|
logo
Live

Argus News - ଜଗନ୍ନାଥଙ୍କ ଭଜନ ଗାଉଥିବାବେଳେ ଚାଲିଗଲା ଜୀବନ 

Odisha

ଜଗନ୍ନାଥଙ୍କ ଭଜନ ଗାଉଥିବାବେଳେ ଚାଲିଗଲା ଜୀବନ 

Manini Pattanayak
Browse all articles by Manini Pattanayak
·1 year ago
ଜଗନ୍ନାଥଙ୍କ ଭଜନ ଗାଉଥିବାବେଳେ ଚାଲିଗଲା ଜୀବନ 

ଗଜପତି:  ଏମିତି ବି ଆସେ ମୃତ୍ୟୁ । ଜଗନ୍ନାଥଙ୍କ ଭଜନ ଗାଉଥିବାବେଳେ ଚାଲିଗଲା ଜୀବନ । ମହାପ୍ରଭୁଙ୍କ ଭଜନ ଗାଇ ଗାଇ ଟଳିପଡ଼ିଲେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ଦାସ । ଭକତ ବିଦୁର ଶାଗ ଭଜା ନେଇ ଗୀତ ଗାଉଥିବାବେଳେ ସେ ହଠାତ ଟଳିପଡ଼ିଥିଲେ । ବୁଧବାର ରାତିରେ ପାରଳାଖେମୁଣ୍ଡି ବୃନ୍ଦାବନ ପ୍ୟାଲେସରେ ପ୍ରଶାସନିକ ଅଧିକାରୀମାନେ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ।

ଏହି ଅବସରରେ ଚାଲିଥିବା ସଭାରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ଦାସ ମହାପ୍ରଭୁଙ୍କ ଭଜନ ଗାଉଥିବାବେଳେ ହଠାତ ଟଳିପଡିଥିଲେ ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜଗନ୍ନାଥଙ୍କ ଭଜନ ଗାଉଥିବାବେଳେ ଚାଲିଗଲା ଜୀବନ  | Argus News