Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେଉଁଠି ଖର୍ଚ୍ଚ ହୋଇଛି 5T ଅଧୀନରେ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ?

Odisha

କେଉଁଠି ଖର୍ଚ୍ଚ ହୋଇଛି 5T ଅଧୀନରେ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
କେଉଁଠି ଖର୍ଚ୍ଚ ହୋଇଛି 5T ଅଧୀନରେ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ?

ଅର୍ଗସ ବ୍ୟୁରୋ:  ଖରା ଓ ଶୀତ ଦିନେ ତ ବାରଣ୍ଡାରେ ଚଳି ଯାଉଛି । ହେଲେ ବର୍ଷା ହେଲେ ପୁରା ପାଠପଢା ଠପ୍ ।  ଦୃଶ୍ୟ ବଖାଣୁଛି କେତେ ଦୟନୀୟ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଆଉ ଏ କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ପାରଳାଖେମୁଣ୍ଡି ସହର ଉପକଣ୍ଠ ଗୋଷାଣୀ ବ୍ଲକ ବି.ସୀତାପୁର ସ୍ଥିତ ଗୋପୀନାଥ ନନ୍ଦ ଉଚ୍ଚ ବିଦ୍ୟାଳୟ ।.. ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ 150ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ଏଠାରେ । ହେଲେ ସ୍କୁଲରେ ରହିଛି ମାତ୍ର ୪ଟି ପ୍ରକୋଷ୍ଠ । ସେଥିମଧ୍ୟରୁ 2ଟି ପ୍ରକୋଷ୍ଠରେ ବିଦ୍ୟାଳୟର କାର୍ଯ୍ୟାଳୟ ଓ ଷ୍ଟୋର୍ ରୁମ୍ ଚାଲିଛି । ଆଉ ଦୁଇଟି ପ୍ରକୋଷ୍ଠ ଏବଂ ବାରଣ୍ଡାରେ ବସି ପିଲା ପଢୁଛନ୍ତି । କେବଳ ସେତିକି ନୁହେଁ, ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି ।

ବିଜେଡି ଶାସନ ଅମଳରେ ଏହି ବିଦ୍ୟାଳୟର ଉନ୍ନତି ଲାଗି 5T ଅଧୀନରେ 51 ଲକ୍ଷ ଟଙ୍କା ଆସିଥିଲା ।.ଯାହାକି ଗୋଷାଣି ବିଡିଓଙ୍କୁ ଟଙ୍କା ହସ୍ତାନ୍ତର କରାଯାଇଥିଲା । ସ୍କୁଲରେ କାମ ଆରମ୍ଭ ହେଲା, ହେଲେ କିଛି ଦିନ ପରେ ବନ୍ଦ ହୋଇଯାଇଥିଲା ।.ଏହା ଭିତରେ ଦୀର୍ଘ ବର୍ଷ ବିତିଗଲାଣି କାମ ସେମିତି ପଡି ରହିଛି । ପିଲାମାନେ ଯେଉଁ ଅସୁବିଧାକୁ ସେଇ ଅସୁବିଧାରେ ।ଏନେଇ ସ୍କୁଲ୍ କର୍ତ୍ତୃପକ୍ଷ ବ୍ଲକ୍ ପ୍ରଶାସନଠୁ ଲୋକ ପ୍ରତିନିଧି ଯାଏଁ ଅଭିଯୋଗ କରିଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Where have the millions of rupees under 5T been spent? | Argus News