Videos
|
Odisha

କାର୍ ଯୋଗେ ନେଉଥିବାବେଳେ ନାବାଳିକାକୁ ଛାଡି ଫେରାର୍ ମାରିଥିଲେ ଅଭିଯୁକ୍ତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କାର୍ ଯୋଗେ ନେଉଥିବାବେଳେ ନାବାଳିକାକୁ ଛାଡି ଫେରାର୍ ମାରିଥିଲେ ଅଭିଯୁକ୍ତ

ଅର୍ଗସ ବ୍ୟୁରୋ: ଦେବଗଡ଼ରୁ ଅପହୃତା ନାବାଳିକା ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରୁ କୁନି ଝିଅକୁ ଉଦ୍ଧାର କରିଛି ପୋଲିସ୍ । ଏକ କାର୍ ଯୋଗେ ନେଉଥିବାବେଳେ ନାବାଳିକାକୁ ବଡ଼ଗାଁ ନିକଟରେ ଛାଡି ଫେରାର୍ ମାରିଥିଲେ ଅଭିଯୁକ୍ତ । ପରେ ଅପହୃତ କୁନି ଝିଅକୁ ପୋଲିସ ଉଦ୍ଧାର କରିଥିଲା । କୁନି ଝିଅଟି ସୁରକ୍ଷିତ ଥିବା ପୋଲିସ ସୂଚନା ଦେଇଛି । ଗତକାଲି ଦେବଗଡ଼ ସହର ଭିତରେ ଘର ସମ୍ମୁଖରୁ ଆଈ କୋଳରୁ ୬ ବର୍ଷୀୟା ନାତୁଣୀକୁ ଉଠାଇ ନେଇଥିଲେ ଦୁର୍ବୃତ୍ତ l

କଳା ରଙ୍ଗର ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଭାଇ ଭାଇ ଲୁଗା ଦୋକାନର ମାଲିକ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷୀୟା କନ୍ୟା ପିହୁ ଅଗ୍ରୱାଲଙ୍କୁ ଅପହରଣ କରି ନେଇଥିଲେ । ତେବେ କିଏ ସେ ଅପହରଣକାରୀ, କେଉଁ ଉଦ୍ଦେଶ୍ୟରେ ନାବାଳିକାଙ୍କୁ ଅପହରଣ କରି ନେଇଯାଉଥିଲେ, ସେ ନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
While taking the car, the accused left the minor girl and killed her | Argus News