Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇଲେକ୍ଟେଡ୍ ମନ୍ତ୍ରୀମାନେ ନୋମିନେଟେଡ୍ ଲୋକ ପାଇଁ ପାଲ ପକାଉଛନ୍ତି କି ନାହିଁ

Odisha

ଇଲେକ୍ଟେଡ୍ ମନ୍ତ୍ରୀମାନେ ନୋମିନେଟେଡ୍ ଲୋକ ପାଇଁ ପାଲ ପକାଉଛନ୍ତି କି ନାହିଁ

Ritu Das
Browse all articles by Ritu Das
·2 years ago·2 min read
ଇଲେକ୍ଟେଡ୍ ମନ୍ତ୍ରୀମାନେ ନୋମିନେଟେଡ୍ ଲୋକ ପାଇଁ ପାଲ ପକାଉଛନ୍ତି କି ନାହିଁ

Key Points

•    ବିଜେଡି ନେତା ପ୍ରଣବ ଦାସଙ୍କର ପାଠ କମ ବସ୍ତାନି ବେଶୀ, ନିଜ ପିତାଙ୍କ ସ୍ୱଭାବରୁ ସେ କେମିତି ଦୁରେଇଗଲେ ?
•    ସ୍ୱର୍ଗତ ଅଶୋକ ଦାସ ଉପରେ ରହି ଭାବୁଥିବେ, ସେ ଯେଉଁ ପିଲାକୁ ଜନ୍ମ ଦେଇଥିଲେ, ସେ ଆଜି କେଉଁ ଭଳି କାମରେ ନିୟୋଜିତ ଅଛି
•     ପ୍ରଣବ ପ୍ରକାଶ ଦାସ କେତେବେଳେ କ୍ରୀତଦାସର ଭୂମିକାର ଦାୟିତ୍ୱରେ ରହୁଛନ୍ତି ତ କେତେବେଳେ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି 
•    ନିଜ ଦଳର ନେତା ନବ ଦାସଙ୍କ ହତ୍ୟାର ରହସ୍ୟ ଯେଉଁ ସରକାର ଏ ପର୍ଯ୍ୟନ୍ତ ଉନ୍ମୋଚନ କରିପାରିନି, ସେ ଦଳର ନେତା ପ୍ରଣବ ପ୍ରକାଶ ଦାଶ ଅନ୍ୟକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ହାସ୍ୟାସ୍ପଦ
•    ମମିତା ମେହେର, ପରୀ, କୁନ୍ଦୁଲି, ବେବିନା, ଇତିଶ୍ରୀ, ପିହୁ ଭଳି ଘଟଣାକୁ ଚପାଇବା ପାଇଁ ବିଜେଡି ସରକାର କଣ ଚେଷ୍ଟା କରିଛନ୍ତି, ତାହା ସମସ୍ତଙ୍କୁ ଜଣା 
•    ବିଜେଡି ନେତା ନିଜ ପ୍ରଶ୍ନକୁ ନିଜେ ପଚାରି ହୃଦୟରୁ ଆସୁଥିବା ଉତ୍ତରକୁ ଆତ୍ମସମୀକ୍ଷା କରନ୍ତୁ
•    ଓଡ଼ିଶାକୁ ଆଜି ତଳ ସ୍ତରକୁ କିଏ ନେଉଛି  ? ଇଲେକ୍ଟେଡ୍ ମନ୍ତ୍ରୀମାନେ ନୋମିନେଟେଡ୍ ଲୋକ ପାଇଁ ପାଲ ବିଛାଉଛନ୍ତି ନା ନାହିଁ  ? 
•    ନିଜର ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ପ୍ରଣବ ପ୍ରକାଶ ଦାସ ଯେଉଁ ପାଠ ପଢାଉଛନ୍ତି, ତାହା ଦୁର୍ଭାଗ୍ୟଜନକ
•     ଓଡ଼ିଶାରେ ଯାହା ଚାଲିଛି, ଚକା ଆଖି ସବୁ ଦେଖୁଛି 
 

