Videos
|
Odisha

ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନ ଚୋରି ପ୍ରସଙ୍ଗ

Manini Pattanayak
Browse all articles by Manini Pattanayak
·2 years ago·1 min read
ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନ ଚୋରି ପ୍ରସଙ୍ଗ

 ପୁରୀ: ରତ୍ନ ଭଣ୍ଡାର ଚାବି ପଳାଇଛି କି ତାମିଲନାଡୁ ?  ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନ ଚୋରି ପ୍ରସଙ୍ଗ । ତାମିଲନାଡୁକୁ ରତ୍ନଭଣ୍ଡାର ଚାବି ନେଇଛି କିଏ ? । ନାଁ ନ ନେଇଥିଲେ ବି ପାଣ୍ଡିଆନଙ୍କ ଆଡକୁ ଇଙ୍ଗିତ କଲେ ମୋଦି । 24 ନିର୍ବାଚନର ରତ୍ନ ଭଣ୍ଡାର ହୋଇଛି ଲୋକଙ୍କ ପାଇଁ ବଡ ପ୍ରସଙ୍ଗ । ବିଜେପି ସରକାରକୁ ଆସିଲେ ରତ୍ନଭଣ୍ଡାର ସତ ସାମ୍ନାକୁ ଆସିବା ସହ କାହାକୁ ଛଡାଯିବନି କହିଲେ ପିଏମ୍ ।  କୁଆଡ଼େ ଗଲା ରତ୍ନଭଣ୍ଡାରର ଅସଲି ଚାବି। ଚାବି ତାମିଲନାଡ଼ୁକୁ ଯାଇଛି ବୋଲି କହି ଆଜି 25 ବର୍ଷର  ବିଜେଡି ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ମୋଦି..କଟକ ସଭା ମୋଦିଙ୍କ ଏ ମନ୍ତବ୍ୟ ତାମିଲ ଗୁମାସ୍ତା ବିବାଦରେ ନୂଆ ଟୁଇଷ୍ଟ ଆଣିଛି। ବିଜେପି ସରକାରକୁ ଆସିଲେ ରତ୍ନଭଣ୍ଡାରର ରାଜ ଖୋଲିବା ସହ ଦୋଷୀଙ୍କୁ ଦଣ୍ଡର କଡା ଚେତାବନୀ ଦେଇଛନ୍ତି ମୋଦି।

ପୂର୍ବରୁ ବୁଦ୍ଦିଜୀବି କହିଥିଲେ କାଞ୍ଚିବିଜୟର ବଦଲା ନେଉଛନ୍ତି ପାଣ୍ଡିଆନ। କାଞ୍ଚିମାନେ ତାମିଲନାଡୁ...ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରିଥିଲେ। ହୀରା-ନୀଳା-ମୋତି-ମାଣିକ ଆଣି ମହାପ୍ରଭୁଙ୍କୁ ସମର୍ପି ଦେଇଥିଲେ...ସେ ରତ୍ନକୁ ଷଡଯନ୍ତ୍ର କରି ପାଣ୍ଡିଆନ ଡୁପ୍ଲିକେଟ ଚାବିରେ ଭଣ୍ଡାର ଖୋଲି।  ଆଜି ମୋଦିଙ୍କ ମନ୍ତବ୍ୟ ପରେ ଏ ପ୍ରସଙ୍ଗରେ ଅଧିକ ଆକ୍ରମଣତ୍କମ ହୋଇଛି ବିଜେପି। ପୂର୍ବରୁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ  ଅମିତ ଶାହା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନେଇଥିଲେ କଡା ଆଭିମୁଖ୍ୟ.. ବିଶ୍ବଶର୍ମା ଜୁନ 10 ସୁଦ୍ଦା ଚାବି ଫେରାଇବାକୁ ଦେଇଥିଲେ ଅଲିଟିମେଟମ
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Where has the real key to the treasure gone? | Argus News