Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଲଡିକ୍ଲିଆ ଗାଁରେ କେବେ ଉଇଁବ ବିକାଶର ସୂର୍ଯ୍ୟ ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନିଲଡିକ୍ଲିଆ ଗାଁରେ କେବେ ଉଇଁବ ବିକାଶର ସୂର୍ଯ୍ୟ ?

ଅର୍ଗସ ବ୍ୟୁରୋ:  ସମୟ ବଦଳୁଛି । ହେଲେ ବଦଳୁନି ସ୍ଥିତି । କେବେ ହେବ ବିକାଶ । ଛାଡି ଗଲାଣି ଆଶା । ଯାହା ଅଛି, ତାକୁ ହିଁ ଜୀବନ ଭାବି ନେଇଛନ୍ତି ନିଲଡିକ୍ଲିଆ । ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥିତ ଏହି ଗାଁର ଅବସ୍ଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଘଞ୍ଚଜଙ୍ଗଲ, ପାହାଡ଼ ଘେରରେ ବଞ୍ଚୁଛନ୍ତି ନୀରିହ ଆଦିବାସୀ ।.. ନା ଚାଲିବାକୁ ଅଛି ଭଲ ରାସ୍ତା ନା ପିଇବାକୁ ବିଶୁଦ୍ଧ ପାନୀୟ ଜଳ । ଏପରିକି ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ନାହିଁ ପକ୍କା ଘର । ମୁଖ୍ୟରାସ୍ତାଠୁ ନିଜ ଗାଁକୁ ଯିବାକୁ ହେଲେ ଅଙ୍କାବଙ୍କା ପଥୁରିଆ ରାସ୍ତା ଦେଇ ଯିବାକୁ ପଡ଼େ । ବର୍ଷାଦିନେ ଅବସ୍ଥା ଏପରି ହେଉଛି ନକହିବା ଭଲ । ପିଇବା ପାଣିର କି ଅବସ୍ଥା । ଗାଁରେ ଥିବା କୂଅରୁ ବାହାରୁଛି ଦୁର୍ଗନ୍ଧ ଓ ଅସନା ଜଳ । ଆକୁ କପଡାରେ ଛାଣି ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ ।

ଖାଲି ସେତିକି ନୁହେଁ, ସୂର୍ଯ୍ୟ ନଇଁଲେ ମାତ୍ରେ ମାଡି ଆସେ ବିପଦ । କାହିଁକି ନା ବିଜୁଳି ଆଲୁଅ ସାତ ସପନ ପାଲଟିଥିବା ବେଳେ କିଟ୍ କିଟ୍ ଅନ୍ଧାରରେ କିଛି ଦେଖାଯାଏନି । କେବଳ ସେତିକି ନୁହେଁ, ସରକାରଙ୍କ ଆବାସ ଯୋଜନାରେ ବି ଘର ଖଣ୍ଡିଏ ଏମାନଙ୍କ ପାଇଁ ଅପହଞ୍ଚ । ସମସ୍ୟା ନେଇ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି, ହେଲେ କିଛି ବି ସୁଫଳ ନାହିଁ । ଦୀର୍ଘ 25 ବର୍ଷ ଶାସନରେ ରହିଲା ବିଜେଡି । ତଥାପି ଗ୍ରାମାଞ୍ଚଳର ବିକାଶ କରିପାରିଲାନି । ଏବେ ବଦଳିଛି ସମୟ । ନିଲଡିକ୍ଲିଆବାସୀଙ୍କ ସ୍ଥିତି ବଦଳାଇବ କି ମୋହନ ସରକାର ?, ତାକୁ ହିଁ ଅପେକ୍ଷା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
When will the sunrise in the village of open ? | Argus News