ଦୁଇଦୁଇଥର ଭିତର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏଏସଆଇ କରିଥିଲା ଆବେଦନ
·2 years ago·1 min read

ପୁରୀ: ଏସଆଇ ଖୋଲିଲା ଶ୍ରୀମନ୍ଦିର ପ୍ରଶାସନର ପୋଲ୍। ଦୁଇଦୁଇଥର ଭିତର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏଏସଆଇ କରିଥିଲା ଆବେଦନ। 2018 ଓ 2022ରେ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସଆଇ ଆବେଦନ କରିଥିବା ସୂଚନା ଦେଇଛନ୍ତି ଏଏସଆଇ ଓଡିଶା ମୁଖ୍ୟ ଜି.ବି ଗଡନାୟକ। ତେବେ କାହିଁକି ରାଜ୍ୟ ସରକାର ଭିତରର ରତ୍ନଭଣ୍ଡାର ଯାଞ୍ଚ କରାଉନାହାନ୍ତି। କାହିଁକି ଏଏସଆଇକୁ ରତ୍ନଭଣ୍ଡାର ଭିତରକୁ ଯିବାକୁ ମିଳୁନି ଅନୁମତି। ରତ୍ନଭଣ୍ଡାର ଖୋଲିଲେ ରତ୍ନଗଣତି ଡ଼ର ଘାରୁଛି କି ସରକାରଙ୍କୁ।
ରତ୍ନ ଭଣ୍ଡାର ଅସୁରକ୍ଷିତ ସ୍ଥିତିରେ ଥିବା ପୂର୍ବରୁ ଜଣାଥିଲେ ମଧ୍ୟ ଖାଲି ବାହାର କାନ୍ଥ ସ୍କାନିଂ କରି ଜାଣିଶୁଣି ସମୟ ଗଡ଼ାଉଥିବାର ଅଭିଯୋଗ ପରେ ଏବେ ଏ ସତ ସରକାରଙ୍କୁ ପକାଇଛି ହରଡ଼ଘଣାରେ। ତେବେ ଆଜି ଲେଜର ସ୍କାନିଂ ଶେଷ ହେବାକୁ ଥିବାବେଳେ ପ୍ରଥମ ଦିନରେ ରତ୍ନଭଣ୍ଡାର ବାହର କାନ୍ଥର ଲେଜର୍ ସ୍କାନିଂ ପ୍ରକ୍ରିୟା ଶେଷ ହୋଇଛି। ଆଜି ବାହାର ପାର୍ଶ୍ବର ଉତ୍ତର ଭାଗରେ ସ୍କାନିଂ ଚାଲିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: