Videos
|
Odisha

ଫସଲ ନଷ୍ଟ କରୁଛି ବାରହା: ଚିନ୍ତାରେ ଚାଷୀ

Ritu Das
Browse all articles by Ritu Das
·1 year ago·1 min read
ଫସଲ ନଷ୍ଟ କରୁଛି ବାରହା: ଚିନ୍ତାରେ ଚାଷୀ

ଅର୍ଗସ ବ୍ୟୁରୋ: ପୁରୀ ଜିଲ୍ଲା ନିମାପଡା ବ୍ଲକ ବାମନାଳ ପଞ୍ଚାୟତର ଆମ୍ବିଳିହଣା,ଓଲମରା ସହିତ ଆଖପାଖ ଅଞ୍ଚଳରେ ବାରାହା ଆତଙ୍କ ଦେଖା ଦେଇଛି। 10 ରୁ 15 ବାରାହା ସ୍ଥାନୀୟ ଜଙ୍ଗଲରେ ଲୁଚି ରହି ରାତ୍ର ସମୟରେ ଫସଲ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ। ଚାଷ ଜମିରେ ବାରାହାଙ୍କ ପାଦଚିହ୍ନ ଦେଖି ଚାଷୀମାନେ ରାତ୍ର ସମୟରେ ଜଗିରହି ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ଚାଷୀମାନଙ୍କୁ ମଧ୍ୟ କାମୁଡ଼ିବାକୁ ଗୋଡ଼ାଉଛନ୍ତି ବାରହା। ଯାହା ଦ୍ୱାରା ଚାଷୀ ମାନେ ଭୟରେ ରାତିରେ ବିଲକୁ ଯାଇ ପାରୁନାହାନ୍ତି। 

ଚଳିତ ବର୍ଷ ଫସଲ ଭଲ ହୋଇଥିବା ବେଳେ ବାରହାମାନେ ଫସଲ ନଷ୍ଟ କରୁଥିବାରୁ ଚାଷୀ ମାନଙ୍କ ଭିତରେ ଭାଳେଣି ପଡିଯାଇଛି।ଯେଉଁଥି ପାଇଁ ଚାଷୀ ମାନେ ଏବେ ଚିନ୍ତାରେ ପଡିଛନ୍ତି।ଏନେଇ ଚାଷୀମାନେ ଅନେକ ଥର ବନ ବିଭାଗକୁ ଅଭିଯୋଗ ଜଣାଇଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ବାରାହାକୁ କାବୁ କରିବାରେ ବିଫଳ ହୋଇଥିବା ଜଣାପଡିଛି। ତୁରନ୍ତ ଏହି ଘଟଣାକୁ ଗୁରୁତର ସହ ନେଇ ବନ ବିଭାଗର ଅଧିକାରୀମାନେ ବାରାହାକୁ କାବୁ କରିବା ନିମନ୍ତେ ଚାଷୀ ମାନେ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
wildboar | Argus News