ମାଛ ଧରିବା ହେଲା କାଳ, ପୋଖରୀରେ ବୁଡି ଯୁବକ ମୃତ
·2 years ago·1 min read

କେନ୍ଦୁଝର: ଚମ୍ପୁଆ ଥାନା, ବଡନଈ ଗାଁ ରେ ଅଘଟଣ । ମାଛ ଧରିବା ହେଲା କାଳ, ପୋଖରୀରେ ବୁଡି ଯୁବକ ମୃତ । ମୃତକ ହେଲେ ପଳସା ଗ୍ରାମର ଶେଷଦେବ ନାଏକ । ସୂଚନାମୁତାବକ ଶେଷଦେବ ନାଏକ ତା'ର ତିନି ଜଣ ସାଙ୍ଗଙ୍କ ସହିତ ବଡ଼ନଈ ଗ୍ରାମର ଏକ ପୋଖରୀକୁ ମାଛ ମାରିବାକୁ ଯାଇଥିଲେ।
ମାଛ ମାରୁଥିବା ସମୟରେ ସେ ପୋଖରୀ ମଝିକୁ ଚାଲି ଯାଇଥିଲେ । ମଝି ପୋଖରୀ ଅଧିକ ଗଭୀର ଥିବାରୁ ସେଠାରେ ସେ ପାଣି ଭିତରେ ବୁଡ଼ିଯାଇଥିଲେ । ଶେଷଦେବ ପାଣିରେ ବୁଡିଯିବା ଦେଖି ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ପାଣି ଉପରକୁ ଉଠାଇ ଆଣିଥିଲେ, ମାତ୍ର ସେତେବେଲକୁ ଶେଷ ମୃତ୍ୟୁ ବରଣ କରି ସାରିଥିଲେ ବୋଲି କୁହା ଯାଉଛି । ଏ ସମ୍ପର୍କରେ ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରିବା ସହିତ ଶେଷଦେବଙ୍କ ସାଙ୍ଗମାନଙ୍କୁ ପଚରା ଉଚୁରା କରି ତଦନ୍ତ ଚଳାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
