Videos
|
Odisha

Human Sagar / ଅସୁସ୍ଥତା ସତ୍ତ୍ୱେ ଷ୍ଟେଜ୍ ପ୍ରୋଗ୍ରାମ ପାଇଁ କିଏ ପକାଉଥିଲା ଚାପ ?

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଅସୁସ୍ଥତା ସତ୍ତ୍ୱେ ଷ୍ଟେଜ୍ ପ୍ରୋଗ୍ରାମ ପାଇଁ କିଏ ପକାଉଥିଲା ଚାପ ?

Key Points

କିଏ କରୁଥିଲା ହ୍ୟୁମାନ୍ ସାଗରଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ ?
କାହା ଆକାଉଣ୍ଟକୁ ଯାଉଥିଲା ଟଙ୍କା ?
ଅସୁସ୍ଥତା ସତ୍ତ୍ବେ ଷ୍ଟେଜ୍ ପ୍ରୋଗ୍ରାମ ପାଇଁ କିଏ ପକାଉଥିଲା ଚାପ ?
ହ୍ୟୁମାନଙ୍କ ମାଆଙ୍କ ବୟାନ ପରେ ବଢିଲା ସନ୍ଦେହ
ଛଟପଟ ହେଉଥିଲା ପୁଅ, ମେଡିକାଲ ନନେଇ ପ୍ରୋଗାମ ନେଉଥିଲେ
ପପୁଙ୍କ ନାଁ ନେଇ ହ୍ୟୁମାନଙ୍କ ମା କହିଲେ ସେ ବୁଝୁଥିଲା ସବୁ

ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢି ଚାଲିଛି ସସପେନ୍ସ । କାହିଁକି ବିଗିଡ଼ିଲା ହ୍ୟୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା, ଏଥିପାଇଁ କିଏ ଦାୟୀ, ଏ ପ୍ରଶ୍ନର ଉତ୍ତରକୁ ଅନାଇ ବସିଛନ୍ତି ସମସ୍ତେ । ହ୍ୟୁମାନଙ୍କ ଖରାପ ସ୍ୱାସ୍ଥ୍ୟ ସତ୍ତ୍ୱେ କାମ କରାଉଥିବା ଅଭିଯୋଗ ଭିତରେ ମୁହଁ ଖୋଲିଛନ୍ତି ହ୍ୟୁମାନଙ୍କ ମା । ସେ କହିଛନ୍ତି, ପୁଅର ୧୦ ତାରିଖରେ ପ୍ରୋଗ୍ରାମ ଥିଲା । ପରଦିନ ଅର୍ଥାତ ୧୧ ତାରିଖରେ ତାର ଦେହ ଅସୁସ୍ଥ ହୋଇଯାଇଥିଲା । ଜର ହୋଇଯାଇଥିଲା । ପେଟ ଫୁଲିଯାଇଥିଲା, uneasy ଲାଗୁଛି ବୋଲି କହିଥିଲା ପୁଅ । ୧୧ ତାରିଖରେ ପୁଅକୁ ହସ୍ପିଟାଲ ନେଇକି ଯାଇଥିଲେ । ଇଞ୍ଜେକସନ୍ ଦେଇକି ଘଣ୍ଟେ ଦି ଅଣ୍ଟା ରଖିକି ଆଣିଥିଲେ ।

