OCA ସଭାପତି ପଦରୁ କେବେ ଇସ୍ତଫା ଦେବେ ବବି

ଭୁବନେଶ୍ୱର: OCA ସଭାପତି ପଦରୁ କେବେ ଇସ୍ତଫା ଦେବେ ବବି। ଫାଓ ସଭାପତି ପଦରୁ ଦେବାଶିଷଙ୍କ ଇସ୍ତଫା ପରେ ତେଜିଲାଣି ଦାବି। ପ୍ରଣବଙ୍କ ବିରୋଧରେ ଫାଓ ନୂଆ ସଭାପତି ସମୀରଙ୍କ ଆରୋପ। କହିଲେ କ୍ଷମତାର ଦୁରୁପଯୋଗ କରି ସଭାପତି ବନିଛନ୍ତି ପ୍ରଣବ ପ୍ରକାଶ। ରାଜ୍ୟରେ ସରକାର ବଦଳିବା ପରେ ଓଡ଼ିଶା କ୍ରୀଡ଼ା ରାଜନୀତିରେ ବି ଆରମ୍ଭ ହୋଇଛି ପରିବର୍ତ୍ତନର ଧାରା। ରାଜ୍ୟ ଫୁଟବଲ ସଂଘ ଫାଓର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ନେତା ତଥାୟ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଏହାପରେ ବରିଷ୍ଠ ବିଜେପି ନେତା ସମୀର ଦେ ଫାଓର ନୂଆ ସଭାପତି ଭାବେ ହୋଇଛନ୍ତି ମନେନୀତ। ଫୁଟବଲ ସଂଘ ପରେ ଏବେ ଓଡ଼ିଶା କ୍ରିକେଟ୍ ଆସୋସିଏସନରେ ପରିବର୍ତ୍ତନକୁ ନେଇ ଯୋର ଧରିଛି ଚର୍ଚ୍ଚା। ଦେବାଶିଷଙ୍କ ପରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ପଦରୁ ଇସ୍ତଫା ଦେବାକୁ ଯୋର ଧରିଛି ଦାବି। ସମୀର ଦେ ସିଧାସଳଖ କହିଛନ୍ତି ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବବି।
ସମୀରଙ୍କ ଅଭିଯୋଗ କ୍ଷମତାର ଅପବ୍ୟବହାର କରି OCA ସଭାପତି ହୋଇଛନ୍ତି ପ୍ରଣବ ପ୍ରକାଶ ଓ ବବି ଦାସ। ରାଜନୀତି କରିବାକୁ OCA ଆସିଥିଲେ ବବି। ଏଥିସହ ଓଡ଼ିଶାରେ କ୍ରୀଡା ନାଁରେ ଯେଉଁଭଳି କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି ଏହାର ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡିତ କରାଯିବ ବୋଲି କହିଛନ୍ତି ସମୀର। ବିଜେଡି ରାଜନୀତିରେ ପ୍ରଭାବଶାଳୀ ଥିବା ପ୍ରଣବ ପ୍ରକାଶ ୨୦୨୨ରେ କ୍ରୀଡ଼ା ରାଜନୀତିର ପ୍ରବେଶ କରିବା ସହ ଓସିଏ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ୨୦୨୫ରେ ଓସିଏରେ ନିର୍ବାଚନ ହେବାକୁ ଥିବା ବେଳେ ସେ ପର୍ଯ୍ୟନ୍ତ ସଭାପତି ପଦରେ ରହିବେ ବବି ନା ଦେବାଶିଷଙ୍କ ରାସ୍ତାରେ ଯାଇ ସମ୍ମାନଜନକ ଭାବେ ସଭାପତି ପଦ ଛାଡ଼ିଦେବେ ଏହାକୁ ନେଇ ଉଠିଛି ପ୍ରଶ୍ନ।
ଅଧିକ ପଢନ୍ତୁ ଓଡ଼ିଶା ଖବର