Videos
|
Odisha

ପାଣ୍ଡିଆନଙ୍କ ସୁରକ୍ଷାରେ ପାଣି ଭଳି ଟଙ୍କା ଖର୍ଚ୍ଚ, CEOଙ୍କ ନିକଟରେ ଫେରାଦ ହେଲା ବିଜେପି

Smruti Parija
Browse all articles by Smruti Parija
·2 years ago·2 min read
ପାଣ୍ଡିଆନଙ୍କ ସୁରକ୍ଷାରେ ପାଣି ଭଳି ଟଙ୍କା ଖର୍ଚ୍ଚ, CEOଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର:  ୫T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଏହାର ପ୍ରତିବାଦରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛନ୍ତି ।

ବିଜେପି ପ୍ରଶ୍ନ କରିଛି, କାହିଁକି ୫T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ପାଇଁ ଖର୍ଚ୍ଚ ହେଉଛି ରାଜକୋଷରୁ ଏତେ ଟଙ୍କା । ଏ ବ୍ୟକ୍ତି କ'ଣ ମୁଖ୍ୟମନ୍ତ୍ରୀଙ୍କଠୁ ଉପରେ ବୋଲି ପ୍ରଶ୍ନ କରିଛନ୍ତି । ବିଜେଡି ନେତା ତଥା 5-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୭୪ ଜଣ ପୋଲିସ କର୍ମଚାରୀ । କେବଳ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ବାର୍ଷିକ ରାଜ୍ୟ ରାଜକୋଷରୁ ୩ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ପାଣ୍ଡିଆନଙ୍କୁ କାହିଁକି ଏତେ ସଂଖ୍ୟକ ପୋଲିସ ସୁରକ୍ଷା ଦିଆଯାଉଛି ତାକୁ ନେଇ ଉଠିଛି ପ୍ରଶ୍ନ ?

ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ସେ କହିଛନ୍ତି ପାଣ୍ଡିଆନ ଜଣେ ଡରୁଆ ଓ ଭୟାଳୁ ନେତା ? ଯଦି ଲୋକପ୍ରିୟତା ଅଛି ତେବେ ସେ କାହାକୁ ଡରୁଛନ୍ତି ? ପାଣ୍ଡିଆନ ନିଜକୁ ସମ୍ରାଟ ଭାବୁଛନ୍ତି, ତେଣୁ ତାଙ୍କର ଅହଙ୍କାର ଓ ଔଦ୍ଧତ୍ୟ ଏତେ ବଢ଼ିଯାଇଛି ଯେ, ସେ ରାଜ୍ୟରେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ଗରିବ ଲୋକଙ୍କ ଟିକସ ଟଙ୍କାରେ ଏଭଳି ପୋଲିସ ସୁରକ୍ଷା ନେଇ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବରବାଦ କରୁଛନ୍ତି। ଅନ୍ୟ କେଉଁ ଦଳର ନେତାଙ୍କୁ କେତେ ଜଣ ପୋଲିସ ସୁରକ୍ଷା ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପ୍ରଧାନ। ପାଣ୍ଡିଆନଙ୍କ ପଛରେ କାହିଁକି ଏତେ ସୁରକ୍ଷା ଦିଆଯାଉଛି ତାର ଜବାବ ନବୀନ ସରକାର ଓ ପୋଲିସ ପ୍ରଶାସନ ଦେବାକୁ ଦାବି ହୋଇଛି।

ଏଥିସହ ତୁରନ୍ତ ଭି.କେ ପାଣ୍ଡିଆନଙ୍କ ପୋଲିସ ସୁରକ୍ଷା ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି ଉଠିଛି। ପୁଣି ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ଯେତେ ଖର୍ଚ୍ଚ ହୋଇଛି ତାର ଭରଣା ତାଙ୍କଠାରୁ କରାଯାଉ, ଏମିତି କରାନଗଲେ ଆନ୍ଦୋଳନ କରିବା ସହିତ କୋର୍ଟଙ୍କ ଦ୍ଵାରସ୍ଥ ହେବୁ ବୋଲି ଚେତାବନୀ ଦେଇଛନ୍ତି ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...