Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାନଦୀରୁ ଇନ୍ଦ୍ରାବତୀ, ନବୀନ ଯାହା କୁହନ୍ତି କରନ୍ତିନି

Odisha

ମହାନଦୀରୁ ଇନ୍ଦ୍ରାବତୀ, ନବୀନ ଯାହା କୁହନ୍ତି କରନ୍ତିନି

Manini Pattanayak
Browse all articles by Manini Pattanayak
·2 years ago·2 min read
ମହାନଦୀରୁ ଇନ୍ଦ୍ରାବତୀ, ନବୀନ ଯାହା କୁହନ୍ତି କରନ୍ତିନି

ଭୁବନେଶ୍ୱର: ନବୀନ ଯାହା କୁହନ୍ତି କରନ୍ତିନି । ମା କହି ମହାନଦୀ ଓ ଇନ୍ଦ୍ରାବତୀକୁ ଧୋକ୍କା ଦେଲେ ମୁଖ୍ୟମନ୍ତ୍ରୀ । ପ୍ରତିଶ୍ରୁତିର 10 ବର୍ଷ ପରେ ବି ଇନ୍ଦ୍ରାବତୀ ଜଳସେଚନ ଲଲିପପ୍ । କୁଆଡେ ଗଲା ମହାନଦୀରେ 7 ବ୍ୟାରେଜ୍ ନିର୍ମାଣର ଘୋଷଣା ? । ଅଭ୍ୟାସଗତ ମିଛୁଆ ପାଲିଟିଛି ବିଜେଡି ସରକାର  । 
 କେସ୍ ନମ୍ବର-1
ଇନ୍ଦ୍ରାବତୀ ଜଳସେଚନ

2014, ନିର୍ବାଚନୀ ପ୍ରଚାର ବେଳେ ଇନ୍ଦ୍ରାବତୀକୁ ମା କହି ନବରଙ୍ଗପୁରବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀାନ ପଟ୍ଟନାୟକ । ଯୋଜନା ଥିଲା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ମାଧ୍ୟମରେ 50 ହଜାର ହେକଟର ଚାଷ ଜମି ଜଳସେଚିତ ହେବ । ହେଲେ ମା କହି ଧୋକ୍କା ଦେଲେ ନବୀନ ସରକାର। 10 ବର୍ଷ ପରେ ଇଏ ହେଉଛି ଚିତ୍ର । ଜଳସେଚନ ପ୍ରକଳ୍ପ ଫେଲ୍, ଚାଷ ଜମିକୁ ଯାଉନାହିଁ ଇଦ୍ରାବତୀ ପାଣି, ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ନବରଙ୍ଗପୁରବାସୀ। ଖାଲି ସେତିକି ନୁହେଁ, ବିସ୍ଥାପିତଙ୍କୁ ବି ମିଳିନାହିଁ କ୍ଷତିପୂରଣ ।
 କେସ୍ ନମ୍ବର-2
ମହାନଦୀ ବନ୍ଧ

 ପୂର୍ବରୁ ମହାନଦୀକୁ ମା କହି ମଧ୍ୟ ଓଡ଼ିଶାବାସୀଙ୍କୁ ପ୍ରତାରିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 2017ରେ ମହାନଦୀକୁ ନେଇ ଢେର ରାଜନିତୀ କରିଥିଲା ବିଜେଡି । ଛତିଶଗଡ଼ ବନ୍ଧ ବାନ୍ଧି ପାଣିକୁ ସଂରକ୍ଷଣ କରୁଥିବା ବେଳେ ଓଡ଼ିଶାରେ ପାଣି ଯାଇ ମିଶୁଛି ସମୁଦ୍ରରେ। 2018ରେ ସରକାର ଘୋଷଣା କଲେ ମହାନଦୀରେ ନିର୍ମାଣ ହେବ 7 ବ୍ୟାରେଜ। 6 ବର୍ଷ ପରେ ଫଳ ଶୂନ । ଶୁଖିଲା ପଡିଛି ମହାନଦୀ। ପାଣି ପାଇଁ ଚାରିଆଡେ ହାହାକାର ।... 
 କେସ୍ ନମ୍ବର-3
ଚାଷୀଙ୍କୁ ବୋନସ୍ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମା କହି ମହାନଦୀ ଓ ଇନ୍ଦ୍ରାବତୀକୁ ଧୋକ୍କା ଦେଇଦେଲେ ନବୀନ। ଖାଲି ମହାନଦୀ ଇନ୍ଦ୍ରାବତୀ ନୁହେଁ, ଚାଷୀଙ୍କୁ ବି ଠକିଦେଇଛନ୍ତି ନବୀନ। 2015 ସୋହେଲା ସମାବେଶରେ କ୍ବିଣ୍ଟାଲ ପିଛା ଚାଷୀଙ୍କୁ ଶହେ ଟଙ୍କା ବୋନସ୍ ଦେବେ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 9 ବର୍ଷ ପରେ ଚାଷୀଙ୍କୁ ମିଳିଲା କେବଳ ପ୍ରତାରଣା।  
 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Education Next Season 5
Sponsored
Where did the announcement of construction of 7 barrages in Mahanadi go? . | Argus News