ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ: ପରକୀୟା ପ୍ରୀତି ସନ୍ଦେହରେ ଛୁରା ମାଡ଼। ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର । ରାୟଗଡା ଜିଲ୍ଲା ନଦୀ ସାହି ଅଂଚଳରେ ଅଭାବନୀୟ ଘଟଣା । ପରକୀୟା ପ୍ରୀତିକୁ ନେଇ ସ୍ୱାମୀ ପ୍ରଦୀପ ବେହେରା ଓ ସ୍ତ୍ରୀ ବାସନ୍ତୀ ବେହେରାଙ୍କ ମଧ୍ୟରେ ବଚସା ହୋଇଥିଲା । ବାସନ୍ତୀ ଅନ୍ୟ କାହା ସହ ଫୋନ୍ ଯୋଗେ କଥା ହେଉଥିବା ସନ୍ଦେହ କରିଥିଲେ ପ୍ରଦୀପ ।
ଆଜି ସକାଳୁ ବଚସା ଉଗ୍ରରୂପ ନେଇଥିଲା । ଉତକ୍ଷିପ୍ତ ହୋଇ ପ୍ରଦୀପ ସ୍ତ୍ରୀ ବାସନ୍ତୀଙ୍କ ପେଟ ଓ ଦୁଇ ହାତକୁ ଛୁରା ମାଡ କରିଥିଲେ । ଗୁରୁତର ଅବସ୍ଥାରେ ବାସନ୍ତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ପ୍ରଦୀପ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: