Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୁବ ଚେହେରା ନା ଅଭିଜ୍ଞ ପୁରୁଖା ନେତା

Smruti Parija
Browse all articles by Smruti Parija
·1 year ago·1 min read
ଯୁବ ଚେହେରା ନା ଅଭିଜ୍ଞ ପୁରୁଖା ନେତା

ଭୁବନେଶ୍ୱର: କିଏ ହେବ ପିସିସି ସଭାପତି ? ଯୁବ ଚେହେରା ନା ଅଭିଜ୍ଞ ପୁରୁଖା ନେତା । ପିସିସି ସଭାପତିଙ୍କୁ ହଟାଇ ପିସିସି ସମସ୍ତ କମିଟି ଭଙ୍ଗ ପରେ 6 ଦିନ ହେଲା ମୁରବୀ ଶୂନ୍ୟ ହୋଇ ପଡିଛି ରାଜ୍ୟ କଂଗ୍ରେସ । ସେପଟେ ସଭାପତି ହେବା ପାଇଁ ଦିଲ୍ଲୀରେ ଆରମ୍ଭ ହୋଇଛି ଲବି । 

କୋରାପୁଟ ସାଂସଦ ସପ୍ତଗିରି ଉଲାକ୍କା, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ଶ୍ରୀକାନ୍ତ ଜେନା ରେସରେ ଥିବା ଜଣାପଡିଛି । ଏହାରି ଭିତରେ ସାରା ଓଡ଼ିଶା ଜାଣିଥିବା ଲୋକ ପିସିସି ସଭାପତି ହେବା କଥା କହି ପୁଣି ତେର୍ଚ୍ଛାବାଣ ମାରିଛନ୍ତି ବିଧାୟକ ତାରା ବାହିନୀପତି । ସପ୍ତଗିରି ଉଲ୍ଲକା ହେଲେ ମାମୁଁ ଭଣଜା ଯୋଡି ହେବ ବୋଲି କହିଛନ୍ତି ତାରା । ସେପଟେ ଏଆଇସିସି ଯାହାକୁ କରିବ ତାକୁ ସମର୍ଥନ କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।

ଆହୁରି ପଢନ୍ତୁ ରାଜନୀତି ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
who-will-be-the-pcc-president | Argus News