୧୨ ତାରିଖରେ ପୁଅର ପ୍ରୋଗ୍ରାମ ଥିଲା । ସେ ବାଧ୍ୟ ହୋଇକି ପ୍ରୋଗ୍ରାମ ଯିବ ବୋଲି କହୁଥିଲା । ଜର ଥିଲା, ଦେହ ଭଲ ଲାଗୁନଥିଲା । ପୁଅ ଛଟପଟ ହେଉଥିଲା । ତାପରେ ତାକୁ ହସପିଟାଲ ନେଲେ । ସେ ICUକୁ ଗଲା। ତେବେ କିଏ ଆକାଉଣ୍ଟ ମ୍ୟାନେଜ କରୁଥିଲା ଟଙ୍କା କାରବାର ଜାଣେନାହିଁ କହିଛନ୍ତି ହ୍ୟୁମାନଙ୍କ ମାଆ । ଶେଷ ମୁହୂର୍ତ୍ତରେ ୨ ଲକ୍ଷରୁ ଅଧିକ ଟଙ୍କା ତାଙ୍କ ମାଙ୍କୁ ପପୁ ଦେଇଥିବା ଜଣାପଡିଛି । ସେପଟେ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନାରେ ହ୍ୟୁମାନଙ୍କ ଦୁଇ ମ୍ୟାନେଜରଙ୍କ ନାଁରେ ହୋଇଛି ଏତଲା । ହ୍ୟୁମାନଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଥାନାରେ ଏତଲା ଦେଇଛି କୋଶଲ ମୁକ୍ତି ମୋର୍ଚ୍ଚା । ଏହାସହ ହ୍ୟୁମାନଙ୍କ ମାଙ୍କୁ ଦୁର୍ବବହାର ନେଇ ମଧ୍ୟ ଏତଲା ଦିଆଯାଇଛି । ଦେହ ଖରାପ ସତ୍ତ୍ବେ ହ୍ୟୁମାନଙ୍କୁ ବିଭିନ୍ନ ଷ୍ଟେଜ ସୋ କରାଉଥିଲେ ।

ଏଥିସହ ପଢ଼ନ୍ତୁ: ହ୍ୟୁମାନଙ୍କ ମ୍ୟାନେଜର ଦିନେଶଙ୍କୁ ନେଇ ମାଆ କଲେ ବଡ଼ ଖୁଲାସା, ଦେଖନ୍ତୁ ଭିଡିଓ...

ଯାହା ତାଙ୍କ ମୃତ୍ୟୁର କାରଣ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି । ଯାଜପୁର ଜିଲ୍ଲା ସିଭିଲ ସୋସାଇଟି ଫୋରମ ଓ ଗଣ ସଂଗଠନ ସମୁହ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଯାଜପୁର ରୋଡ଼ ଥାନାରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ କେଉଁମାନଙ୍କ ଷଡ଼ଯନ୍ତ୍ର ରହିଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରାଯାଇଛି। ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ି ବଢ଼ି ଚାଲିଥିବା ବେଳେ ତାଙ୍କ ଆବର୍ତ୍ତମାନରେ ଝୁରୁଛନ୍ତି ତାଙ୍କ ପ୍ରଶଂସକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାରି ଭିତରେ ହ୍ୟୁମାନଙ୍କ ମୃତ୍ୟୁକୁ ୬ ଦିନ ବିତିଲାଣି । ତଥାପି ବିବାଦ ଥମିବାର ନାଁ ଧରୁନି । ଏପଟେ ହ୍ୟୁମାନଙ୍କ ସାଙ୍ଗରେ ରହି କାମ କରୁଥିବା ତାଙ୍କ ମ୍ୟାନେଜରମାନେ ମାଙ୍କୁ ଦୋଷ ଦେଉଥିବା ବେଳେ ହ୍ୟୁମାନଙ୍କ ମାଆ କିନ୍ତୁ କହିଛନ୍ତି 'ସେ ସବୁ ମୁଁ କିଛି ଜାଣିନି' । ହ୍ୟୁମାନ ସାଗରଙ୍କ ମାଆ କରିଛନ୍ତି ବଡ଼ ଖୁଲାସା । ଦୁଇ ମ୍ୟାନେଜରଙ୍କ ବିରୋଧରେ ଆଣିଲେ ସଂଗୀନ ଅଭିଯୋଗ । କହିଲେ ହ୍ୟୁମାନଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ କଥା ସବୁ ବୁଝୁଥିଲେ ଦିନେଶ ବେହେରା । ହ୍ୟୁମାନଙ୍କ ରୋଜଗାର ସମ୍ବନ୍ଧରେ ମୁଁ କିଛି ଜାଣିନି । ହ୍ୟୁମାନଙ୍କ ପାଇଁ ମୁହଁ ଖୋଲିବାରୁ ମୋତେ ସେମାନେ ଧମକ ଚମକ ଦେଲେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Related Topics

Explore more stories