ଅର୍ଗସ ବ୍ୟୁରୋ: ନିଜ ଦଳର ନେତା ନବ ଦାସଙ୍କ ହତ୍ୟାର ରହସ୍ୟ ଯେଉଁ ସରକାର ଏ ପର୍ଯ୍ୟନ୍ତ ଉନ୍ମୋଚନ କରିପାରିନି, ସେ ଦଳର ନେତା ପ୍ରଣବ ପ୍ରକାଶ ଦାଶ ଅନ୍ୟକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ମମିତା ମେହେର, ପରୀ, କୁନ୍ଦୁଲି, ବେବିନା, ଇତିଶ୍ରୀ, ପିହୁ ଭଳି ଘଟଣାକୁ ଚପାଇବା ପାଇଁ ବିଜେଡି ସରକାର କଣ ଚେଷ୍ଟା କରିଛନ୍ତି, ତାହା ସମସ୍ତଙ୍କୁ ଜଣା । ବିଜେଡି ନେତା ନିଜେ ନିଜକୁ ପ୍ରଶ୍ନ ପଚାରି ହୃଦୟରୁ ଆସୁଥିବା ଉତ୍ତରକୁ ସମୀକ୍ଷା କରନ୍ତୁ ବୋଲି ‘ଏକ୍ସ’ରେ କହିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । 

ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କର ପାଠ କମ ବସ୍ତାନି ବେଶୀ । ଏ କଥାକୁ ଆମେ ଥରେ ନୁହେଁ ବହୁତ ଥର କହିସାରିଛୁ । ତାଙ୍କ ପିତା ସ୍ୱର୍ଗତ ଅଶୋକ ଦାସଙ୍କ ସ୍ୱଭାବରୁ ସେ କେମିତି ଦୁରେଇଗଲେ ? ସ୍ୱର୍ଗତ ଅଶୋକ ଦାସ ବି ଉପରେ ରହି ଭାବୁଥିବେ, ସେ ଯେଉଁ ପିଲାକୁ ଜନ୍ମ ଦେଇଥିଲେ, ସେ ଆଜି କେଉଁ ଭଳି କାମରେ ନିୟୋଜିତ ଅଛି । ସେ କେତେବେଳେ କ୍ରୀତଦାସର ଭୂମିକାର ଦାୟିତ୍ୱରେ ରହୁଛନ୍ତି ତ କେତେବେଳେ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । 

ନିଜର ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ପ୍ରଣବ ପ୍ରକାଶ ଦାସ ଯେଉଁ ପାଠ ପଢାଉଛନ୍ତି, ତାହା ଦୁର୍ଭାଗ୍ୟଜନକ । ଅନ୍ତତଃ ତାଙ୍କ ଭଳି ନେତାଙ୍କ ଠାରୁ ଅବା କ’ଣ ଆଶା କରାଯାଇପାରେ  ? ପରୀ ଘଟଣା ଉପରେ ପ୍ରଣବ ପ୍ରକାଶ ଦାସ  ଯାହା କହିଛନ୍ତି, ସେ କଥା ନିଜକୁ ପଚାରିଲେ ଭଲ ହେବ । ଓଡ଼ିଶାକୁ ଆଜି ତଳ ସ୍ତରକୁ କିଏ ନେଇଛି  ? ଇଲେକ୍ଟେଡ୍ ମନ୍ତ୍ରୀମାନେ ନୋମିନେଟେଡ୍ ଲୋକ ପାଇଁ ପାଲ ପକାଉଛନ୍ତି ନା ନାହିଁ  ? ଓଡ଼ିଶାରୁ ଏଭଳି ହୀନ ରାଜନୈତିକ ପରମ୍ପରା ଶ୍ରୀ ଦାସଙ୍କ ଭଳି ନେତାମାନେ ଆରମ୍ଭ କରିଛନ୍ତି । ଓଡ଼ିଶାରେ ଯାହା ଚାଲିଛି, ଚକା ଆଖି ସବୁ ଦେଖୁଛି ବୋଲି ଶ୍ରୀ ମହାପାତ୍ର ଟ୍ୱିଟ୍ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
Whether the elected | Argus News