Videos
|
Odisha

୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ପଛରେ କାହାର ହାତ

Rashmita Mishra
Browse all articles by Rashmita Mishra
·2 years ago·1 min read
୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ପଛରେ କାହାର ହାତ

ଅର୍ଗସ ବ୍ୟୁରୋ: ମାଲକାନଗିରି ମୋଟୁରେ ୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ପଛରେ କାହାର ହାତ । ଜମି ଜବରଦଖଲରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ମାସୁମ୍ ଖାନ୍‌ଙ୍କୁ ସୁରକ୍ଷା ଦେଉଥିଲା କିଏ । ପ୍ରଶ୍ନ ଉଠୁଛି,  କାହା ଛତ୍ରଛାୟାରେ ସରକାରୀ ଜମି ଜବରଦଖଲ କରିଥିଲେ ମାସୁମ୍ ଖାନ୍‌ । ଇସଲାମ୍ ନଗରରେ ଚାଲିଥିଲା କି ଅନୈତିକ କାମ । ବେଆଇନ କାମ ପାଇଁ କିଏ ଦେଉଥିଲା ପ୍ରୋତ୍ସାହନ । ପୂର୍ବ ସରକାରରେ ବିଜେଡି ନେତାଙ୍କ ଛତ୍ରଛାୟାରେ ଥିଲେ କି ମାସୁମ୍ । ମାସୁମଙ୍କ ଜାଲିମ୍ କାମ ନେଇ କିଭଳି ଜାଣିପାରିଲାନି ପୋଲିସ-ପ୍ରଶାସନ । କେବେ ବେଆଇନ ନିର୍ମାଣ ଉପରେ ଚାଲିବ ବୁଲଡୋଜର । କେବେ ଜବରଦଖଲ ଜମିକୁ ନିଜ ଅକ୍ତିଆରକୁ ନେବ ପ୍ରଶାସନ ଏବେ ବଡ଼ ପ୍ରଶ୍ନ । ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମିକୁ ଜବରଦଖଲ କରିଥିବା ମାସୁମ୍ ଖାନ୍ ନାଁରେ ଆସିଛି ଅଭିଯୋଗ । ସଂରକ୍ଷିତ ଜଙ୍ଗଲକୁ ବେଆଇନ କବଜା କରି ରାସ୍ତା, ବଡ଼ ବଡ଼ ପୋଖରୀ, କୋଠା ଓ ଗୋଦାମ ଘର ନିର୍ମାଣ ହୋଇଛି । ପୁରା ଏରିଆକୁ ତାର ବାଡ଼ ଘେରାଇ କରାଯାଇଛି ନିଷିଦ୍ଧାଞ୍ଚଳ ।

 ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: