ପଖାଳକୁ କେବେ ମିଳିବ GI ଟ୍ୟାଗ୍ ?

କଟକ: ବଡ ହଣ୍ଡାରେ ରହିଛି ଛୁଙ୍କ ପଖାଳ । ସାଙ୍ଗକୁ କୋଶିଳା ଶାଗ ଭଜା, ବଡି ଚୁରା, ଆଳୁ ଭର୍ତ୍ତା, ଟମାଟୋ ପାଗ, ଆଳୁ ବିନ୍ସ ଚିପ୍ସ, କାକୁଡି, ମାଛ ମସଲା, ଆଉ କଞ୍ଚା ପିଆଜ । ଏତିକିକୁ ଆପଣ ବୁଝିଯିବେଣି ଏଠି କଣ ଚାଲିଛି । ପଖାଳ ଦିବସ ଦୁଇ ଦିନ ପୂର୍ବରୁ ନିଆରା ଭାବେ ପାଳନ କରିଛନ୍ତି କଟକର ଏକ ସ୍ବେଚ୍ଛାସେବୀ ସଂଗଠନ । କିନ୍ତୁ ଖୁସିର କଥା ହେଉଛି ଏଥିରେ କିଛି ଗାୟକ, ଅଭିନେତା ସାମିଲ ହୋଇ ଅତିଥି ଭାବେ ଆସିଥିବା ବେଳେ ଚାଷୀ ଭାଇ ମାନେ ଏଥିରେ ସାମିଲ ହୋଇଥିଲେ ।
ଏହି ସଙ୍ଗଠନ ପକ୍ଷରୁ ପଖାଳ ଗଣ୍ଡାକ ଯିଏ ଯୋଗାଇ ଦିଏ, ଏହି ଚାଷୀ ଭାଇଙ୍କ ଗୋଡ ଅତି ଜତନର ସହ ଧୋଇ ଖାଇବାକୁ ଦିଆଯାଇଛି । ଖାଲି ସେତିକି ନୁହେଁ ତାଙ୍କ ସହ ବସି ଏହି ସଙ୍ଗଠନର କର୍ମକର୍ତ୍ତା ଖାଇବା ସହ ତାଙ୍କୁ ଖୁଆଇ ମଧ୍ୟ ଦେଇଛନ୍ତି । ଏଭଳି ପ୍ରୟାସକୁ ନେଇ ପ୍ରଶଂସା କରିଛନ୍ତି ଖୋଜ ଚାଷୀ ଭାଇ ।
ପଖାଳ ହେଉଛି ପ୍ରତିଟି ଓଡ଼ିଆର ପ୍ରିୟ ଖାଦ୍ୟ । ହେଲେ ଆଜି ସୁଦ୍ଧା ଏପର୍ଯ୍ୟନ୍ତ ପଖାଳକୁ ଜି ଆଇ ଟ୍ୟାଗର ମାନ୍ୟତା ମିଳିପାରିନାହିଁ । ସରକାର ଏ ଦିଗରେ ଚିନ୍ତା କରି ଜିଆଇ ଟ୍ୟାଗ୍ ମିଳିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ । ସେପଟେ ଅଭିନେତା କୁନା ତ୍ରିପାଠୀ ମଧ୍ୟ ଏଥିରେ ଯୋଗ ଦେଇ କହିଛନ୍ତି ପଖାଳକୁ ଜି.ଆଇ ଟ୍ୟାଗର ମାନ୍ୟତା ମିଳିବା ପାଇଁ ଏବେ ଠାରୁ ଏ ପ୍ରୟାସ ଆରମ୍ଭ ହେବା ଦରକାର ।
📱 Get Argus News App
✨କଟକରେ ଆଜି ଏକାଧିକ ସଂଗଠନ ପକ୍ଷରୁ ପଖାଳ ଦିବସ ପାଳନ କରାଯାଇଥିବାବେଳେ ଆସନ୍ତା ବୁଧବାର ମାର୍ଚ୍ଚ 20ରେ ପୁରା ଦେଶରେ ପାଳନ ହେବ ପଖାଳ ଦିବସ । ଏଥିପାଇଁ ସମସ୍ତ ହୋଟେଲରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।
ଆହୁରି ପଢନ୍ତୁ ଓଡିଶା ଖବର...
