କେବେ ନିଜ ହକ୍ ପାଇବେ ରେଙ୍ଗାଳି ବିସ୍ଥାପିତ ?

Key Points
- କେବେ ନିଜ ହକ୍ ପାଇବେ ରେଙ୍ଗାଳି ବିସ୍ଥାପିତ ?
- ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି ରାଜ୍ୟ ସରକାର
- କ୍ଷତିପୂରଣ ପାଇଁ 48 ବର୍ଷ ହେଲା ଚାଲିଛି ସଂଘର୍ଷ
- ଆନ୍ଦୋଳନ ଓ 12 ଦିନ ଜଳସତ୍ୟାଗ୍ରହ ପରେ ବି ଫଳ ଶୂନ
- ଶେଷରେ କିରୋସିନ୍ ଢାଳି ଆନ୍ଦୋଳନକାରୀଙ୍କ ଆତ୍ମାହୁତି ଉଦ୍ୟମ
ଅନୁଗୁଳ: ପାଲଲହଡା ରେଙ୍ଗାଳି ଜଳଭଣ୍ଡାରରେ କ୍ଷତିଗ୍ରସ୍ତ ବିସ୍ଥାପିତଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା । ନା ମିଳୁଛି ତାଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି, ନା ପୂରଣ ହେଉଛି 6 ଦଫା ଦାବି । ପ୍ରଥମେ ରାଜରାସ୍ତାରେ ଆନ୍ଦୋଳନ ପରେ ରେଙ୍ଗାଳି ଜଳଭଣ୍ଡାର ଭିତରେ ଦୀର୍ଘ 12 ଦିନର ଜଳ ସତ୍ୟାଗ୍ରହ । ତଥାପି ଦାବି ପୂରଣ ନେଇ ନିଦାବିଷ୍ଣୁ ରାଜ୍ୟ ସରକାର । 2 ଶହରୁ ଅଧିକ ଗାଁ, ପ୍ରାୟ 13 ହଜାର ପରିବାର ନିଜର ଭିଟାମାଟି ହରାଇବା ପରେ କ୍ଷତିପୂରଣ ପାଇଁ 48 ବର୍ଷ ହେଲା ସଂଘର୍ଷ କରୁଛନ୍ତି । ଶେଷରେ ପାଳଲହଡା ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ କିରୋସିନ୍ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ରେଙ୍ଗାଳି କ୍ଷତିଗ୍ରସ୍ତ ପ୍ରଜା । ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ୍ ।
ଡିସେମ୍ବର 1ରୁ 12 ତାରିଖ ଯାଏଁ ବିସ୍ଥାପିତ କରିଥିଲେ ଜଳ ସତ୍ୟାଗ୍ରହ । ସେ ସମୟରେ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ 3 ମାସ ପରେ ବି କୌଣସି ଦାବି ପୂରଣ ହେଲାନି । 2010ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରେଙ୍ଗାଳି ପ୍ରକଳ୍ପ ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦ ପ୍ରାୟ 152 କୋଟି ଟଙ୍କାର ଆକଳନ କରାଯାଇଥିଲା । ହେଲେ ଦୀର୍ଘ ବର୍ଷ ପରେ ବି କେବଳ ଆକଳନରେ ହିଁ ସୀମିତ ରହିଗଲା ନବୀନଙ୍କ ନିର୍ଦ୍ଦେଶ ।
ରେଙ୍ଗାଳି ବିସ୍ଥାପିତ ପ୍ରତି କାହିଁକି ଏତେ ନିଷ୍ଠୁର 24 ବର୍ଷର ସ୍ଥିର ରାଜ୍ୟ ସରକାର ? । ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା କରି ଚାଲିଛନ୍ତି । ଆଉ ଶେଷରେ ବିସ୍ଥାପିତ ଆପଣେଇଛନ୍ତି ଚରମ ନିଷ୍ପତ୍ତି।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...