କାହିଁକି ବିଶୁଦ୍ଧ ପାଣି ଯୋଗାଣରେ ଫେଲ୍ 24 ବର୍ଷର ସରକାର ?

ନୟାଗଡ: ଦୂଷିତ ପାଣି ଯୋଗୁଁ ଓଡ଼ିଶାରେ ଉତ୍କଟ ହେଲାଣି କିଡନୀ ସମସ୍ୟା । ଦେବଗଡ, ରେଢାଖୋଲ ଓ ନୟାଗଡ଼ରେ ଦୂଷିତ ପାଣି ସାଜିଛି ଲୋକଙ୍କ ପାଇଁ କାଳ । କାହିଁକି ବିଶୁଦ୍ଧ ପାଣି ଯୋଗାଣରେ ଫେଲ୍ 24 ବର୍ଷର ସରକାର ? । ବିଜ୍ଞାନ ଯୁଗରେ ଜଳ ବିଶୋଧନ କଣ ଏକ ବଡ଼ ବ୍ୟାପାର ? ।...
ଦୂଷିତ ପାଣି ନେଉଛି ଜୀବନ। ଦେବଗଡ ତିଳେଇବଣିର ଗାଡପାଳରେ 10 ଦିନରେ ଗଲାଣି 2 ଜଣଙ୍କ ଜୀବନ... କିଡନୀ ରୋଗରେ ଗାଁ ର 5ଜଣ ଆକ୍ରାନ୍ତ ହୋଇଥିବା ବେଳେ ବାପ- ପୁଅଙ୍କ ମୃତ୍ୟୁ ହୋଇଛି। ଲୋକଙ୍କ ଅଭିଯୋଗ ନଳ କୁଳର ଦୂଷିତ ପାଇଁ ଯୋଗୁ କିଡନୀ ବ୍ୟାପୁଛି। ନଳକୁପରୁ ବାହାରୁଛି ହଳଦିଆ ରଙ୍ଗର ପାଣି। ରେଢାଖୋଲର ସାନଖଲିଆମାଲ ଗାଁରେ ବି ଡରାଉଛି କୀଡନୀ ରୋଗ.. 5 ବର୍ଷ ଭିତରେ କୀଡ଼ନୀ ରୋଗରେ ଏଠି 10 ଜଣଙ୍କ ଜୀବନ ଗଲାଣି। 15 ଜଣ ଏବେ ବି ଆକ୍ରାନ୍ତ...ଦୁଷିତ ପାଣି ପିଇ ବିଗଡି ଗଲାଣି ଆଦୀବାସିଙ୍କ ସ୍ବାସ୍ଥ୍ୟ...ବିକାଶ ତ ଦୁର.. ଏଠି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ଆଦିବାସୀ।
ଏଠି ରହୁଥିବା 30 ପରିବାର ଭିତରେ ପ୍ରତି ପରିବାରର କେହି ନା କେହି କୀଡନୀରେ ଆକ୍ରାନ୍ତ..ପୁଅ କୁ ହରାଇ କାନ୍ଧୁଛି ମା'। ସ୍ବାମୀକୁ ହରାଇ କନ୍ଦୁଛି ସ୍ତ୍ରୀ। ନୟାଗଡ ଖଣ୍ଡପଡାର ଘାୋଡାମାରି ଗାଁରେ କୀଡନୀ ରୋଗରେ 5 ବର୍ଷରେ ଗଲାଣି 50 ଜୀବନ ଏବେ 10 ଜଣ ଆକ୍ରାନ୍ତ.. ସ୍ବଚ୍ଛ ପିଇବା ପାଣି ଯୋଗାଇବା ପାଇଁ ଏଠି ବାରମ୍ବାରା ନେହୁରା ହୋଇ ନିରାଶ ହେଲେଣି ଗାଁ ଲୋକେ.. ଶୁଦ୍ଦ ପିଇବା ପାଣି ଦାବିରେ ଶେଷରେ ଧାରଣା ଦେଇଇଥିଲେ ଗାଁ ଲୋକେ। ଗ୍ରାମାଞ୍ଚଳର ଲୋକଙ୍କୁ ଶୁଦ୍ଦ ପିଇବା ପାଣି ଯୋଗାଇଦେବାକୁ ସରକାର ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି.. ଗାଁ ଗାଁରେ ରାସ୍ତା କଡରେ ଲାଗିଛି ବସୁଧାର ହୋର୍ଡିଂ.. ହେଲେ ବାସ୍ତବରେ କେବଳ ପ୍ରଚାରରେ ସୀମିତ ରହିଛି ଶୁଦ୍ଦ ପିଇବା ପାଣି ଯୋଗାଣ।
ଅଧିକ ପଢନ୍ତୁ ଓଡ଼ିଶା ଖବର
