ଗରିବଙ୍କ ଗୁହାରି କଲେ ଶୁଣୁଛି କିଏ ?

ଅର୍ଗସ ବ୍ୟୁରୋ: ଗରିବ ଙ୍କ ପାଇଁ ସରକାଙ୍କ ବିଭିନ୍ନ ଯୋଜନା ସାତ ସପନ, ଗୁହାରି କଲେ ଶୁଣୁଛି କିଏ , ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ଗରିବ ଶ୍ରେଣୀ ର ଲୋକେ । ମୟୁରଭଞ୍ଜ ଠାକୁରମୁଣ୍ଡା କେନ୍ଦୁଜୁଆଣି ପଞ୍ଚାୟତର ଅସନବଣି ଗ୍ରାମର ଏକାଧିକ ପରିବାର ଭଙ୍ଗା କୁଡ଼ିଆ ଚାଳ ଛପର ଘରେ ଦୀର୍ଘ ବର୍ଷ ହେବ ରହିଆସୁଛନ୍ତି, ପଲି ସଭାରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ୍ୟ ଏହି ଗରିବ ମାନଙ୍କୁ ଅଣଦେଖା କରୁଥିବା କହିଛନ୍ତି ଗ୍ରାମବାସୀ , ପଞ୍ଚାୟତ, ବ୍ଲକକୁ ଦୌଡ଼ି ଦୌଡ଼ି ଥକିଗଲେଣି, ୱାର୍ଡ ମେମ୍ବର,ସରପଞ୍ଚ, ବିଡ଼ିଓ ଙ୍କୁ ଭେଟି ଗୁହାରି କରିବାପରେ ମଧ୍ୟ୍ୟ କେହି ବୁଝୁନାହାନ୍ତି।
ସେହିପରି ଅଶନବଣି ଗ୍ରାମରେ ବହୁ ବର୍ଷ ଆଗରୁ ଏକ ଉଚ୍ଚ ପାଣିଟାଙ୍କି ନିର୍ମାଣ ହୋଇଥିଲା , ଘରକୁ ଘର ପାଇପ ଲାଇନ ବି ବିଛାଯାଇଛି। ହେଲେ ବିଛା ହେବା ଦିନରୁ ପାଣି ଆସୁନି, ପାଇପ ଗୁଡିକ ଭାଙ୍ଗି ଯାଇଛି, ବାସ୍ତବରେ ଦେଖିବାକୁ ଗଲେ ଗ୍ରାମର ଲୋକେ ସବ୍ଚ୍ଛ ପାନୀୟ ଜଳ ପାଇବାରୁ ବଞ୍ଚିତ । RWSS ର ଜେଇଙ୍କ କାର୍ଯ୍ୟଳୟ କୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ୍ୟ ପ୍ରଶାସନ ନିଘୋଡ଼ ନିଦ୍ରାରେ। ପ୍ରଶାସନ ଏହି ଆଦିବାସୀ ମାନଙ୍କ ସମସ୍ୟା କେବେ ଦୂରକରୁଛି ଏବଂ କେବେ ଏହି ପରିବାର ମାନଙ୍କ ଦୁଃଖ ଦୂର ହେବ ତାହା ଦେଖିବାକୁ ବାକିରହିଲା
ଅଧିକ ପଢ଼ନ୍ତୁ ଓଡିଶା ଖବର:
