Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଳିଙ୍ଗନଗର ଆଦିବାସୀ ହତ୍ୟା ସମୟରେ କିଏ ଥିଲେ ଏସପି : ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କଳିଙ୍ଗନଗର ଆଦିବାସୀ ହତ୍ୟା ସମୟରେ କିଏ ଥିଲେ ଏସପି : ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ସିଏମଓର ନିଲମ୍ବିତ ଆଇପିଏସ ଅଧିକାରୀ ଡିଏସ କୁଟ୍ଟେଙ୍କୁ ନକ୍ସଲ ଦମନର ହିରୋ ଦର୍ଶାଯିବା ପ୍ରସଙ୍ଗରେ କଡା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସି ଦାଦାଗିରି କରୁଥିଲେ ଦୁଇ ଆଇପିଏସ ଅଧିକାରୀ। ସରକାରୀ ଅଧିକାରୀ ଓ  ବ୍ୟବସାୟୀମାନଙ୍କୁ ଡରାଉଥିଲେ। ନିର୍ଦ୍ଦିଷ୍ଟ ପ୍ରମାଣ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ।

ଏଥିସହ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି କଳିଙ୍ଗନଗର ଆଦିବାସୀ ହତ୍ୟା ସମୟରେ କିଏ ଥିଲେ ଏସପି ? ନକ୍ସଲ ଆନ୍ଦୋଳନ କରୁଥିଲେ କି କଳିଙ୍ଗନଗର ଆଦିବାସୀ ? ନିରୀହ ଆଦିବାସୀଙ୍କୁ ପୁଞ୍ଜିପତିଙ୍କ ଦଲାଲ ସାଜି ଗୁଳିକରାଯାଇଥିଲା। ସେ ଅଧିକାରୀକୁ ବଡ଼ ପାରିବାର ଅଫିସର କୁହାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର। ଏଥିସହ କନ୍ଧମାଳ ଗୁମୁଡମାହରେ 5 ନୀରିହ ଲୋକଙ୍କୁ ନକ୍ସଲ କହି ଗୁଳିକରି ହତ୍ୟା କରାଯିବା ଘଟଣାବେଳେ କିଏ ଆଇଜି ଇଣ୍ଟେଲିଜେନ୍ସ ଥିଲେ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Who was sp at the time of Killing Nagar tribal massacre: Dharmendra Pradhan | Argus News