Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୋଇଲି ବୈକୁଣ୍ଠରେ ବୁଲିଲା ବେଳେ ନଡିଆ ପଡି ଭକ୍ତ ଆହତ

Odisha

କୋଇଲି ବୈକୁଣ୍ଠରେ ବୁଲିଲା ବେଳେ ନଡିଆ ପଡି ଭକ୍ତ ଆହତ

Smruti Parija
Browse all articles by Smruti Parija
·1 year ago
କୋଇଲି ବୈକୁଣ୍ଠରେ ବୁଲିଲା ବେଳେ ନଡିଆ ପଡି ଭକ୍ତ ଆହତ

ପୁରୀ: ଶ୍ରୀମନ୍ଦିର ଭିତରେ ଅଘଟଣ । ଶ୍ରୀମନ୍ଦିର କୋଇଲି ବୈକୁଣ୍ଠ ଉପବନରେ ପୁରୀ ମଙ୍ଗଳାଘାଟର ଦୀଲୁ ପଣ୍ଡା ନାମକ ଜଣେ ପରିବା ଯୋଗାଣିଆ ବୁଲାବୁଲି କରିବା ସମୟରେ ଗୋଟିଏ ପୋକା ନଡିଆ ଗଛ ପଡିବାରୁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଗୋଟିଏ ମାଙ୍କଡ଼ ଗଛରେ ଚଢି ଯିବାରୁ ନଡ଼ିଆ ଗଛଟି ଭାଙ୍ଗି ପଡିଥିବା ଆହତ ଯୋଗାଣିଆ କହିଛନ୍ତି ।  

ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଛି । ତେବେ ଶ୍ରୀମନ୍ଦିର ଭିତରେ ଆଗକୁ ଭକ୍ତମାନେ ଓ ସେବକମାନେ ଏଭଳି ଅଘଟଣର ଶିକାର ନହେବେ ସେନେଇ ଧ୍ୟାନ ଦେବାକୁ ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
N/A | Argus News