Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କାର୍ଯ୍ୟକାରିଣୀ ବୈଠକକୁ କାହିଁକି ଆସିଲେନି ସୁଶାନ୍ତ

Odisha

କାର୍ଯ୍ୟକାରିଣୀ ବୈଠକକୁ କାହିଁକି ଆସିଲେନି ସୁଶାନ୍ତ

Ritu Das
Browse all articles by Ritu Das
·2 years ago·1 min read
କାର୍ଯ୍ୟକାରିଣୀ ବୈଠକକୁ କାହିଁକି ଆସିଲେନି ସୁଶାନ୍ତ

ଅର୍ଗସ ବ୍ୟୁରୋ: ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀରେ ଅନୁପସ୍ଥିତ ସୁଶାନ୍ତ । ଅସନ୍ତୋଷ ନା ଅସୁସ୍ଥତା। କାର୍ଯ୍ୟକାରୀଣିକୁ ନ ଆସିବା ପଛର କାରଣ କଣ । ସମର୍ଥକ ମାନେ ଅମ୍ବାଭୋନା ଥାନା ଭଙ୍ଗାରୁଜା କରିବା ପରେ ବିବାଦରେ ଅଛନ୍ତି ବିଧାୟକ ସୁଶାନ୍ତ ସିଂ । ଅଭିଯୋଗ ହୋଇଥିଲା କି ବିଧାୟକଙ୍କ ପ୍ରରୋଚନାରେ ବିଧାୟକଙ୍କ ସମର୍ଥକ ଏଭଳି କାଣ୍ଡ ଭିଆଇ ଥିଲେ । ଏପରିକି ପୋଲିସ ପ୍ରଶାସନ ବିରୁଦ୍ଧରେ ବି ଖୋଲାଖୋଲି ମନ୍ତବ୍ୟ ଦେଇ କହିଥିଲେ ପୋଲିସ ମଦ ପିଇ ଡ୍ୟୁଟି କରୁଛି । ବନ୍ଧୁକ ଦେଖାଇ ଗୁଣ୍ଡା ଗର୍ଦ୍ଦି କରୁଛି । ସେହିପରି ପୂର୍ବରୁ ମନ୍ତ୍ରୀ ପଦ ନ ମିଳିବା ପରେ ପଶ୍ଚିମ ଓଡିଶାର ୯ ଟି ଜିଲ୍ଲା ଦାୟିତ୍ୱ ମୋତେ ମୁଖ୍ୟମନ୍ତ୍ରୀ ଦେଇଥିବା କହିଥିଲେ ଖୋଦ ସୁଶାନ୍ତ ସିଂ । 

ତେବେ ଗତକାଲି ଶଙ୍ଖ ଭବନରେ ବସିଥିବା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସୁଶାନ୍ତ ଅନୁପସ୍ଥିତକୁ ଦଳୀୟ ମହଲରେ ଆରମ୍ଭ ହୋଇଛି ଗୁଞ୍ଜରଣ । ଦଳର ସମସ୍ତ ହେଭିୱେଟ ନେତା ବୈଠକରେ ଯୋଗ ଦେଇଥିବା ବେଳେ ସୁଶାନ୍ତ କାହିଁକି ଆସିଲେନି ତାକୁ ନେଇ ନାନା ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । କେବଳ ସୁଶାନ୍ତ ନୁହଁନ୍ତି କାର୍ଯ୍ୟକାରିଣୀ ବୈଠକରେ ବି ସାମିଲ ହୋଇ ନଥିଲେ କେନ୍ଦ୍ରାପଡା ସାଂସଦ ତଥା ବିବାଦୀୟ ନେତା ଅନୁଭବ ମହାନ୍ତି । ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକ ବୈଠକରେ ଯୋଗ ଦେଇଥିବା ବେଳେ ଅନୁଭବ କାହିଁକି ଆସିଲେନି ତାକୁ ନେଇ ବି ଅନେକ ଚର୍ଚ୍ଚା। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Why didn't Sushant | Argus News