କାହିଁକି ମେଣ୍ଟ ପାଇଁ ଆଗ୍ରହୀ ଥିଲା ବିଜେଡି ?

ଭୁବନେଶ୍ୱର: କାହିଁକି ମେଣ୍ଟ ପାଇଁ ଆଗ୍ରହୀ ଥିଲା ବିଜେଡି ? କାହିଁକି ପଦ୍ମ ସହ ହାତ ମିଶାଇବାକୁ ଚାହୁଁଥିଲେ ନବୀନ-ପାଣ୍ଡିଆନ? ରାଜ୍ୟରେ ଏତେ ସମର୍ଥନ ପରେ ବି କଣ ଥିଲା ନବୀନଙ୍କ ଦୁର୍ବଳତା ? ଅଣଓଡ଼ିଆ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚାହୁଁଥିଲେ କି ମୁଖ୍ୟମନ୍ତ୍ରୀ ? ଗୋଲକ ଧନ୍ଦାରୁ ପରଦା ହଟାଇଥିଲେ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ଓ ଅମିତାଭ ତିୱାରୀ ।
ମେଣ୍ଟ ଚର୍ଚ୍ଚାରେ ପଡିଲା ପୂର୍ଣଛେଦ... ଏବେ ପ୍ରଶ୍ନ କାହିଁକି ମେଣ୍ଟ ପାଇଁ ବ୍ୟଗ୍ର ଥିଲା ବିଜେଡି.... THE FEDERAL ରେ ମତ ରଖି ପରଦା ହଟାଇଥିଲେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି... ସେହିପରି ଏନଡିଟିଭିର ୱେବସାଇଟରେ ଆର୍ଟିକିଲ ଲେଖିଥିଲେ ଅମିତାଭ ତୀୱାରୀ... ନଜର ପକାନ୍ତୁ ଏମାନେ ତର୍ଜମା କରିଥିବା କାରଣ ଗୁଡିକ ଉପରେ
1- ଭି.କେ. ପାଣ୍ଡିଆନଙ୍କ ଅଣ ଓଡିଆ ପୃଷ୍ଠଭୂମିକୁ ମୁଖ୍ୟ ବିରୋଧୀ ଦଳ ବିଜେପି ଆୟୁଧ କରିଛି । ଯାହା ପାଣ୍ଡିଆନ ଓ ଆଞ୍ଚଳିକ ଦଳ ଭାବେ ବିଜେଡିର ଗୁରୁତ୍ବକୁ ପ୍ରଭାବିତ କରିବ । ଯଦି ବିଜେପି ମେଣ୍ଟରେ ସାମିଲ ହେବ ତେବେ ଏହା ବଡ ପ୍ରସଙ୍ଗ ହେବ ନାହିଁ .. କଂଗ୍ରେସ ଅସ୍ତିତ୍ବ ହରାଉଛି.. ବିଜେପି ଚୁପ ରହିଲେ ଓଡିଆ ଅସ୍ମତା ଓ ସ୍ବାଭିମାନ ପ୍ରସଙ୍ଗରେ ଆଞ୍ଚଳିକ ଦଳ ବିଜେଡି ପାଇଁ କଣ୍ଟା ରହିବ ନାହିଁ
2- ବିଜେଡି ଚାହୁଁଥିଲା ବିଜେପିକୁ ଜୀବନ ବୀମା ଭାବେ ବ୍ୟବହାର କରିବାକୁ.. ରାଜ୍ୟ ସରକାର ଓ ଭି. କେ ପାଣ୍ଡିଆନ ବିରୋଧରେ କହି ପାରି ନ ଥାନ୍ତେ ମେଣ୍ଟରେ ବନ୍ଧା ହୋଇଥିଲେ ବିଜେପି...ବିଜେଡିର ଏ ଚାଲାକିକୁ ବୁଝିଲା ବିଜେପି
3- ନିର୍ବାଚନ ପୂର୍ବରୁ ସାରା ଦେଶରେ ବଢ଼ୁଥିବା ମୋଦି ଲହରକୁ ଟକ୍କର ଦେବାକୁ କମ ପଡୁଛି ନବୀନଙ୍କ ଆତ୍ମବିଶ୍ବାସ
ବିଭିନ୍ନ ସର୍ଭେ କହୁଛି କମୁଛି ନବୀନଙ୍କ ଲୋକପ୍ରିୟତାର ଗ୍ରାଫ
ପୂର୍ବରୁ ଏକାଧିକ ଜାତୀୟ ଗଣମାଧ୍ୟମ ସଂସ୍ଥାର ସର୍ଭେ କହୁଛି ଓଡ଼ିଶାରେ ତୀବ୍ର ହୋଇଛି ସରକାର ବିରୋଧୀ ହାୱା । ଯାହାର ସିଧା ଲାଭ ବିଜେପିକୁ ମିଳିପାରେ । ଦ ଫେଡରାଲ ଇଣ୍ଡିଆର ସର୍ଭେ ଅନୁଯାୟୀ ଏଥର ଓଡ଼ିଶାରେ ବିଜେପିକୁ ମିଳିବ 54.90 ପ୍ରତିଶତ ଭୋଟ ଏବଂ ବିଜେଡିକୁ ମିଳିବ ମାତ୍ର 19.35 ପ୍ରତିଶତ ଭୋଟ ।
4-ନିର୍ବାଚନ ପୂର୍ବରୁ NDAରେ ନ ମିଶିଲେ ଫଳ ଘୋଷଣା ପରେ କମିଯାଇପାରେ ବିଜେଡିର ଗୁରୁତ୍ବ
📱 Get Argus News App
✨5-ଏପ୍ରିଲରେ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠ ହୋଇପାରେ NDA ମେଣ୍ଟ। ଏଣୁ ଆଉ ରାଜ୍ୟସଭାରେ ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରିବାକୁ ବିଜେଡିର ସମର୍ଥନ ଲୋଡି ନ ପାରନ୍ତି ମୋଦି ସରକାର
6- ମେଣ୍ଟହେଲେ ବିନା ବାଧାରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇ ଦେଶର ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବେ
7- ରାଜ୍ୟରେ ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବାରୁ ଭୋଟ୍ ବିଭାଜନ ହେବାର ଆଶଙ୍କା ରହିଛି । ମୋଦିଙ୍କ ହାଓ୍ବାରେ ଆଞ୍ଚଳିକ ଦଳଙ୍କ ଶକ୍ତି ହ୍ରାସ ପାଉଛି
ବାଇଟ୍ - ରୁବେନ୍ ବାନାର୍ଜୀ, ବରିଷ୍ଠ ସାମ୍ବାଦିକ -ଫାଇଲ
ପୂର୍ବରୁ ପାଣ୍ଡିଆନ କହିଥିଲେ ନିର୍ବାଚନ ଜିତିବାକୁ ନବୀନ ମେଣ୍ଟ ଚାହୁଁନାହାଁନ୍ତି କି ମୋଦି ଚାହୁଁନାହାଁନ୍ତି... ଦୁଇ ମହାନ ଜନନାୟକ ରାଜନୀତିରୁ ଉର୍ଦ୍ଦରେ ରହି ମେଣ୍ଟ କରିବାକୁ ଚାହୁଁଛନ୍ତି...
ଭି. କେ. ପାଣ୍ଡିଆନ, ବିଜେଡି ନେତା-ଫାଇଲ
ଓଡିଆ ଅସ୍ମିତା ଓ ଗୌରବ ପ୍ରସଙ୍ଗରେ ପାଣ୍ଡିଆନକୁ ନେଇ ବ୍ୟାକଫୁଟରେ ଅଛି ବିଜେଡି... ଜିଲ୍ଲା ବୁଲିଲା ବେଳେ ପାଣ୍ଡିଆନ ଏକଥା ହୃହୟଙ୍ଗମ କରିବା ପରେ ବିଜେପି ସହ ମିଶି ସରକାର କରିବାକୁ ଚାହୁଁଥିବା ସମୀକ୍ଷକଙ୍କ ମତ...
ଜାନକୀଶ ବଡପଣ୍ଡା, ରାଜନୈତିକ ସମୀକ୍ଷକ
ମେଣ୍ଟ ଚର୍ଚ୍ଚାରେ ଯବନିକା ପଡିବା ପରେ ଏବେ ବିଜେଡି- ବିଜେପି ଭିତରେ ହେବାକୁ ଯାଉଛି ଆରପାରର ଲଢେଇ
ଅଧିକ ପଢନ୍ତୁ ଓଡ଼ିଶା ଖବର