Videos
|
Odisha

କିଏ ହେବ ରାଜ୍ୟ କଂଗ୍ରେସର ନୂଆ ମୁଖିଆ?

Ritu Das
Browse all articles by Ritu Das
·1 year ago·2 min read
କିଏ ହେବ ରାଜ୍ୟ କଂଗ୍ରେସର ନୂଆ ମୁଖିଆ?

ଅର୍ଗସ ବ୍ୟୁରୋ: ସାଧାରଣ ନିର୍ବାଚନର ଫଳା ଫଳ ଆସିବାର ପ୍ରାୟ 5 ମାସ ପରେ ଚଳ ଚଞ୍ଚଳ କଂଗ୍ରେସ ଭବନ.. କାରଣ ନୂଆ ମୁଖିଆ ବାଛିବା ପାଇଁ ଦୁଇ ନେତା ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ ଙ୍କୁ ଓଡିଶା ପଠାଇଛନ୍ତି ହାଇ କମାଣ୍ଡ। ଆଉ ନେତା ଙ୍କ ଆଗରେ ଲବି ଜୋର କରିବାକୁ ନିଜ ନିଜ ସମର୍ଥକ ଙ୍କ ସହ କଂଗ୍ରେସ ଭବନ ରେ ପହଂଚିଥିଲେ ବରିଷ୍ଠ କଂଗ୍ରେସ ନେତା। ପିସିସି ରେସ ରେ ସବୁଠୁ ଆଗରେ ଥିବା ପୂର୍ବତନ ବିଧାୟକ ମହମଦ ମୋକିମ କ୍ୟାମ୍ପର ସବୁଠୁ ଅଧିକ ନେତା ଙ୍କୁ କଂଗ୍ରେସ ଭବନ ରେ ଦେଖିବାକୁ ମିଳିଥିଲା..କିଛି ଜିଲ୍ଲା ସଭାପତି ଓ ମୁଖପାତ୍ର ବି ମୋକିମ ଙ୍କ ପାଇଁ ଏକାଠି ହୋଇଥିଲେ। 

ପାୱାର ସୋ କରି 50 ରୁ ଅଧିକ ଅଧିକ କର୍ମୀ ଙ୍କୁ ଧରି ପହଞ୍ଚିଥିଲେ କଂଗ୍ରେସ ବିଧାୟକ ରମେଶ ଜେନା। ମାଗିବି ନାହିଁ କି ଦେଲେ ଛାଡ଼ିବି ନାହିଁ କହୁଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି ବି 5 ବିଧାୟକ ଙ୍କୁ ସାଙ୍ଗରେ ନେଇ କଂଗ୍ରେସ ଭବନ ଆସିଲେ। ହେଲେ କାହା ନା ପ୍ରକାଶ ନ କରି ହାଇ କମାଣ୍ଡ ଙ୍କ ନିଷ୍ପତି ମାନିବୁ ବୋଲି ପ୍ରତିକ୍ରିୟା ରଖିଲେ।  ପ୍ରଥମେ ଷ୍ଟିୟରିଂ କମିଟିର ସଦଶ୍ୟ ଓ ଜିଲ୍ଲା ସଭାପତି ଙ୍କ ସହ ଆଲୋଚନା କରିଛନ୍ତି ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ। କିଛି ବରିଷ୍ଠ ନେତା ଓ ବିଧାୟକଙ୍କ ସହ ୱାନ ଟୁ ୱାନ ଆଲୋଚନା ମଧ୍ୟ ହୋଇଥିବା ଜଣା ପଡିଛି। ତେବେ ମୋ ପାଖରେ ଲବି କାମ ଦେବନି ଓ ନଭେମ୍ବର 23 ପରେ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

ରାଜ୍ୟ କଂଗ୍ରେସ ଏବେ ତଳମୁହାଁ। 9 ରୁ 90 ମିଶନ 14 ରେ ଅଟଇଗଲା..କେନ୍ଦ୍ରୀୟ ନେତୃତ୍ୱ ଗୁରୁତ୍ୱ ନ ଦେବା ଯୋଗୁଁ ସୁଯୋଗ ଥାଇ ବି 2004 ରୁ 2014 କଂଗ୍ରେସ ବସ ମିସ କଲା। ଏବେ କେନ୍ଦ୍ରରେ କଂଗ୍ରେସର ଦୁର୍ବଳ ସ୍ଥିତି ଯୋଗୁଁ ଯାହାକୁ ପିସିସି ସଭାପତି କରାଗଲେ ବି ଦଳ କମ ବ୍ୟାକ କରିବା କାଠିକର ପାଠ ହେବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: