Odisha New DGP / କିଏ ହେବେ ଓଡ଼ିଶା ପୋଲିସର ନୂଆ ଡିଜିପି ? ୩ ବରିଷ୍ଠ IPSଙ୍କ ନାଁକୁ ନେଇ ଚର୍ଚ୍ଚା
·32 mins ago·2 min read

Key Points
ନଭେମ୍ବର ୩୦ରେ ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ
କିଏ ଧରିବେ ଡିଜିପି ଦାୟିତ୍ୱ ?
୨୬ ନଭେମ୍ବର ଉପରେ ନଜର
କିଏ ଧରିବେ ଡିଜିପି ଦାୟିତ୍ୱ ?
୨୬ ନଭେମ୍ବର ଉପରେ ନଜର
ଆସନ୍ତା ନଭେମ୍ବର ୩୦ ତାରିଖରେ ସରୁଛି କାମଚଳା ଡିଜିପି ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ। ତାଙ୍କୁ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ, ଏବେ ଓଡ଼ିଶା ପୋଲିସର ପରବର୍ତ୍ତୀ ମୁଖିଆ କିଏ ହେବେ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ନୂଆ ଡିଜିପି ନିଯୁକ୍ତି ମାମଲା ସୁପ୍ରିମକୋର୍ଟରେ ଝୁଲି ରହିଥିବା ବେଳେ, ଆସନ୍ତା ୨୬ ତାରିଖରେ ଏହାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ରହିଛି । ଏଭଳି ସ୍ଥିତିରେ ସରକାର ପୁଣି ଜଣେ କାମଚଳା ଡିଜି ନିଯୁକ୍ତ କରିବେ ନା ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ପାଇଁ ବାଟ ଫିଟିବ, ତାକୁ ନେଇ ସସ୍ପେନ୍ସ ବଢ଼ିଛି ।
କିଏ ହେବେ ଓଡ଼ିଶା ପୋଲିସର ନୂଆ ବସ୍ ? ପୁଣି ଆକ୍ଟିଂ ଡିଜି ନା ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତ କରିବେ ରାଜ୍ୟ ସରକାର ? ଏଭଳି ପ୍ରଶ୍ନ ଏବେ ରାଜ୍ୟ ପ୍ରଶାସନିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାମଚଳା ଡିଜିପି ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବାକୁ ଯାଉଥିବାରୁ ଗୃହ ବିଭାଗ ପକ୍ଷରୁ ତାଙ୍କୁ ଅବସର ପାଇଁ ଅନୁମତି ଦିଆଯାଇଛି । ସେପଟେ ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ମାମଲା ବିଚାରାଧୀନ ଥିବାରୁ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ଯଦି ସରକାର ପୁଣି ଜଣେ କାମଚଳା ଡିଜି ନିଯୁକ୍ତ କରନ୍ତି, ତେବେ ଏହି ରେସ୍ରେ ସବୁଠୁ ଆଗରେ ରହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଗୁଇନ୍ଦା ନିର୍ଦ୍ଦେଶକ ଆର୍.ପି. କୋଚେ ଏବଂ ବରିଷ୍ଠ ଆଇପିଏସ୍ ସଞ୍ଜୀବ ପଣ୍ଡାଙ୍କ ନାଁ ।
ଗତ ଅଗଷ୍ଟ ୧୬ ତାରିଖରେ କାମଚଳା ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବିନୟତୋଷ ମିଶ୍ର । ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ନୂଆ ଡିଜିପି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୧୧ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ତାଲିକା କେନ୍ଦ୍ରୀୟ ଚୟନ କମିଟି ବା ୟୁପିଏସ୍ସିକୁ ପଠାଯାଇଥିଲା । ଏହି ତାଲିକାରେ ୧୯୯୦ ବ୍ୟାଚ୍ର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚ୍ର ସୁଶାନ୍ତ କୁମାର ନାଥ ଓ ଆର୍.ପି. କୋଚେଙ୍କ ସମେତ ୧୯୯୪ ବ୍ୟାଚ୍ର ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ନାଁ ରହିଥିଲା ।
ସେହିପରି ୧୯୯୫ ବ୍ୟାଚ୍ର ଋତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ସନ୍ତୋଷ ବାଲା ଓ ପି.ଏସ୍. ରଣପିସେ ଏବଂ ୧୯୯୬ ବ୍ୟାଚ୍ର ଅରୁଣ ବୋଥ୍ରା ଓ ସୁନିତା କାକ୍ରାନ ମଧ୍ୟ ତାଲିକାରେ ସାମିଲ ଥିଲେ । ତେବେ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହେବା ପରେ, କୋର୍ଟ ୟୁପିଏସ୍ସି ପ୍ୟାନେଲ୍ ବୈଠକ ଉପରେ ରୋକ୍ ଲଗାଇଥିଲେ । ଫଳରେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ପ୍ରକ୍ରିୟା ଅଟକି ରହିଛି । ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୨୬ ତାରିଖରେ ହେବାକୁ ଅଛି । ପୂର୍ବ ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଥିବାରୁ, ୨୬ ତାରିଖର ନିଷ୍ପତ୍ତି ଉପରେ ହିଁ ଓଡ଼ିଶା ପୋଲିସର ନୂଆ ମୁଖିଆଙ୍କ ଭାଗ୍ୟ ନିର୍ଭର କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories