Videos
|
Odisha

5T କନସେପ୍ଟ ହିଁ ଥିଲା ବେନିୟମ୍ ଏହା କି ତାର ପ୍ରମାଣ ?

Banajyotshna Ray
Browse all articles by Banajyotshna Ray
·2 years ago·2 min read
5T କନସେପ୍ଟ ହିଁ ଥିଲା ବେନିୟମ୍ ଏହା କି ତାର ପ୍ରମାଣ ?

ଅର୍ଗସ ବ୍ୟୁରୋ:  ନିର୍ବାଚନ କମିଶନଙ୍କ ସି ଭିଜିଲ ଆପରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଦାୟର କରିଥିବା ଅଭିଯୋଗ। ଯାହାର ମୁଖ୍ୟାଂଶ ରହିଛି ଅଫିସର କରୁଛନ୍ତି ରାଜନୀତି। ଆଉ ଅଭିଯୋଗରେ ଲେଖାଯାଇଛି ଭି.କେ ପାଣ୍ଡିଆନ୍ ରାଜନୈତିକ ଦଳ ବିଜେଡିରେ ଯୋଗ ଦେଇଛନ୍ତି। କିନ୍ତୁ ସେ ମଧ୍ୟ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। 4 ଏପ୍ରିଲରେ ଏହି ଅଭିଯୋଗ ସି ଭିଜିଲ ଆପ୍ ଜରିଆରେ ଦାଖଲ କରିଥିଲେ ଅନୀଲ ବିଶ୍ୱାଳ। ଆଉ  
ଏପ୍ରିଲ ତାରିଖ ବେଳକୁ ସିଏମ୍ଓ ୱାବସାଇଟ୍ ରୁ ହଟାଇଦିଆ ଯାଇଥିଲା ଭି.କେ ପାଣ୍ଡିଆନ୍ଙ୍କ ନାଁ। ଏହା ପୂର୍ବରୁ ପାଣ୍ଡିଆନଙ୍କ ନାଁ ସିଏମଓ ଅଧିକାରୀ ତାଲିକାର ସର୍ବାଗ୍ରେ ଥିଲା। ଏହାପରେ ଏପ୍ରିଲ 11 ହେଲା ବେଳକୁ 5T ଭିଜନ ନାମରେ ଥିବା ୱେବସାଇଟ୍ ରୁ ସଂପୂର୍ଣ୍ଣ ତଥ୍ୟ ହିଁ ଗାୟବ ହୋଇଯାଇଥିଲା। ଯାହାକୁ ସବୁଠୁ ବଡ଼ ସଫଳତା ଦର୍ଶାଉଥିଲେ ବିଜେଡି ସରକାର ସେହି 5T କୁ ଗାୟବ କରିଦିଆଯିବା ପଠରେ ରହିଛି କି ନିର୍ବାଚନ କମିଶନଙ୍କ ଛାଟ।

କେବଳ ୱେବସାଇଟ୍ ରୁ ଉଭାନ ହୋଇନି 5T। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଫଳକରୁ  ବି 5Tକୁ ଲିଭାଇ ଦିଆଯାଉଛି ଆମେ 2ଟି ଉଦାହରଣ ଆପଣଙ୍କ ଆଗରେ ରଖୁଛୁ। ଭଦ୍ରକ ବ୍ଲକ ବାଉଦପୁର ପଞ୍ଚାୟତରେ ବସୁଧା ଯୋଜନାରେ ନିର୍ମିତ ପାଣି ଟାଙ୍କି ପାଖରେ ଲାଗିଥିବା 5t ବୋର୍ଡକୁ ଚିରି ଦିଆଯାଇଛି। ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀ ରେ ଆମ ଗାଁ ଆମ ବିକାଶ ବୋର୍ଡ, ତହସିଲ ଅଫିସ୍ ଓ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟରୁ ଲିଭିଆ ଯାଇଛି 5ଟି ଲେଖା।

ଏହି 5T ଥିଲା ବିଜେଡି ସରକାରଙ୍କ ସବୁଠୁ ବଡ଼ ଟ୍ରମ୍ଫ କାର୍ଡ। ଏହି 5Tକୁ ସବୁଠୁ ବଡ଼ ସଫଳତା ଦର୍ଶାଉଥିଲେ ରାଜ୍ୟ ସରକାର। ଯାହା ଅଧିନକୁ ଆସିଥିଲା ରାଜ୍ୟର ସମସ୍ତ ବିଭାଗ। ସବୁ ବିକାଶର ଶ୍ରେୟ ଯାଉଥିଲା 5Tକୁ। କିନ୍ତୁ 5T ଭିଜନ ୱେବସାଇଟ୍ ରୁ ତଥ୍ୟ ଗାଏବ ଏବଂ ସରାକାରୀ ଫଳକରୁ 5ଟି ଉଭାନ ହେବା ପ୍ରମାଣିତ କରୁଛି କି 5T କନସେପ୍ଟ ହିଁ ଥିଲା ବେନିଅମ୍ ? ଏହି 5Tର ଅସ୍ତିତ୍ବକୁ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଯାହର ଉତ୍ତରରେ ସରକାର କହିଥିଲେ 5T ଏକ ବିଚାରଧାରା। ଯଦି ବିଚାରଧାରା ତାର ସଚିବ କେମିତି ରହିବେ। ବିନା ବିଭାଗ ବିନା କର୍ମଚାରୀରେ ସଚିବ କେମିତି ରହିପାରିବେ ବୋଲି ପ୍ରଶ୍ନ ଉଠାଇଥିଲେ ବିରୋଧୀ ଦଳ ନେତା। 

ଅର୍ଥାତ ଯେଉଁ 5T ନାଁ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ସବୁ ଶ୍ରେୟ ଜଣଙ୍କ ମୁଣ୍ଡରେ ଦେଇଚାଲିଥିଲେ ବିଜେଡି ସରକାର ଏବେ ତାହା ବାହାରିଲା ବେଆଇନ୍। ଏକଥା ରାତାରାତି 5T ଗାଏବ ହେବା ଘଟଣାରୁ ହିଁ ପ୍ରମାଣିତ ହୋଇଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Why did the 5T website disappear overnight? | Argus News