Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାଇଡୁ କିଏ ? ଯିଏ ଗ୍ରାମର ସର୍ବେସର୍ବା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନାଇଡୁ କିଏ ? ଯିଏ ଗ୍ରାମର ସର୍ବେସର୍ବା

ଅର୍ଗସ ବ୍ୟୁରୋ: ଭିନ୍ନ ଏଇ ପରମ୍ପରା । ମନ ପକାଇଦିଏ ରାଜରାଜୁଡିଆଙ୍କ ଶାସନ । ଆମେ କହୁଛୁ ଗଞ୍ଜାମର ତେଲୁଗୁ ସମ୍ପ୍ରଦାୟ ଲୋକଙ୍କ ନାଇଡୁ ପ୍ରଥା ସଂପର୍କରେ । ନାଇଡୁ- ଯିଏ କି ଗ୍ରାମ ମୁଖ୍ୟ, ନ୍ୟାୟଧିସ ଓ ଗ୍ରାମବାସୀଙ୍କ ଦୁଃଖ ସୁଖର ସାଥି । ହଁ ଆଜ୍ଞା ଆପଣ ପୂର୍ବେ ରାଜରାଜୁଡ଼ିଆଙ୍କ ଶାସନ ଅମଳ କଥା ନିଶ୍ଚିତ ଶୁଣିଥିବେ । କିଭଳି ରାଜା ରାଇଜର ମୁଖିଆ ହୋଇ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ । ସେହି ଅନୁରୂପେ ନାଇଡୁ ପରମ୍ପରା ହେଉଛି ତାହାର ପ୍ରତିଛବି । ଗଞ୍ଜାମ ଜିଲ୍ଲାର ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗାଁ ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ପ୍ରଥା ପ୍ରଚଳିତ ହୋଇ ଆସୁଅଛି । ଜିଲ୍ଲାର ୫୭ଟି ଗାଁରେ ଭଲ ମନ୍ଦ ସୁଖ ଦୁଃଖ ସବୁ ଏହି ନାଇଡୁ ମାନଙ୍କ ହାତରେ ନ୍ୟସ୍ତ ଥାଏ।  ସବୁଠାରୁ ବଡ଼ କଥା ହେଉଛି ଗ୍ରାମର ନ୍ୟାୟ ପ୍ରକ୍ରିୟା ଏମାନଙ୍କ ହାତରେ ହିଁ ପରିଚାଳିତ ହୁଏ । ଖାଲି ନ୍ୟାୟ କଥା ନୁହେଁ ଗ୍ରାମର ଉନ୍ନତି ଯଥା ରାସ୍ତା ଘାଟ ,ପାନୀୟ ଜଳ, ମନ୍ଦିର ନିର୍ମାଣ ଏଭଳି ଅନେକ ଉନ୍ନତି କାର୍ଯ୍ୟ ନାଇଡୁଙ୍କ ଦ୍ୱରା କରାଯାଇଥାଏ । ମୋଟା ମୋଟୀ ଭାବେ କହିବାକୁ ଗଲେ ନାଇଡୁ ହେଉଛନ୍ତି ଗ୍ରାମର ସର୍ବେସର୍ବା ।

ଗଞ୍ଜାମର ଜିଏନ ପାଲମ ଗ୍ରାମ ଗାଁ ଟିର ନାଁ ନିଜଗ୍ରାମର ନାଇଡୁଙ୍କ ନାଁ ରେ ନାମିତ ହୋଇଛି । ଯାହାଙ୍କ ପୁରା ନାମ ଗେଦଲ ନାଇଡୁ ପାଲମ । ଯାହାଙ୍କର ତିନି ବର୍ଷ ତଳେ ପରଲୋକ ହୋଇଯାଇଥିଲା । ଆଉ ଆଜିକୁ ତିନି ବର୍ଷ ହେଲା ଏହି ଗ୍ରାମ ନାଇଡୁ ଶୁନ୍ୟ ହୋଇପଡିଥିଲା । ଗ୍ରାମରେ ଅଶାନ୍ତି ଲାଗିରହୁଥିଲା । ପରିଶେଷରେ ଗ୍ରାମବାସୀଙ୍କ ନିଷ୍ପତ୍ତି କର୍ମେ ଜି ଵାଲାଜୀଙ୍କୁ ଗ୍ରାମର ନାଇଡୁ ଭାବେ ଚୟନ କରାଯାଇଥିଲା । ଆଜି ଗ୍ରାମର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ଶପଥଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଜି ଵାଲାଜିଙ୍କୁ ଗ୍ରାମର ଦାୟିତ୍ବ ପ୍ରଦାନ କରାଯାଇଥିଲା । ଏକ ଶୋଭାଯାତ୍ରାରେ ଆସି ରୀତିନୀତି ଅନୁସାରେ ଶପଥପାଠ କରାଯାଇଥିଲା । ତେବେ ଆଜିର ଆଧୁନିକ ସମାଜରେ ଅନେକ ପ୍ରଥା ପରମ୍ପରା ହଜିଯାଉଥିବା ବେଳେ ଏଭଳି ଏକ ପରମ୍ପରା ସମାଜ ପାଇଁ ଏହା ଉଦାହରଣ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

Sponsored
Who is Naidu? Who is the most important person in the village | Argus News