Bhubaneswar DCP Race / କିଏ ହେବେ ଭୁବନେଶ୍ବରର ନୂଆ ଡିସିପି ? ରେସ୍ରେ ଅଛନ୍ତି ୫ IPS...
·2 hours ago·2 min read

Key Points
କିଏ ହେବ ଭୁବନେଶ୍ବରର ନୂଆ ଡିସିପି ?
ଚର୍ଚ୍ଚାରେ ୫ ଯୁବ IPSଙ୍କ ନାଁ
ରେସ୍ରେ ଆଗରେ ଅଛନ୍ତି ବ୍ରହ୍ମପୁର SP
ଚର୍ଚ୍ଚାରେ ୫ ଯୁବ IPSଙ୍କ ନାଁ
ରେସ୍ରେ ଆଗରେ ଅଛନ୍ତି ବ୍ରହ୍ମପୁର SP
ଜଗମୋହନ ମୀନା IPS ଚାକିରି ଛାଡ଼ିବ ପରେ କିଏ ହେବ ଭୁବନେଶ୍ବରର ନୂଆ ଡିସିପି । ଏହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଜାରି ରହିଛି । ତେବେ ଭୁବନେଶ୍ବର ଡିସିପି ରେସ୍ରେ ଏବେ ୫ ଜଣ ଯୁବ IPS ଅଫିସରଙ୍କ ନାଁ ସାମ୍ନାକୁ ଆସିଛି । ଚର୍ଚ୍ଚାର ସବୁଠୁ ଆଗରେ ରହିଛନ୍ତି ରାଉରକେଲା ଏସପି ନୀତେଶ ୱଧୱାନୀଙ୍କ ସହିତ ବ୍ରହ୍ମପୁର ଏସପି ଶ୍ରବଣା ବିବେକ I ଏହା ସହ କଟକ ଡିସିପି ଋଷିକେଶ ଖିଲାରୀ, ଢେଙ୍କାନାଳ ଏସ୍ପି ଅଭିନବ ସୋନକାରଙ୍କ ସହିତ ନୟାଗଡ଼ ଏସପି ଶୁଭେନ୍ଦୁ ପାତ୍ରଙ୍କ ନାମ ବି ଚର୍ଚ୍ଚାରେ ରହିଛି I ତେବେ ଆଜି ରାତି ସୁଦ୍ଧା ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ ବୋଲି କୁହାଯାଉଛି ।
ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ବର DCP ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଥିଲା । ୨୦୨୩ ଓଡ଼ିଶା କ୍ୟାଡର IPS ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କରିଥିଲେ କେନ୍ଦ୍ର ସରକାର । ଇସ୍ତଫା ଗ୍ରହଣ ହୋଇଥିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପୂର୍ବରୁ ଗୃହ ମନ୍ତ୍ରାଳୟକୁ ସୁପାରିସ୍ କରିଥିଲେ ରାଜ୍ୟ ସରକାର । ଗତ ଜୁଲାଇ ୬ ତାରିଖରେ ସେ ଇସ୍ତଫା ଦେଇଥିଲେ । ରାଜ୍ୟ ସରକାର ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ରକୁ ଗୃହ ମନ୍ତ୍ରାଳୟକୁ ପଠାଇଥିଲେ ।
ମୂଳତଃ ରାଜସ୍ଥାନର ଜଗମୋହନ ମୀନାଙ୍କର ଏକ ପ୍ରତିଷ୍ଠିତ ଏବଂ ସଫଳ ପୋଲିସ କ୍ୟାରିୟର ରହିଛି । ସେ ଜଣେ ଉଚ୍ଚଶିକ୍ଷିତ ଅଧିକାରୀ, ପୋଲିସ ସେବାରେ ଯୋଗ ଦେବା ପୂର୍ବରୁ ପ୍ରତିଷ୍ଠିତ IIT କାନପୁରରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ B.Tech ଏବଂ M.Tech ଡିଗ୍ରୀ ହାସଲ କରିଛନ୍ତି ।
IPS ଅଧିକାରୀ ଭାବରେ ତାଙ୍କର ୧୩ ବର୍ଷର ସେବା ସମୟରେ, ସେ ଓଡ଼ିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ । ସେ ଭୁବନେଶ୍ୱର ଏବଂ କଟକର DCP ଭାବରେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ଅନୁଗୁଳ, ଗଞ୍ଜାମ ଏବଂ ମାଓବାଦୀ ପ୍ରଭାବିତ ମାଲକାନଗିରି ଜିଲ୍ଲାର ଏସ୍ପି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
୨୦୧୯ରେ ମାଲକାନଗିରିର SP ଭାବରେ, ସେ ନକ୍ସଲ ବିରୋଧୀ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହା ପାଇଁ ତାଙ୍କୁ ସାହସିକତା ପାଇଁ ପୋଲିସ ପଦକ (2019) ପ୍ରଦାନ କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଗମୋହନ ମୀନା ସରକାରୀ ସେବାରୁ ଅବ୍ୟାହତ ନେଇ ଘରୋଇ ସଂସ୍ଥାରେ ମନୋନିବେଶ କରିବେ ବୋଲି ସୂଚନା ମିଳିଛି । ରାଜସ୍ଥାନରେ ତାଙ୍କର ଜଣେ ଘନିଷ୍ଠ ସମ୍ପର୍କୀୟଙ୍କ କମ୍ପାନୀରେ ସେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Related Topics
Explore more stories