ସ୍ୱାମୀ-ସ୍ତ୍ରୀ ବାଇକ ଯୋଗେ ଫେରୁଥିବାବେଳେ ଆକ୍ରମଣ କଲେ ଦୁର୍ବୃତ୍ତ
·1 year ago

ଅର୍ଗସ ବ୍ୟୁରୋ: ସ୍ୱାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା କଲେ ଦୁର୍ବୃତ୍ତ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ହରିଆମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ନନ୍ଦପୁରରେ ଆଧାର ସଂଶୋଧନ କରି ସ୍ବାମୀ-ସ୍ତ୍ରୀ ବାଇକ ଯୋଗେ ଫେରୁଥିବାବେଳେ ବାଟରେ କିଛି ଦୁର୍ବୃତ୍ତ ଅଟକାଇଥିଲେ । ଏବଂ ଉଭୟଙ୍କୁ ଆକ୍ରମଣ କରିଥିଲେ । ସ୍ବାମୀଙ୍କୁ ବାନ୍ଧି ସ୍ତ୍ରୀଙ୍କୁ ହତ୍ୟା କରିବାପରେ ସେ ବେକରେ ପିନ୍ଧିଥିବା ସୁନା ଗହଣା ନେଇ ଚମ୍ପଟ ହୋଇଯାଇଥିଲେ । ମୃତକ ଶାବି ଖରା ବୋଲି ଜଣାପଡିଛି । ଏଖବର ପରେ ସ୍ଥଳନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପୋଲିସ ଏହି ଘଟଣାର ତନାଘନା ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: