Videos
|
Odisha

କାହିଁକି ପାଣ୍ଡିଆନଙ୍କୁ ଉତ୍ତରାଧିକାରୀ କହିଲେନି ବିଜେଡି ସୁପ୍ରିମୋ ?

Smruti Parija
Browse all articles by Smruti Parija
·2 years ago·1 min read
କାହିଁକି ପାଣ୍ଡିଆନଙ୍କୁ ଉତ୍ତରାଧିକାରୀ କହିଲେନି ବିଜେଡି ସୁପ୍ରିମୋ ?

Key Points

  • କାହିଁକି ପାଣ୍ଡିଆନଙ୍କୁ ଉତ୍ତରାଧିକାରୀ କହିଲେନି ବିଜେଡି ସୁପ୍ରିମୋ ?
  • ନବୀନଙ୍କ ଉତ୍ତରାଧୀକାରୀ ଉତ୍ତର ନେଇ ରୁବେନ୍ ବାନାର୍ଜୀଙ୍କ ବୟାନ
  • କହିଲେ ଉତ୍ତରାଧିକାରୀକୁ ନା କହି ଡ୍ୟାମେଜ କଣ୍ଟ୍ରୋଲ କରିଛନ୍ତି ନବୀନ
  • ଚତୁର ନବୀନ ବୁଝିସାରିଛନ୍ତି ବିଜେଡି ପାଇଁ ବୋଝ ପାଣ୍ଡିଆନ୍ 
  • ସ୍ବାସ୍ଥ୍ୟ ପ୍ରସଙ୍ଗରେ ବି ନବୀନଙ୍କ ସଫେଇ ନେଇ ପ୍ରଶ୍ନ ଉଠାଇଲେ ରୁବେନ୍

ଅର୍ଗସ ବ୍ୟୁରୋ: ନବୀନ ହେଉଛନ୍ତି ଜଣେ ଚତୁର ରାଜନେତା। ସେ ଭଲ ଭାବରେ ବୁଝିସାରିଛନ୍ତି ପାଣ୍ଡିଆନ ହେଉଛନ୍ତି ବିଜେଡି ପାଇଁ ବୋଝ। ସେଥିପାଇଁ ତାଙ୍କ ତ୍ତରାଧୀକାରୀ ପ୍ରସଙ୍ଗରେ ପାଣ୍ଡିଆନଙ୍କ ନାଁକୁ ଏଡ଼ାଇଯାଇଛନ୍ତି ନବୀନ। ଏପରି କରି ନବୀନ ପାଣ୍ଡିଆନଙ୍କ ପାଇଁ ହୋଇଥିବା ବିଜେଡିର ଡ୍ୟାମେଜକୁ କଣ୍ଟ୍ରୋଲ କରିଛନ୍ତି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ। 

ଅର୍ଗସର ପଲିଟିକାଲ ଟକ୍ ଶୋରେ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ କହିଛନ୍ତି। ପାଣ୍ଡିଆନ ହେଉଛନ୍ତି ବିଜେଡିର ସଞ୍ଜୟ ଗାନ୍ଧି। ସେ ଯେତେ ପ୍ରଚାର କରିଛନ୍ତି ବିଜେଡିର ସେତେ କ୍ଷତି ହୋଇଛି। 

ନବୀନଙ୍କ ସ୍ବାସ୍ଥ୍ୟକୁ ନେଇ ଦେଖାଦେଇଥିବା ବିବାଦ ଭିତରେ ରୁବେନ୍ ବାନାର୍ଜୀ ଉଠାଇଛନ୍ତି ବଡ଼ ପ୍ରଶ୍ନ। ପଚାରିଛନ୍ତି 5 ବର୍ଷ ଧରି କାହିଁକି ଲୋକସେବାଭବନରେ ନିଜ ଅଫିସକୁ ଯାଉ ନାହାନ୍ତି ମୁଖ୍ୟମନ୍ତ୍ରୀ। 

ନବୀନଙ୍କ ଖରାପ ସ୍ବାସ୍ଥ୍ୟ ପଛରେ ଓଡ଼ିଶାକୁ ଲୁଟ୍ କରୁଥିବା ଲବିର ଷଡ଼ଯନ୍ତ୍ର ନେଇ ପ୍ରଧାନମନ୍ତ୍ରୀ ଆଶଙ୍କା ପ୍ରକାଶ କରିବା ପରେ ଏହାକୁ ନେଇ ସାରା ଦେଶରେ ଦେଖାଦେଇଛି ବିତର୍କ। ନିଜେ ନବୀନ ଓ ପାଣ୍ଡିଆନ୍ ଏନେଇ ଯେତେ ସଫେଇ ଦେଲେ ବି ବିଗତ ଦିନର କିଛି ଘଟଣା ଓ ଦୃଶ୍ୟ ଏ ନେଇ ଲୋକଙ୍କ ମନରେ ସନ୍ଦେହକୁ ଅଧିକ ଦୃଢୀଭୁତ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...