Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାହା ଅପାରଗତାରୁ 9 ବର୍ଷରେ 6ରୁ ଅଧିକ ମୃତ୍ୟୁ ?

Banajyotshna Ray
Browse all articles by Banajyotshna Ray
·2 years ago·2 min read
କାହା ଅପାରଗତାରୁ 9 ବର୍ଷରେ 6ରୁ ଅଧିକ ମୃତ୍ୟୁ ?

ଅର୍ଗସ ବ୍ୟୁରୋ:  2019ରେ ସବୁ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ନେଇ ଘୋଷଣା କରିଥିଲା ବିଏମସି । ନବୀନ ସରକାରର ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ବର୍ଷାଦିନ ପୂର୍ବରୁ ଡ୍ରେନ କାମ ସରିବା ସହ ୱାଟରଲଗିଂ ଯେପରି ହେବନି ସେନେଇ ପଦକ୍ଷେପ ନେଆଯିବ କହି ୨୦୧୯ରେ ମାରିଥିଲେ ବାହାସ୍ଫୋଟ । ୨୦୨୧ରେ ନଗର ଉନ୍ନୟନ ସମ୍ପର୍କିତ ବିଧାନସଭା ଷ୍ଟାଣ୍ଡିଂ କମିଟି ଟ୍ବିନ୍ ସିଟିରେ ୱାଟରଲଗିଂ ଓ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ସ୍ଥିତି ସୁଧୁରିବ କଣ ଏହା ମଧ୍ୟରେ ଆହୁରି ସାଂଘାତିକ ହୋଇଛି।

କେବଳ ଏସ.କେ. ରାଜେଶ ନୁହେଁ, ମୁକୁଳା ଡ୍ରେନରେ ପଡି ମୃତ୍ୟୁର ତାଲିକା ଖୁବ୍ ଲମ୍ବା । ୧୯ ସେପ୍ଟେମ୍ବର ୨୦୨୨ରେ ସାଲିଆସାହି ଡ୍ରେନରେ ଭାସି ଟି ଆପ୍ପାଲମାଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ଟ୍ୟୁସନରୁ ଫେରୁଥିବା ବେଳେ ଡ୍ରେନରେ ଭାସି ବରମୁଣ୍ଡାର ଜ୍ୟୋତିଙ୍କ ପ୍ରାଣ ଯାଇଥିଲା । ୨୦୧୫ରେ ପପୁନ ଓ ୨୦୧୭ରେ ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳରେ ଡ୍ରେନରେ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୮ରେ ହରିହରଙ୍କ ଜୀବନ ନେଇଥିଲା ମୁକୁଳା ଡ୍ରେନ। ୨୦୧୯ରେ ଏକାମ୍ର ଭିଲ୍ଲା ଅଞ୍ଚଳରେ ଜଣେ ବୃଦ୍ଧାଙ୍କର ଯାଇଥିଲା ଜୀବନ। କେବଳ ରାଜଧାନୀରେ ଗତ 9 ବର୍ଷରେ 7 ଜୀବନ ନେଇଛି ମୁକୁଳା ଡ୍ରେନ। ଏନେଇ ପ୍ରଶ୍ନ କରିବାରୁ ଭୁବନେଶ୍ବରରେ ୧୦ ବର୍ଷ ମେୟର ଥିବା ତଥା ବର୍ତ୍ତମାନର ମଧ୍ୟ ବିଧାୟକ କେମିତି ସେତେବଳେ ସମ୍ବେଦନହୀନ ମନ୍ତବ୍ୟ ଦେଇଥିଲେ ଶୁଣନ୍ତୁ ।

ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ୟୁନିଟ୍-୩ ମସଜିଦ କଲୋନୀରେ ଥିବା ମୁକୁଳା ଡ୍ରେନ ପାଖରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୃଷ୍ଣଚନ୍ଦ୍ର । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଗତକାଲି ସ୍ଥିତି ନେଇ ଅବଗତ ହେବା ସହ ସମସ୍ତ ମୁକୁଳା ଡ୍ରେନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି ।ରାଜଧାନୀ ସାରା ମୁକୁଳା ଡ୍ରେନ ବୟାନ କରୁଛି ବିଏମସି ଓ ପୂର୍ବ ସରକାରର ଅପାରଗତା।  ୨୦୨୧ରମାଷ୍ଟର ପ୍ଲାନ ଶବ୍ଦ ଯେ କେବଳ ଧୂଆଁବାଣ ତାହା ବି ଜଳଜଳ। ତେବେ ବିଏମସି କେବ ସୁଦ୍ଧା ନିଦରୁ ଉଠିବ ? ଜବାବ ଦେବେ କି ବିଏମସି ମେୟର ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Who is responsible for the drain in the capital? | Argus News