Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମେଣ୍ଟ ହେବ ନା ନାହିଁ, ଗ୍ରାସରୁଟରୁ ନେଇ ଭୁବନେଶ୍ୱର ଉଭୟ ଦଳରେ ଜୋରଦାର ଚର୍ଚ୍ଚା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମେଣ୍ଟ ହେବ ନା ନାହିଁ, ଗ୍ରାସରୁଟରୁ ନେଇ ଭୁବନେଶ୍ୱର ଉଭୟ ଦଳରେ ଜୋରଦାର ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ରାଜଦୀପ ସରଦେଶାଇଙ୍କ ଭଳି ରାଜନୈତିକ ବିଶ୍ଳେଷକଙ୍କ ସୋସିଆଲ ମିଡିଆ ଟ୍ବିଟ୍ ମେଣ୍ଟ ଚର୍ଚ୍ଚାକୁ ଯୋଗାଇଛି ଆହୁରି ଖୋରାକ୍ । ବିଜେଡି ବିଧାନସଭାରେ କମ୍ପରମାଇଜ କରି ଶହେରୁ ତଳକୁ ଖସୁଥିବା ବେଳେ ଲୋକସଭା ଆସନରେ ସିଂହଭାଗ ବିଜେପିକୁ ଦେଉଛି । ଯାହାକୁ ନେଇ ରାଜନୈତିକ ସମୀକ୍ଷକଙ୍କ ଭିତରେ ଚର୍ଚ୍ଚା । ମୋଦିଙ୍କ 4ଶହ ପାର୍ ନାରାରେ ବିରୋଧୀ ଶିବିରରେ କମ୍ପନ । ମୋଦିଙ୍କ ପପୁଲାରିଟି ଯୋଗୁ ବାଧ୍ୟ ହେଉଛି ବିଜେଡି । ମୋଦିଙ୍କ ନାରା 400 ପାର୍ ସମର୍ଥନରେ NDAକୁ ଫେରିବ ବିଜେଡି । ତେବେ ଏସବୁ ଭିତରେ ବିଜେପି କହିଛି ଆମ ପାଖକୁ ମେଣ୍ଟ ନେଇ କୌଣସି ଖବର ଆସିନାହିଁ । ଶୀର୍ଷ ନେତୃତ୍ବ ନିଷ୍ପତି ନେଇ ସାରିଲା ପରେ କିଛି କହି ହେବ । ବିଜେଡି କହିଛି ମେଣ୍ଟ କିଛି ନୂଆ କଥା ନୁହେଁ । ବିଗତ ଦିନରେ ବି ଆମର ମେଣ୍ଟ ହୋଇଥିଲା ଆଗାମୀ ଦିନରେ ମେଣ୍ଟ ହେବ । ଆସନ ବୁଝାମଣା କୁ ନେଇ ତର୍ଜମା ଚାଲିଛି ।

ମେଣ୍ଟ ପାଇଁ ବିଜେଡି  କାହିଁକି ଆଗ୍ରହୀ ସେ ଗୋଲକ ଧନ୍ଦାରୁ ପରାଦା ହଟାଇବାକୁ   ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ଓ  ଅମିତାଭ ଟିୱାରି କରିଥିଲେ ପ୍ରୟାସ
ରୁବେନ ବାନାର୍ଜୀ। ଚର୍ଚ୍ଚା ହେଉଛି ମେଣ୍ଟ କୁ ନେଇ ଦୀର୍ଘ 10 ଦିନ ଲାଗି ରହିଥିବା ଚର୍ଚ୍ଚାର ଆସନ୍ତା କାଲି ଘଟିପାରେ ଅବସାନ । ଉଭୟ ଦଳ ଏକାଠି ଲଢିବେ ନା ଏକାକି ଲଢିବେ ଆସନ୍ତା କାଲି ପିକ୍ଚର କ୍ଲିଅର ହେବାର ସମ୍ଭାବନା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Whether or not there will be a ment, from the grassroots to Bhubaneswar, there is a lot of discussion in both parties | Argus News