Videos
|
Odisha

କିଏ ହେବ ମୁଖ୍ୟମନ୍ତ୍ରୀ ? ଆଜି ହୋଇପାରେ ନିଷ୍ପତ୍ତି

Manini Pattanayak
Browse all articles by Manini Pattanayak
·2 years ago
କିଏ ହେବ ମୁଖ୍ୟମନ୍ତ୍ରୀ ? ଆଜି ହୋଇପାରେ ନିଷ୍ପତ୍ତି

ଭୁବନେଶ୍ୱର: ଆଜି ହୋଇପାରେ  ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି।  ଏନେଇ ଆଜି ସଂନ୍ଧ୍ୟାରେ  ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା।  ଦିଲ୍ଲୀ ବୈଠକ ଉପରେ ସାରା ଓଡ଼ିଶାର ନଜର। ଓଡ଼ିଶାରେ ବିଜେଡିର ପରାସ୍ତ ପରେ ସରକାର ଗଢିବ ବିଜେପି।  ଦୀର୍ଘ ୨୫ ବର୍ଷ ବିଜେଡି ସରକାରର ଘଟିଛି ପତନ।  ଇସ୍ତଫା ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଏହାପରେ ବିଜେପିର ଡବଲ ଇଞ୍ଜିନ ସରକାର ଗଢିବ ଓଡ଼ିଶାରେ । ତେବେ  ବିଜେପି ଦଳର କିଏ ହେବ  ଓଡ଼ିଶାର ମୁଖ୍ୟମନ୍ତ୍ରୀ ? କାହାକୁ ଦିଆଯିବ ସାଢେ ୪କୋଟି ଓଡ଼ିଆଙ୍କ ଦାୟିତ୍ୱ ? ସେନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା । ତେବେ  ଆଜି ସଂନ୍ଧ୍ୟାକୁ ଅପେକ୍ଷା ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଆସିବ ନିଷ୍ପତ୍ତି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Who will be the Chief Minister? The decision can be made today | Argus News