Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାହିଁକି ମେଣ୍ଟ କରିବାକୁ ଆଗ୍ରହୀ 25 ବର୍ଷର ବିଜୁ ଜନତା ଦଳ ? 

Smruti Parija
Browse all articles by Smruti Parija
·2 years ago·3 min read
କାହିଁକି ମେଣ୍ଟ କରିବାକୁ ଆଗ୍ରହୀ 25 ବର୍ଷର ବିଜୁ ଜନତା ଦଳ ? 

Key Points

କାହିଁକି ମେଣ୍ଟ କରିବାକୁ ଆଗ୍ରହୀ 25 ବର୍ଷର ବିଜୁ ଜନତା ଦଳ ? 
କାହିଁକି ବିଜେପି ସହ ମିଶି ସରକାର ଗଢ଼ିବାକୁ ଚାହୁଁଛନ୍ତି ଜନପ୍ରିୟ ସିଏମ୍ ? 

ଗୋଲକଧନ୍ଦାରୁ ପରଦା ହଟାଇବାକୁ ରୁବେନ୍ ବାନାର୍ଜୀ ଓ ଅମିତାଭ ତିୱାରୀଙ୍କ ପ୍ରୟାସ ।
ND TV ଓ The Federalରେ ଖୋଲିଲା ମେଣ୍ଟର ଗୁମର

ଅର୍ଗସ ବ୍ୟୁରୋ: 24 ମହାଲଢ଼େଇ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା। ରାଜ୍ୟରେ ୨୫ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳ ଏଥର ବିଜେପି ସହ ହାତ ମିଳାଇ  ମଇଦାନକୁ ଓହ୍ଲାଇବାକୁ ଚାହୁଁଛି ।  ଚର୍ଚ୍ଚା ହେଉଛି  ଦୁଇ ଦଳର ତୁଙ୍ଗନେତାଙ୍କ ଭିତରେ ଏ ନେଇ  ଚାଲିଛି ଆଲୋଚନା । କିନ୍ତୁ ପ୍ରଶ୍ନ ହେଲା ବିଜେଡିକୁ କାହିଁକି ପଡିଲା ମେଣ୍ଟର ଆବଶ୍ୟକତା ? NDTV ୱେବସାଇଟରେ ପ୍ରକାଶିତ ଆର୍ଟିକିଲରେ ଏହା ଉପରୁ ପରଦା ଉଠାଇଛନ୍ତି ବରିଷ୍ଠ ସାମ୍ବାଦିକ ଅମିତାଭ ତିୱାରୀ। ଏଥିସହ THE FEDERALରେ ମଧ୍ୟ ସମାନ ପ୍ରସଙ୍ଗରେ ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ । 

ଏମାନଙ୍କ ଅନୁସାରେ ସାଧାରଣ ନିର୍ବାଚନ ପୂର୍ବରୁ ସାରା ଦେଶରେ ବଢ଼ିବାରେ ଲାଗିଛି ମୋଦିଙ୍କ ଲୋକପ୍ରିୟତା । ମୋଦି ଲହରକୁ ଟକ୍କର ଦେବାକୁ କମ୍ ପଡୁଛି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆତ୍ମବିଶ୍ବାସ ।

ନିର୍ବାଚନ ପୂର୍ବରୁ NDAରେ ନ ମିଶିଲେ ଫଳ ଘୋଷଣା ପରେ କମିଯାଇପାରେ ବିଜେଡିର ଗୁରତ୍ବ  ବୋଲି ମତ ଦେଇଛନ୍ତି ଅମିତାଭ ତିଓ୍ବାରୀ। 

ଆସନ୍ତା ଏପ୍ରିଲରେ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠ ହୋଇପାରେ NDA ମେଣ୍ଟ। ଏଣୁ ଆଉ ରାଜ୍ୟସଭାରେ ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରିବାକୁ ବିଜେଡିର ସମର୍ଥନ ଲୋଡି ନପାରନ୍ତି ମୋଦି ସରକାର । ଫଳରେ ହ୍ରାସ ପାଇବ ବିଜେଡିର ଗୁରୁତ୍ବ । 

ପୂର୍ବତନ ବ୍ୟୁରୋକ୍ରାଟ୍ ଭି.କେ. ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକ ତାଙ୍କର ଉତ୍ତରାଧିକାରୀ ଘୋଷଣା ନେଇ ଚର୍ଚ୍ଚା ହେଉଛି । ଏଥିସହ ପାଣ୍ଡିଆନ୍ ବାହାର ରାଜ୍ୟର ହୋଇଥିବାରୁ ତାଙ୍କୁ ବିଜେଡିର ନେତ୍ବବୃନ୍ଦ ବିରୋଧ କରିବାର ଆଶଙ୍କା ରହିଛି । ଏହି ପ୍ରକ୍ରିୟାକୁ ସୁଗମ କରିବାକୁ ବିଜେପିର ସମର୍ଥନ ଲୋଡିପାରେ। 

