Potato Price Hike / ଗ୍ରାହକଙ୍କୁ ଲୁଟୁଛି କିଏ ? ହୋଲସେଲ୍ରେ ଆଳୁ ଦର ୬ରୁ ୭ ଟଙ୍କା, କିନ୍ତୁ ବଜାରରେ ବିକ୍ରି ହେଉଛି ୨୦ ଟଙ୍କାରେ
·2 months ago·2 min read

Key Points
ପୁଣି ଲୋକଙ୍କ ଉପରେ ଆଳୁ ମାଡ଼
ହୋଲସେଲରେ ୬ରୁ ୭ ଟଙ୍କା, କିନ୍ତୁ ଗ୍ରାହକଙ୍କଠାରୁ କିଲୋ ପିଛା 20 ଟଙ୍କା ନେଉଛନ୍ତି ଖୁଚୁରା ଦୋକାନୀ
ରାଜ୍ୟରେ ଅମଳ ସହ ବେଙ୍ଗଲ ଓ ୟୁପିରୁ ବି ଆସୁଛି ଆଳୁ

କିଛି ମାସ ପୂର୍ବରୁ ଆଳୁକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁନଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଫଳରେ କିଲୋ ପିଛା ୬୦ ଟଙ୍କା ଯାଏଁ ହୋଇଥିଲା ଦର । ଏବେ କିନ୍ତୁ ବେଙ୍ଗଲ ସମେତ ଉତ୍ତରପ୍ରଦେଶରୁ ନିୟମିତ ଆଳୁ ଆସୁଛି । ଆମ ରାଜ୍ୟରେ ବି ଉତ୍ପାଦନ ହୋଇ ନୂଆ ଆଳୁ ବାହାରିଲାଣି । ତଥାପି କାହିଁକି ଆଳୁ କିଲୋକୁ ୨୦ ଟଙ୍କା ଦେବାକୁ ପଡୁଛି ? ହୋଲସେଲରେ ଦର କିଲୋ ପିଛା ୬ରୁ ୭ ଟଙ୍କା ଥିବାବେଳେ ଗ୍ରାହକଙ୍କଠାରୁ ୧୨-୧୩ ଟଙ୍କା ଆଦାୟ କରାଯାଉଛି । ପ୍ରଶ୍ନ ହେଲା, ଗ୍ରାହକଙ୍କୁ ଲୁଟୁଛି କିଏ ?
ଉପକୂଳର ବାଲେଶ୍ବରରୁ ଉପାନ୍ତର ଗଜପତି । ପଶ୍ଚିମର ସମ୍ବଲପୁରରୁ ଦକ୍ଷିଣର ରାୟଗଡ଼ା । ଖୁଚୁରା ବଜାରରେ ଆଳୁ କେଜି ୨୦ । ତିନିମାସ ଧରି ଆଳୁର ଦାମ୍ ଖସୁନି କି ବଢୁନି । ହେଲେ ହୋଲସେଲ୍ ରେଟ୍ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ୬ରୁ ୭ ଟଙ୍କା ପଡୁଛି ହୋଲସେଲରେ କିଣା ରେଟ୍ । ହେଲେ ଆପଣ କିନ୍ତୁ ଆଳୁ ବଜାରରୁ କିଣିବା ବେଳକୁ ଦେଉଛନ୍ତି ପ୍ରାୟ ତିନି ଗୁଣା । ହେଲେ କାହିଁକି ଖସୁନି ଖୁଚୁରା ବଜାର ଦର ।
କେଉଁ ସହରରେ କେତେ ରହିଛି ଆଳୁ ଦର
ପାରଳାଖେମୁଣ୍ଡି, ଫୁଲବାଣୀ, ସମ୍ବଲପୁର, ରାୟଗଡା ଏଠି କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି ଆଳୁ । ବଲାଙ୍ଗୀର ବଜାରରେ କିନ୍ତୁ ଖୁଚୁରାରେ କିଲୋ ୨୫ ଟଙ୍କାରେ ବିକ୍ରି ହେଉଛି ।
ବାଲେଶ୍ବର ରେମୁଣାରେ ବଙ୍ଗ ବ୍ୟବସାୟୀ ଆଳୁ ବିକିବାକୁ ବାଟ ପାଉନାହାଁନ୍ତି । ସେଇଥିପାଇଁ ଟ୍ରକ ଟ୍ରକ ଆଳୁ ଆଣି ରାସ୍ତା କଡ଼ରେ ବସ୍ତା ପିଛି ୩୦୦ ଟଙ୍କାରେ ବିକୁଛନ୍ତି । ଅର୍ଥାତ କିଲୋ ପ୍ରତି ହିସାବ କଲେ ମାତ୍ର ୬ ଟଙ୍କା । କିନ୍ତୁ ଏଠାରୁ ମାତ୍ର ଅଳ୍ପ ଦୂର ବାଲେଶ୍ବର ସହର ଭିତରେ ଖୁଚୁରା ଦୋକାନରେ ଆଳୁ କିଲୋ ପ୍ରତି ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଛି । ଭୁବନେଶ୍ବରରେ ବି ଖୁଚୁରାରେ ଆଳୁ କିଲୋ ୨୦ ଟଙ୍କା । ଆଳୁର ଅଭାବ ବେଳେ ମମତା ଦିଦି ଗାଡି ଅଟକାଇବାରୁ ଓଡ଼ିଶାରେ ଆଳୁ କିଲୋ ୬୦ ଛୁଇଁଥିଲା । ସେତେବେଳେ ବିରୋଧୀ ସରକାରଙ୍କୁ ନିଶାନା କରିଥିଲେ ।
ଓଡ଼ିଶାରେ ବାର୍ଷିକ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଆଳୁର ଆବଶ୍ୟକତା ରହିଛି । କିନ୍ତୁ ଉତ୍ପାଦନ ହେଉଛି ମାତ୍ର ୪ ଲକ୍ଷ ୭୬ ହଜାର ମେଟ୍ରିକ୍ ଟନ୍ । ଆଳୁ ଓ ପିଆଜ ସଂରକ୍ଷଣ ପାଇଁ ରାଜ୍ୟରେ ବର୍ତ୍ତମାନ ରହିଛି ୩୫ଟି ସଚଳ ଶୀତଳ ଭଣ୍ଡାର । ଯାହାର ସଂରକ୍ଷଣ କ୍ଷମତା ମାତ୍ର ୧ ଲକ୍ଷ ୭୨ ହଜାର ମେଟ୍ରିକ୍ ଟନ୍ । ସଂରକ୍ଷଣ ବ୍ୟବସ୍ଥା ବଢାଇବା ପାଇଁ ବିଜେପି ସରକାର ଆସିବା ପରେ ପିପିପି ମୋଡରେ ୫୮ଟି ସବଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଘୋଷଣା କରିଥିଲେ । ବିଧାନସଭାର ଉତ୍ତର କହୁଛି ଏଥିରୁ ୧୩ଟିର କାମ ଆରମ୍ଭ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories