Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ବାମୀର ତୀର ମାଡରେ ସ୍ତ୍ରୀ ଗୁରୁତର ଆହତ

Smruti Parija
Browse all articles by Smruti Parija
·2 years ago
ସ୍ବାମୀର ତୀର ମାଡରେ ସ୍ତ୍ରୀ ଗୁରୁତର ଆହତ

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ପାଟଣା ଥାନା ହରିଡାଗୋଠ ଗାଁରେ ଘଟିଛି ଅଭାବନୀୟ ଘଟଣା ।‌ ସ୍ବାମୀର ତୀର ମାଡରେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ହେଲେ ସଜନୀ ମୁଣ୍ଡା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ କରଞ୍ଜିଆ ମେଡିକାଲ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।‌

ସଜନୀ ହରିଚନ୍ଦନପୁର ଥାନା ଭଗାବିଲା ଗ୍ରାମର ବିଶ୍ବନାଥ ମୁଣ୍ଡାଙ୍କୁ ବିବାହ କରିଥିଲେ । ତେବେ କୈାଣସି କାରଣରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ଝଗଡ଼ା ହେବାରୁ ସଜନୀ ନିଜ ବାପ ଘର ହରିଡାଗୋଠ ଗ୍ରାମରେ ରହୁଥିଲେ । ଗୁରୁବାର ସଂଧ୍ୟାରେ ବିଶ୍ବନାଥ ହରୀଡାଗୋଠ ଗ୍ରାମରେ ପହଞ୍ଚି ସ୍ତ୍ରୀ ସଜନୀଙ୍କୁ ତୀର ମାଡ କରି ଫେରାର ହୋଇଯାଇଥିବାବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଧନୁ ସହ ୩ଟି ତୀର ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
wife-injured-in-hausband-attack-at-keonjhar | Argus News