ଯଦି ମେଣ୍ଟ ନ ହୁଏ ପାଣ୍ଡିଆନ୍ ବିରୋଧୀଙ୍କୁ ମେଳ କରି ବିଜେପି ସରକାର ଗଠନ କରିବାକୁ ଚେଷ୍ଟା କରିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମେଣ୍ଟହେଲେ ବିନା ବାଧାରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇ ଦେଶର ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବେ । ରାଜ୍ୟରେ ଏକ ସମୟରେ ଲୋକସଭା ଓ ବିଧାନସଭା  ନିର୍ବାଚନ ହେଉଥିବାରୁ ଭୋଟ୍ ବିଭାଜନ ହେବାର ଆଶଙ୍କା ରହିଛି ।  
 

ମୋଦିଙ୍କ ହାଓ୍ବାରେ ଆଞ୍ଚଳିକ ଦଳଙ୍କ ଶକ୍ତି ହ୍ରାସ ପାଉଛି । ଭି.କେ. ପାଣ୍ଡିଆନଙ୍କ ଅଣ ଓଡିଆ ପୃଷ୍ଠଭୂମିକୁ ମୁଖ୍ୟ ବିରୋଧୀ ଦଳ ବିଜେପି ଆୟୁଧ କରିଛି । ଯାହା ପାଣ୍ଡିଆନ ଓ ଆଞ୍ଚଳିକ ଦଳ ଭାବେ ବିଜେଡିର ଗୁରୁତ୍ବକୁ ପ୍ରଭାବିତ କରିବ । ଯଦି ବିଜେପି ମେଣ୍ଟରେ ସାମିଲ ହୁଏ ତେବେ ଏହା ବଡ ପ୍ରସଙ୍ଗ ହେବ ନାହିଁ । ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସ ଦୁର୍ବଳ ହେଉଥିବା କେନ୍ଦ୍ରୀୟ ନେତୃତ୍ବ ଏ ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ତେଣୁ ବିରୋଧୀଙ୍କ ପ୍ଲାନକୁ ଦୁର୍ବଳ କରିବାକୁ ପାଣ୍ଡିଆନଙ୍କ ଏକ ବଡ ପ୍ଲାନ ବୋଲି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ କହିଛନ୍ତି । 
 

ସେପଟେ ବିଜେପି ପ୍ରତି ସାରାଦେଶରେ ଜନ ସମର୍ଥନ ବଢୁଥିବା ବେଳେ କେନ୍ଦ୍ରୀୟ ନେତୃବୃନ୍ଦ ଓଡିଶାରେ ବିଜେଡି ସହ ମେଣ୍ଟ କରିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନାରା ଅବ୍ କି ବାର, ୪୦୦ ପାର୍ ପାଇଁ ଏହା ବେଶ ସହାୟକ ହେବ । ପୂର୍ବରୁ ମଧ୍ୟ ବିଜେଡି ସଂସଦରେ ବିଭିନ୍ନ  ଗୁରୁତ୍ବପୂର୍ଣ୍ଣ ବିଲ ପାରିତ ପାଇଁ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛି । ଏପରିକି ରାଜ୍ୟସଭାରେ ବିଜେଡିର ସମର୍ଥନ ବିଜେପିକୁ ଫାଇଦା ହୋଇଛି । 

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ପୂର୍ବତନ ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି, ଦିଲ୍ଲୀ ବୈଠକ ଉପରେ ଆମ ନଜର ରହିଛି । ଆମେ ଦଳର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା । ଦଳର ସୈନ୍ୟ ବା ଦେଶର ସୈନ୍ୟ, ଦେଶର ହିତ ପାଇଁ ଯାହା ନିଷ୍ପତି ହୁଏ ତାକୁ ଗ୍ରହଣ କରେ। ସେପଟେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଓଡ଼ିଶାର ବିକାଶ, ପ୍ରଗତି ଓ ଉନ୍ନତି ଆମର ପ୍ରଥମ ଓ ଶେଷ ମୁଦ୍ଦା । ସେ ଲକ୍ଷ୍ୟ ହାସଲ ହାସଲ କରିବା ଓ ରାଜ୍ୟର ବିକାଶ ଆଗକୁ ନେବାପାଇଁ ଯାହା ଆବଶ୍ୟକ ସେସବୁ ବିଜୁ ଜନତା ଦଳ କରୁଛି। ବିଭିନ୍ନ ଆଲୋଚନା ପରେ ଦଳର ସୁପ୍ରିମୋ ଯାହା ନିଷ୍ପତି ନିଅନ୍ତି ତାହା ସର୍ବ ମାନ୍ୟ। 

ଆହୁରି ପଢନ୍ତୁ ରାଜନୀତି ଖବର...
 

Sponsored
Why is the 25-year-old Biju Janata Dal keen for-alliance | Argus News