଲଣା ସହ ପଥର ମାଡ଼ ହୋଇଥିବା ବେଳେ ପୋଲିସ ଏବଂ ସାଧାରଣ ଲୋକ ଆହତ ହୋଇଥିଲେ ।  ପ୍ରଶ୍ନ ଉଠୁଛି ପୋଲିସ କାହାକୁ ସୁରକ୍ଷା ଦେବାକୁ ଚେଷ୍ଠା କରୁଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?  | Argus News