Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - କାର୍ଯ୍ୟକାରିଣୀ ବୈଠକକୁ କାହିଁକି ଆସିଲେନି ସୁଶାନ୍ତ

କାର୍ଯ୍ୟକାରିଣୀ ବୈଠକକୁ କାହିଁକି ଆସିଲେନି ସୁଶାନ୍ତ

By: Ritu Das

Odisha, Politics| Sat, Dec 16 | 6:12 am

କାର୍ଯ୍ୟକାରିଣୀ ବୈଠକକୁ କାହିଁକି ଆସିଲେନି ସୁଶାନ୍ତ

ଅର୍ଗସ ବ୍ୟୁରୋ: ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀରେ ଅନୁପସ୍ଥିତ ସୁଶାନ୍ତ । ଅସନ୍ତୋଷ ନା ଅସୁସ୍ଥତା। କାର୍ଯ୍ୟକାରୀଣିକୁ ନ ଆସିବା ପଛର କାରଣ କଣ । ସମର୍ଥକ ମାନେ ଅମ୍ବାଭୋନା ଥାନା ଭଙ୍ଗାରୁଜା କରିବା ପରେ ବିବାଦରେ ଅଛନ୍ତି ବିଧାୟକ ସୁଶାନ୍ତ ସିଂ । ଅଭିଯୋଗ ହୋଇଥିଲା କି ବିଧାୟକଙ୍କ ପ୍ରରୋଚନାରେ ବିଧାୟକଙ୍କ ସମର୍ଥକ ଏଭଳି କାଣ୍ଡ ଭିଆଇ ଥିଲେ । ଏପରିକି ପୋଲିସ ପ୍ରଶାସନ ବିରୁଦ୍ଧରେ ବି ଖୋଲାଖୋଲି ମନ୍ତବ୍ୟ ଦେଇ କହିଥିଲେ ପୋଲିସ ମଦ ପିଇ ଡ୍ୟୁଟି କରୁଛି । ବନ୍ଧୁକ ଦେଖାଇ ଗୁଣ୍ଡା ଗର୍ଦ୍ଦି କରୁଛି । ସେହିପରି ପୂର୍ବରୁ ମନ୍ତ୍ରୀ ପଦ ନ ମିଳିବା ପରେ ପଶ୍ଚିମ ଓଡିଶାର ୯ ଟି ଜିଲ୍ଲା ଦାୟିତ୍ୱ ମୋତେ ମୁଖ୍ୟମନ୍ତ୍ରୀ ଦେଇଥିବା କହିଥିଲେ ଖୋଦ ସୁଶାନ୍ତ ସିଂ । 

ତେବେ ଗତକାଲି ଶଙ୍ଖ ଭବନରେ ବସିଥିବା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସୁଶାନ୍ତ ଅନୁପସ୍ଥିତକୁ ଦଳୀୟ ମହଲରେ ଆରମ୍ଭ ହୋଇଛି ଗୁଞ୍ଜରଣ । ଦଳର ସମସ୍ତ ହେଭିୱେଟ ନେତା ବୈଠକରେ ଯୋଗ ଦେଇଥିବା ବେଳେ ସୁଶାନ୍ତ କାହିଁକି ଆସିଲେନି ତାକୁ ନେଇ ନାନା ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । କେବଳ ସୁଶାନ୍ତ ନୁହଁନ୍ତି କାର୍ଯ୍ୟକାରିଣୀ ବୈଠକରେ ବି ସାମିଲ ହୋଇ ନଥିଲେ କେନ୍ଦ୍ରାପଡା ସାଂସଦ ତଥା ବିବାଦୀୟ ନେତା ଅନୁଭବ ମହାନ୍ତି । ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକ ବୈଠକରେ ଯୋଗ ଦେଇଥିବା ବେଳେ ଅନୁଭବ କାହିଁକି ଆସିଲେନି ତାକୁ ନେଇ ବି ଅନେକ ଚର୍ଚ୍ଚା। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored By!

Related Articles :