Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅପାର ସମ୍ଭାବନା ସତ୍ତ୍ବେ ଓଡିଶା କାହିଁକି ପଛୁଆ?

Odisha

ଅପାର ସମ୍ଭାବନା ସତ୍ତ୍ବେ ଓଡିଶା କାହିଁକି ପଛୁଆ?

Manini Pattanayak
Browse all articles by Manini Pattanayak
·1 year ago·2 min read
ଅପାର ସମ୍ଭାବନା ସତ୍ତ୍ବେ ଓଡିଶା କାହିଁକି ପଛୁଆ?

ଭୁବନେଶ୍ୱର:  ଅପାର ସମ୍ଭାବନା ସତ୍ତ୍ବେ ଓଡ଼ିଶା ପଛୁଆ । ବିପଦରେ ଓଡ଼ିଆ ଭାଷା, ସଂକଟରେ ଓଡ଼ିଆ ଅସ୍ମିତା। ଓଡ଼ିଆ ସ୍ବାଭିମାନ ଏବେ ଅପମାନିତ। ଓଡ଼ିଆ ସ୍ବାଭିମାନକୁ ଆଘାତ କରୁଛି ଅମଲା କୋଟେରୀ । ଶଶିକଳା ସିଣ୍ଡ୍ରୋମ କଥା କହି ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ଅସ୍ମିତା ନଷ୍ଟର 4ଟି ପ୍ରମାଣ ଗଣାଇଛନ୍ତି । ଓଡ଼ିଆ ଅସ୍ମିତା କଥା ଉଠାଇ ଏଥର ଓଡ଼ିଶା ନିର୍ବାଚନ ପାଇଁ ଏଜେଣ୍ଡା ସେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଣି ମୋଦି ସରକାର ସମୟରେ ହିଁ ଓଡ଼ିଶା ସବୁଠାରୁ ବେଶୀ ଲାଭବାନ ହୋଇଛି। ୟୁପିଏ ଓ ମୋଦି ସରକାର ସମୟରେ ଓଡିଶାକୁ ମିଳିଥିବା ଅନୁଦାନର ତୁଳନାତ୍ମକ ଚିତ୍ର ଦେଇ ରାଜ୍ୟରେ ଅପାରଗ ସରକାର ଓ ଶାସକ ଦଳ ଉପରେ ଜୋରଦାର ଆକ୍ରମଣ କରିଛନ୍ତି ଧର୍ମେନ୍ଦ୍ର। 

 ପୁରୀରେ ତ୍ରୟୋଦଶ ଶତାଦ୍ଦୀର ସିଂହକୁ ଅଳିଆଗଦାରେ ପକାଇବାରୁ ନେଇ ଲିଙ୍ଗରାଜ ମନ୍ଦିରର ସପ୍ତମ ଶତାଦ୍ଦିର ଶୁକସାରୀ ମନ୍ଦିରର ଦେବୀ ପ୍ରତିମା କୋଉଠି ଅଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ।  ସେହିପରି ଯାଜପୁର ପାରଭାଡିର ପୁରାତନ ବୌଦ୍ଦ କୀର୍ତ୍ତିରାଜି   କିଏ ନଷ୍ଟକଲା ବୋଲି ପ୍ରଶ୍ନ କରି ଆଜି ମୁଖ୍ୟମନ୍ତ୍ରୀଙ୍କୁ  ଜବାବ ମାଗିଛନ୍ତି କେନ୍ଦ୍ର ମନ୍ତ୍ରୀ
2020ରେ ରଥଯାତ୍ରା ବନ୍ଦ ପାଇଁ କିଏ ଷଡଯନ୍ତ୍ର କରିଥିଲା।  ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ରାଜ୍ୟ ସରକାର କଣ ଉଲ୍ଲେଖ କରିଥିଲେ ତାର ଜବାବ ବି ମୁଖ୍ୟମନ୍ତ୍ରୀ ନିଜେ ରଖନ୍ତୁ ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ।

 ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର କିପରି ସହଯୋଗ କରୁନାହାଁନ୍ତି ତାର ବି ତଥ୍ୟ ପ୍ରମାଣ ରଖିଥିଲେ କେନ୍ଦ୍ର ମନ୍ତ୍ରୀ.. କୌଣସି ନା କୌଣସି ଆଳ ଦେଖାଇ ଖୋର୍ଦ୍ଦାର ବରୁଣେଇରେ ପାଇକ ସ୍ମାରକୀ ପାଇଁ ଜମି ଦେଉନାହାଁନ୍ତି ସରକାର। ଏହାକୁ ଓଡିଆ ଅସ୍ମିତା ସହ ଯୋଡି  ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର।   ରାଜ୍ୟରେ  ଅସାମ୍ବିଧାନିକ ଓ ନିୟମକାନୁନ ବହିର୍ଭୁତ ଶାସନ ବ୍ୟବସ୍ଥା ଚାଲୁଥିବାର ଆଣିଲେ ଗୁରୁତର ଅଭିଯୋଗ।  ଓଡିଆ ସ୍ବାଭିମାନକୁ ନଷ୍ଟ  କରିବା ପାଇଁ ଅମଲାଙ୍କୁ ନେଇ ଗୋଟିଏ କୋଟେରୀ ଚେଷ୍ଟା କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉତ୍ତରାଧିକାରୀ ହେବା ପାଇଁ କେହି ମିଳିଲେ ନାହିଁ  ବୋଲି ପ୍ରଶ୍ନ କରି ପୁଣି ଶଶି କଳା ସିଣ୍ଡ୍ରୋମର ଉଦାହରଣ ରଖି  ନିଶାନା କଲେ ଧର୍ମେନ୍ଦ୍ର । ଅଗଣତାନ୍ତ୍ରିକ, କୋଟେରୀ, ବ୍ୟାକ ଡୋର, ଚଞ୍ଚକତା, ଦୁର୍ନୀତି, ପରିବାରବାଦ । ଏ ସବୁକୁ ମିଶାଇଲେ ଶଶି କଳା ସିଣ୍ଡ୍ରୋମ କୁହାଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଭାଷା ଭତିକ ପ୍ରଥମ ରାଜ୍ୟ ଓଡିଶା 2036ରେ 100 ବର୍ଷ ପୂର୍ତ୍ତି ପାଳନ କରିବ.. ତେବେ ସେତେବେଳେ ଓଡିଆ ପିଲାର ସ୍ବାସ୍ଥ୍ୟ, ମିହଳାଙ୍କ ସୁରକ୍ଷା, କାମ ନପାଇ ବାହାର ରାଜ୍ୟକୁ ଯାଉଥିବା ଯୁବକର ବ୍ୟଥାକୁ ବି ଓଡିଆ ଅସ୍ମିତା ସହ ଯୋଡିଛନ୍ତି କେନ୍ଦ୍ର ମନ୍ତ୍ରୀ। 2004ରୁ 2014 ଭିତରେ  କଂଗ୍ରେସ ଶାସନରେ ଓଡିଶା  ଓଡ଼ିଶା 3 ଲକ୍ଷ କୋଟି  ପାଇଥିବା ବେଳେ ମୋଦି ସରକାର ସମୟରେ ଗତ 10 ବର୍ଷରେ ରାଜ୍ୟକୁ ମିଳିଥିବା 18 ଲକ୍ଷ କୋଟିର ହିସାବ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
Why is Odisha lagging behind despite its immense potential? : dharmendra pradhan | Argus News