|
logo
Live
Argus News App
GET APP

Argus News - କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

Odisha

Maharastra / କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

Rashmita Mishra
Browse all articles by Rashmita Mishra
·1 year ago·1 min read
କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

ଅର୍ଗସ ବ୍ୟୁରୋ: କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏବେବେ ଲାଗି ରହିଛି ସସପେନ୍ସ । ଘନ ଘନ ବୈଠକ ସତ୍ତ୍ବେ ବାହାରି ପାରୁନି ନିଷ୍କର୍ଷ । ଆସନ୍ତା ରବିବାର ବୈଠକରେ ନିଆଯାଇପାରେ ଚୁଡ଼ାନ୍ତ ନିଷ୍ପତ୍ତି । ଆଜି ମୁମ୍ବାଇରେ ମହାୟୁତି ବୈଠକ ବାତିଲ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରିନେବା ପାଇଁ ଏକନାଥ ସିନ୍ଦେ ସ୍ପଷ୍ଟ କରିସାରିଛନ୍ତି । ଗୁରୁବାର ନୂଆଦିଲ୍ଲୀରେ ମହାୟୁତି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନାଭୀ ଓ ଅଜିତ ପାୱାରଙ୍କ ବୈଠକ ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କିଏ ହେବେ ସ୍ପଷ୍ଟ ହୋଇପାରିନାହିଁ । ନୂଆଦିଲ୍ଲୀରୁ ଫେରିବା ପରେ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ପୈତୃକ ଗାଁ ସତାରା ଯାଇଛନ୍ତି ।  ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିକୁ ଏଥର ରେକର୍ଡ ସଂଖ୍ୟକ ୧୩୨ ଆସନ ମିଳିଥିବା ବେଳେ ଏକନାଥ ସିନ୍ଦେଙ୍କ ଶିବସେନାକୁ ମିଳିଛି ୫୭ ଆସନ। ଅଜିତ ପାୱାରଙ୍କ ଏନସିପିକୁ ମିଳିଛି ୪୧ଟି ଆସନ । ମ୍ୟାଜିକ୍ ନମ୍ବର ୧୪୫ଠାରୁ ଢେର ଆଗରେ ରହିଛି ମହାୟୁତି ମେଣ୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Maharastra: କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? | Argus News